Hindi News >>Home >>Odisha State

Bus Strike: ଏହି ଦିନଠାରୁ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ ଧର୍ମଘଟ

Bus Strike in odisha: ଗତ ସେପଟେମ୍ବର ୨୭ ତାରିଖରେ ବସିଥିବା ବୈଠକରେ ବସ୍‌ ଧର୍ମଘଟ (Bus Strike) ନେଇ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏନେଇ ସରକାର ଆଲୋଚନାକୁ ଡାକି ନଥିବା ବେଳେ ସ୍ମାରକ ପତ୍ର ମୁତାବକ ଦାବି ପୂରଣ ହୋଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସଂଘ (Bus owners association) । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 08, 2023, 07:31 PM IST

Bus Strike: ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ ଧର୍ମଘଟ (Bus Strike) ନେଇ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ । ଏନେଇ ଆସନ୍ତା ୧୦ ତାରିଖରୁ ସାରା ରାଜ୍ୟବ୍ୟାପୀ ବସ ଧର୍ମଘଟ କରାଯିବା ନେଇ ରବିବାର ସଂଘ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍‌ (Tourist Bus) ଚଳାଚଳ କରିବ ନାହିଁ। ଏନେଇ ରବିବାର ଦିନ ଅଲ ଓଡିଶା ବସ ମାଲିକ ସଂଘ (All Odisha Bus owners association) ପକ୍ଷରୁ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ସେପଟେମ୍ବର ୨୭ ତାରିଖରେ ବସିଥିବା ବୈଠକରେ ବସ୍‌ ଧର୍ମଘଟ (Bus Strike) ନେଇ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏନେଇ ସରକାର ଆଲୋଚନାକୁ ଡାକି ନଥିବା ବେଳେ ସ୍ମାରକ ପତ୍ର ମୁତାବକ ଦାବି ପୂରଣ ହୋଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସଂଘ (Bus owners association) । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ ସମେତ ଟୁର ଟ୍ରାଭେଲ ବସ (Tour Travel Bus) ଓ ସମସ୍ତ ଘରୋଇ ବସ ବନ୍ଦ ରହିବା ନେଇ ଅଲ ଓଡିଶା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ (Association general secretary Debendra Sahu) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ-Similipal National Park: ପର୍ଯ୍ୟଟକଙ୍କ ପାଇଁ ଏହିଦିନ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଏହା ବି ପଢନ୍ତୁ- Bahanaga Train Tragedy: ନେଲେନି ପରିବାର ଲୋକେ! ୨୮ ଅଚିହ୍ନା ମୃତଦେହର ସତ୍କାର କରିବ BMC

 

Read More
{}{}