Hindi News >>Home >>Odisha State

Budget Session 2024: ଆଜିଠୁ ବଜେଟ୍‍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ

Odisha Assembly Budget Session 2024: ଷୋଡ଼ଶ ବିଧାନସଭାର ଅନ୍ତିନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ (Odisha assembly budget session)।  ନିର୍ବାଚନ ପୂର୍ବରୁ  ଏହା ବିଧାନସଭାର ଶେଷ ଅଧିବେଶନ (Odisha assembly budget session 2024)।  ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।  ଏଥିରେ କାର୍ଯ୍ୟ ଦିବସ ମାତ୍ର ୭ଟି ଅଛି। ୮ ତାରିଖରୁ କାମଚଳା ବଜେଟ୍ ଆସିବ।   

Advertisement
 Budget Session 2024:  ଆଜିଠୁ ବଜେଟ୍‍ ଅଧିବେଶନ, ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ
Stop
Zee Odisha Desk|Updated: Feb 05, 2024, 06:42 AM IST

Odisha Assembly Budget Session 2024: ଷୋଡ଼ଶ ବିଧାନସଭାର ଅନ୍ତିନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ (Odisha assembly budget session)।  ନିର୍ବାଚନ ପୂର୍ବରୁ  ଏହା ବିଧାନସଭାର ଶେଷ ଅଧିବେଶନ (Odisha assembly budget session 2024)।  ଏହି ଅଧିବେଶନ ଆଜିଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।  ଏଥିରେ କାର୍ଯ୍ୟ ଦିବସ ମାତ୍ର ୭ଟି ଅଛି। ୮ ତାରିଖରୁ କାମଚଳା ବଜେଟ୍ ଆସିବ।   ଆଜି ସକାଳ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ୍ ଅଭିଭାଷଣ ରଖିବେ। ଏହି ଅଧିବେଶନ ପାଇଁ ରବିବାର ସଂନ୍ଧ୍ୟାରେ  ବାଚସ୍ପତି ପ୍ରମିଳା ମଲ୍ଲିକ୍ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। 

ବିଧାନସଭା ପାଇଁ ବିଜେଡି ବିଧାୟକ ଦଳ ରଣନୀତି ବୈଠକ ସୋମବାର ସକାଳ ୧୦ଟା ୧୫ ମିନିଟ୍ ସମୟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଦଳର ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ। ସେହିପରି ସୋମବାର ଅପରାହ୍ନରେ  ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ବସିଥିଲା। ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ୍। କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ବ ଭଳି କାମ କରୁଛନ୍ତି। ଏହି ପ୍ରସଙ୍ଗ ଉଠାଇ ଉଭୟ ଦଳଙ୍କୁ କଂଗ୍ରେସ୍ ଟାର୍ଗେଟ୍ କରିବ। ଧର୍ମକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତି କରୁଛନ୍ତି। 

 ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।  ଏହାର ହିସାବ ଜନତାଙ୍କୁ ଦେବାକୁ ପଡିବ। ଜଗନ୍ନାଥଙ୍କ ନାଁ ନେଇ ରାଜ୍ୟ ସରକାର ଭିକ୍ଷା କରୁଛନ୍ତି। ସଂଗ୍ରହ ହୋଇଥିବା ଗୁଆ, ଚାଉଳ, କଥା ବି ଉଠିବ। ସରକାରୀ ଟଙ୍କାରେ ପାଠପଢା ବନ୍ଦ କରାଯାଇ ନାଚଗୀତ କରାଯାଇଛି।  ଦୁର୍ନୀତି, ଆଂଚଳିକ ବୌଷମ୍ୟ, ବେକାରୀ ଆଦି ପ୍ରସଙ୍ଗ ଉଠିବ ବୋଲି ନରସିଂହ କହିଛନ୍ତି। ବିରୋଧି ଦଳ ମୁଖ୍ୟ ସଚେତକ  ମୋହନ ଚରଣ ମାଝି କହିଛନ୍ତି ଯେ,  ଏହା ଶେଷ ଅଧିବେଷନ।  ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି। ହେଲେ ସମୟ ସୀମିତ ରହିଛି। ଶାସକ ଦଳ ମାପିଚୁପି ଅଧିବେଶନକୁ ସଂକ୍ଷିପ୍ତ କରିଛନ୍ତି।  ବିକାଶ ନାଁରେ ରାଜ୍ୟସରକାର ଦେଇଥିବା ପ୍ରତାରଣା କଥାକୁ ବିଜେପି ଲୋକଙ୍କ ପାଖକୁ ନେବ। ସରାକରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସବୁ ଦଳକୁ ପରାମର୍ଶ ଦିଆଯାଇଛି।  

 

 

{}{}