Hindi News >>Home >>Odisha State

Breaking News: କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଆତଙ୍କ, ଆଉ ଜଣଙ୍କୁ ଟାଣିନେଲା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଫୁଣି ଟାଣିନେଲା କୁମ୍ଭୀର। ୩ ମାସ ମଧ୍ୟରେ ରାଜନଗରରେ ଏହା ପଞ୍ଚମ ଘଟଣା। ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର। ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଥିଲା କୁମ୍ଭୀର। ସେପଟେ ଭାସ୍କର ରାଉତଙ୍କୁ ଖୋଜାଖୋଜି ଚଳାଇଛନ୍ତି ଗ୍ରାମବାସୀ। ମିଳିଥ

Advertisement
Breaking News: କେନ୍ଦ୍ରାପଡ଼ାରେ ଥମୁନି କୁମ୍ଭୀର ଆତଙ୍କ, ଆଉ ଜଣଙ୍କୁ ଟାଣିନେଲା
Stop
Zee Odisha Desk|Updated: Aug 31, 2023, 11:34 AM IST

Odisha News: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଫୁଣି ଟାଣିନେଲା କୁମ୍ଭୀର। ୩ ମାସ ମଧ୍ୟରେ ରାଜନଗରରେ ଏହା ପଞ୍ଚମ ଘଟଣା। ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର। ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଥିଲା କୁମ୍ଭୀର। ସେପଟେ ଭାସ୍କର ରାଉତଙ୍କୁ ଖୋଜାଖୋଜି ଚଳାଇଛନ୍ତି ଗ୍ରାମବାସୀ। ମିଳିଥିବା ସୂଚନା ଅନୁସାରେ ଭାସ୍କର ରାଉତ ପ୍ରତିଦିନ ଭଳି ଆଜି ନଦୀକୂଳରେ ମଇଁଷି ଚରାଉଥିଲେ। ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଗ୍ରାମବାସୀମାନେ ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି ଜାରୀ ରଖିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇ ମାରିଦେଇଥିଲା। ଫଳରେ ନଦୀ କୁଳିଆ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ବନ ବିଭାଗର ସଚେତନତା ସତ୍ତ୍ୱେ କୁମ୍ଭୀର ଜଣକଙ୍କ ପରେ ଜଣଙ୍କୁ ଟାଣି ନେଉଛି। ତୁରନ୍ତ ସରକାର ଏହା ଉପରେ ଏକ ମାଷ୍ଟର ପ୍ଲାନ କରିବା ସହ ନଦୀ କୁଳିଆ ବାସିନ୍ଦା ଙ୍କୁ ସୁରକ୍ଷା ଯୋଗେଇ ଦେବାକୁ ଦାବୀ ହୋଇଛି।

Also Read: OIL Price: ୩୧ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି କଚ୍ଚା ତେଲ, କିନ୍ତୁ ଦର ଖସାଉ ନାହାନ୍ତି ମୁନାଫାଖୋର ତୈଳକମ୍ପାନୀ

Also Read: Flight Service: ଆଜିଠୁ କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା, ଏତିକି ରହିଛି ଟିକେଟ୍ ଦାମ୍

Also Read: Health Tips: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ରାମବାଣ ଏହି ୬ଟି ସୁପରଫୁଡ଼, ଆପଣଙ୍କ ଡାଏଟରେ କରନ୍ତୁ ସାମିଲ

Read More
{}{}