Hindi News >>Home >>Odisha State

Odisha News: ସରିଲା ବିଧାନସଭାର ଶେଷ ଅଧିବେଶନ

Odisha News: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅର୍ଥାତ୍ ଶେଷ ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ଗୃହ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପଞ୍ଚଦଶ ଅଧିବେଶନ ମାତ୍ର ୫ ଦିନ ଚାଲିଛି। 

Advertisement
Odisha News: ସରିଲା ବିଧାନସଭାର ଶେଷ ଅଧିବେଶନ
Stop
Zee Odisha Desk|Updated: Feb 10, 2024, 07:01 AM IST

Odisha News: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅର୍ଥାତ୍ ଶେଷ ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ଗୃହ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପଞ୍ଚଦଶ ଅଧିବେଶନ ମାତ୍ର ୫ ଦିନ ଚାଲିଛି। ଚଳିତ ଅଧିବେଶନରେ ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ର ୪ ମାସ( ଏପ୍ରିଲ୍-ଜୁଲାଇ) ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରିଥିଲେ।  ଏହି କାମଚଳା ବଜେଟ୍ ଉପରେ ଶୁକ୍ରବାର ଆଲୋଚନା ହୋଇ ବ୍ୟୟ ମଂଜୁରୀ ବିଧେୟକ ଗୃହିତ ହୋଇଥିଲା। 

ବିଧେୟକ ଗୃହୀତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ  ପ୍ରଶାନ୍ତ ମୁଦୁଲି ଗୃହକୁ ଅନିଦ୍ଧିଷ୍ଟ କାଳ ଯାଏଁ ମୁଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ। ଗୃହର ପ୍ରମୁଖ କାର୍ଯ୍ୟ କାମଚଳା ବଜେଟ୍  ଗୃହୀତ ହୋଇଥିବା ବେଳେ ଆଉ କୌଣସି ସରକାରୀ କାର୍ଯ୍ୟ ବାକି ନାହିଁ ବିଧାୟକମାନେ ନିଜ ନିର୍ବାଚନ ମଣ୍ତଳୀ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ତାଦାରଖ ପାଇଁ ଇଚ୍ଛୁକ ଥିବାରୁ  ଗୃହ ମୁଲତୂୀ ପାଇଁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।  ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା  ଓ ଅମର ପ୍ରସାଦ ଶତପଥୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଜଂନ ପୂଜାରୀ ସମର୍ଥନ କରିଥିଲେ। 

 ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଗୃହକୁ ଅନିଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଲାଗି ପ୍ରସ୍ତାବ ଆଗତ କରିଥିଲେ। ଗୃହର ନେତା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଥିଲେ ଯେ,  ଏହି  ଅଧିବେଶନରେ ୫ଟି କାର୍ଯ୍ୟ ଦିବସ ଥିଲା । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ  ଏବଂ ବଜେଟ୍ ବି ପାରିତ ହୋଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଅଧିବେଶନରେ ମୋଟ୍ ୨୧୯ଟି ତାରକା ଏବଂ ୪୧୪ଟି ଅଣତାରକା ପ୍ରଶ୍ନ ଗୃହରେ ଉପସ୍ଥାପିତ ହୋଇଥିଲା।  ଗୋଟିଏ ମୁଲତବୀ ପ୍ରସ୍ତାବ ଗୃହରେ ଆଲୋଚନା ହୋଇଥିବା ବେଳେ ୬୦ଟି କାଗଜପତ୍ର  ଏବଂ ୧୦ଟି ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା। ସେହିପରି ଅଧିବେଶନରେ ମୋଟ୍ ୧ଟି ସରକାରୀ ବିଧେୟକ ମଧ୍ୟ ପାରିତ ହୋଇଥିଲା।  

{}{}