Hindi News >>Home >>Odisha State

Odisha Assembly News: ଆଦିବାସୀ ଜମି କିଣାବିକା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବୀ

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୯୯୬ ମସିହାରେ ତତ୍‍କାଳୀନ କେନ୍ଦ୍ର ସରକାର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପେସା ଆଇନ ଲାଗୁ କରିଥିଲେ। ହେଲେ ଏଯାଏ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଏଥିଲାଗି ‘ପେସା’ ଆଇନ ଲାଗୁ ପାଇଁ ଆମେ ମଧ୍ୟରେ ଦାବି କରିଛି ବୋଲି କହିଛନ୍ତି ଶ୍ରୀ ବାହିନୀପତି। 

Advertisement
Odisha Assembly News: ଆଦିବାସୀ ଜମି କିଣାବିକା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବୀ
Stop
Zee Odisha Desk|Updated: Nov 22, 2023, 01:47 PM IST

Odisha Assembly News: ଭୁବନେଶ୍ୱର: ଆଦିବାସୀଙ୍କ ଜମି କିଣାବିକାକୁ ନେଇ ଉଷ୍ମ ହୋଇଛି ବିଧାନସଭା ଅଧିବେଶନ। ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରିଛନ୍ତି ବାଚସ୍ପତି। ଫଳରେ ମଧ୍ୟାହ୍ନ ୧୨ଟା ଯାଏ ଗୃହ କାର୍ଯ୍ୟ ମୁଲତବୀ ରହିଛି।  

ଆଜି ଅଧିବେଶନର ଦ୍ୱିତୀୟ କାର୍ଯ୍ୟଦିବସ ଆରମ୍ଭ ହେବାକ୍ଷଣି ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଅଣାଯାଇ ଆଦିବାସୀଙ୍କ ଜମି କିଣାବିକା ସମ୍ପର୍କରେ ସରକାରଙ୍କ କ୍ୟାବିନେଟ୍‍ ନେଇଥିବା ନିଷ୍ପତ୍ତି ବିଷୟରେ ଆଲୋଚନା କରିବାକୁ ଦାବି ହୋଇଥିଲା। ହେଲେ ବାଚସ୍ପତି ଗୃହ କାର୍ଯ୍ୟକୁ ପୂର୍ବ ନିର୍ଦ୍ଧାରଣ କାର୍ଯ୍ୟସୂଚୀ ଅନୁସାରେ ଚଳାଇବାକୁ ଚାହିଁ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଏହାକୁ ବିରୋଧ କରିଥିଲେ ବିଜେପି। ବିଧାୟକମାନେ ଗୃହର ମଧ୍ୟଭାବଗୁ ଆସି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରିଥିଲେ। କଂଗ୍ରେସ ବିଧାୟକମାନେ ମଧ୍ୟ ମଧ୍ୟଭାବରା ଥିବା ଦେଖିବାକୁ ମିଳିଥିଲା। ସେମାନେ ପେସା ଆଇନକୁ ଲାଗୁ କରି ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୁକ୍ତି ବାଢ଼ିଥିଲେ। ଗୃହରେ ହୋ ହଲ୍ଲା ବଢ଼ିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।   

ଗତ କ୍ୟାବିନେଟ୍‍ ନିଷ୍ପତ୍ତିକ୍ରମେ ୧୯୫୬ ରାଜସ୍ୱ ଆଇନରେ ସଂସ୍କାର ଅଣାଯାଇ ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‍ ସହମତି ପ୍ରକାଶ କରିଥିଲା। ଏହାଦ୍ୱାରା ଆଦିବାସୀମାନେ ସାମନଙ୍କ ବ୍ୟବସାୟ, ପାଠପଢ଼ା ତଥା ଶିଳ୍ପ ପ୍ରତିଷ୍ଠା ଲାଗି ନିଜ ଜମି ବିକ୍ରି କରିବାକୁ ସରକାର ଅନୁମତି ଦେବା ବ୍ୟବସ୍ଥା ରହିଥିଲା। କିନ୍ତୁ ଏହି ନିଷ୍ପତ୍ତି ଆଦିବାସୀ ମାରଣ ନୀତି ବୋଲି ଅଭିଯୋଗ କରିଥିଲେ ବିଜେପି। ରାଜ୍ୟର ବିଭିନ୍ନ ପ୍ରନ୍ତରେ ଆଦିବାସୀ ସମ୍ପ୍ରଦାୟଙ୍କ ଭିତରେ ଅସନ୍ତୋଷ ପ୍ରକାରଶ ପାଇବାରୁ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ନିଷ୍ପତ୍ତି ସ୍ଥଗିତ ରହିଥିବା କହିଥିଲେ। କିନ୍ତୁ ଏହା ଉଚିତ ନିଷ୍ପତ୍ତି ନୁହେଁ ବରଂ କ୍ୟାବିନେଟ ମେହରକୁ କ୍ୟାବିନେଟ୍‍ ଦ୍ୱାରା ହିଁ ପ୍ରତ୍ୟାହାର କରାଯିବାକୁ ସେମାନେ ଦାବି କରିଥିଲେ।  

ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଆଦିବାସୀମାନେ ସେମାନଙ୍କ ଜମିକୁ  ଅଣ ଆଦିବାସୀଙ୍କ ବିକ୍ରି, ଲିଜ୍‍ ଦେବା ବ୍ୟବସ୍ଥା ରହିଛି। ଏଥିନେଇ ସେମାନେ ଜିଲ୍ଲା ମାଜିଷ୍ଟ୍ରଟ୍‍ଙ୍କ ଅନୁମୋଦନ ନେବାକୁ କୁହାଯାଇଥିଲା। କିନ୍ତୁ ଏହା ଦ୍ୱାରା ଆଦିବାସୀମାନେ ଭୂମି ହୀନ ହୋଇଯିବେ ବୋଲି ବିରୋଧୀ ଦଳ ଆଶଙ୍କା ପ୍ରକାଶ କରିଛି ବିଜେପି। ଗୃହ ମୁଲତବୀ ହେବା ପରେ ଗୃହ ବାହାରେ ଏନେଇ ପ୍ରଦର୍ଶନ କରିଛି ଦଳ। 

ବିରୋଧୀ ଦଳ ମୁଖ୍ୟ ସେଚତକ ମୋହନ ଚରଣ ମାଝି କହିଛନ୍ତି, ୨୪୪ (୧) କହୁଛି ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କ ହସ୍ତାନ୍ତର ବିକ୍ରି କରାଯାଇପାରିବ ନାହିଁ। ଏଭଳି ନିଷ୍ପତ୍ତି ରାଜ୍ୟରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ କାହିଁକି ଆଦିବାସୀ ବିରୋଧୀ ହେଲେ ତାହା ଜଣାପଡ଼ୁ ନାହିଁ। ଅନେକ ସମୟରେ ଚାଷ ଜମିକୁ ହଡ଼ପ କରାଯାଉଛି। ଏହାକୁ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି ରଖିଥିଲା। ଆଜି ଆମେ ଏନେଇ ଏକ ପ୍ରସ୍ତାବ ଆଣି ଲୋଚନା ପାଇଁ ଦାବି କରିଥିଲୁ କିନ୍ତୁ  ବାଚସ୍ପତି ଅଗ୍ରାହ୍ୟ କରିଥିଲେ ବୋଲି ଶ୍ରୀ ମାଝି କହିଛନ୍ତି।  

ରାଜ୍ୟ ସରକାରଙ୍କ ଏହା ଏକ ଚକ୍ରାନ୍ତ ବା ଷଡ଼ଯନ୍ତ୍ର ରହିଛି। ଆଦିବାସୀଙ୍କ ସରକାର େବାଲି କହୁଥିବା ସରକାର ଆଦିବାସୀ ସରକାରଙ୍କୁ ଧୋକା ଦେଇଛନ୍ତି। ସେମାନଙ୍କ ସର୍ବହରା କରିବାକୁ ଚାହିଁଛନ୍ତି। ଆଦିବାସୀଙ୍କ ଅଭିଶାପରୋ ଏ ସରକାର ଛାରଖାର ହୋଇଯିବ ବୋଲି ସେ କହିଛନ୍ତି।  

ଅପରପକ୍ଷେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୯୯୬ ମସିହାରେ ତତ୍‍କାଳୀନ କେନ୍ଦ୍ର ସରକାର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପେସା ଆଇନ ଲାଗୁ କରିଥିଲେ। ହେଲେ ଏଯାଏ ରାଜ୍ୟ ସରକାର  ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଏଥିଲାଗି ‘ପେସା’ ଆଇନ ଲାଗୁ ପାଇଁ ଆମେ ଗୃହ ମଧ୍ୟରେ ଦାବି କରିଛି ବୋଲି କହିଛନ୍ତି ଶ୍ରୀ ବାହିନୀପତି। 

କ୍ୟାବିନେଟ୍‍ ନିଷ୍ପତ୍ତି ସମ୍ପର୍କରେ ମତ ରଖି ଶ୍ରୀ ବାହିନୀପତି କହିଛନ୍ତି, ଓଡ଼ିଶାରେ କୌଣସି ଆଦିବାସୀ ପିଲାଙ୍କୁ ବ୍ୟାଙ୍କ ଋଣ ଦେଉ ନାହିଁ। ଯଦି ଋଣ ଦିଆଯିବା ପାଇଁ ଜମି ବନ୍ଧକ ରଖିବାକୁ ବ୍ୟବସ୍ଥା କରାଯାଇଛି ତେବେ ଏ ବିଲ୍‍କୁ ମୁଁ ସ୍ୱାଗତ କରୁଛି। କିନ୍ତୁ କ୍ୟାବିନେଟ୍‍ ପ୍ରସ୍ତାବରେ ବିକ୍ରି ପ୍ରସଙ୍ଗ ରହିଛି।  ଏହାଦ୍ୱାରା ରାଜ୍ୟରେ ଦଲାଲଙ୍କ ପ୍ରାଦୂର୍ଭାବ ବଢ଼ିବ। ଶିଳ୍ପ ପାଇଁ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଶ୍ରୀ ବାହିନୀପତି।   ସରକାରଙ୍କ ଯଦି ଦରଦ ରହିଛି ତେବେ ପେସା ଆଇନ ଲାଗୁ କରନ୍ତୁ ବୋଲି କହିଛନ୍ତି ତାରା।  

Read More
{}{}