Hindi News >>Home >>Odisha State

ପ୍ରକାଶ ପାଇଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ, ରାଜ୍ୟରେ ଏତିକି ରହିଛି ବାଘ ସଂଖ୍ୟା

Odisha News: ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ ୩୦ଟି ବାଘ ଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି । ଏମାନଙ୍କ ମଧ୍ଯରେ ଏକ ବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି । ସେହିପରି ୨୭ଟି ବାଘକୁ କ୍ୟାମେରା ଟ୍ରାପରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି ।

Advertisement
ପ୍ରକାଶ ପାଇଲା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ, ରାଜ୍ୟରେ ଏତିକି ରହିଛି ବାଘ ସଂଖ୍ୟା
Stop
Zee Odisha Desk|Updated: Feb 27, 2024, 10:25 AM IST

Odisha News: ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ ୩୦ଟି ବାଘ ଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି । ଏମାନଙ୍କ ମଧ୍ଯରେ ଏକ ବର୍ଷରୁ କମ୍ ବୟସର ୮ଟି ଶାବକ ରହିଛନ୍ତି । ସେହିପରି ୨୭ଟି ବାଘକୁ କ୍ୟାମେରା ଟ୍ରାପରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି ।

ଏହି ବାଘକୁ ମିଶାଇ କେବଳ ଶିମିଳିପାଳରେ ମୋଟ ୨୭ଟି ବାଘ ରହୁଛନ୍ତି । ଏଥି ମଧ୍ଯରୁ ୧୪ଟି ମାଈ ଓ ୧୦ଟି ଅଣ୍ତିରା ଅଛନ୍ତି । ଅନ୍ୟ ତିନିଟି ସମ୍ପର୍କରେ ତଥ୍ୟ ମିଳିପାରିନାହିଁ । ଅନ୍ୟପଟେ କେନ୍ଦୁଝର ୱାଇଲ୍ଡ଼ଲାଇଫ୍, ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ତ ଏବଂ ପାରଳାଖେମୁଣ୍ତି ଟେରିଟୋରିଆଲକେ ଗୋଟିଏ ଲେଖାଏ ଅଣ୍ତିରା ବାଘ ରହିଛନ୍ତି। ତେବେ କ୍ୟାମେରା ଟ୍ରାପରେ ଠାବ ହୋଇଥିବା ୨୭ ବାଘ ମଧ୍ଯରୁ ୧୪ଟି ମାଈ, ୧୩ଟି ଅଣ୍ତିରା ବାଘ ରହିଛନ୍ତି । ସେହିଭଳି ୧୩ଟି ମେଲାନିଷ୍ଟିକ ବା କଳାବାଘ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ‘ଏକ୍ସ’ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି,  ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟରେ ୮ଟି ବାଘ ଛୁଆ ସମେତ ମୋଟ ୩୦ଟି ବାଘ ରହିଛନ୍ତି । ୨୦୨୨ରେ ଏହି ସଂଖ୍ୟା ୨୦ ରହିଥିଲା । ଶିମିଳିପାଳ ବ୍ୟାଘ୍ର ପ୍ରଳ୍ପରେ ୨୭ଟି ବାଘ ରହିଛନ୍ତି । ଜାତୀୟ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ସୃଷ୍ଟି କରିଥିବାରୁ ବନ ବିଭାଗର ପ୍ରସାୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉ କି, ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୧୭ଟି ବାଘ ଥିବା ଜଣାପଡ଼ିଥିଲା । ତେବେ ରାଜ୍ୟରେ ଅଧିକ ବାଘ ରହିଥିବା ରାଜ୍ୟ ସରକାର ଦାବି କରିବା ସହ ନିଜ ଉଦ୍ୟମରେ ବାଘ ଗଣନା କରିବେ ବୋଲି କହିଥିଲେ। ଏହାପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ବାଘ ଗଣନା କରିଥିଲେ। ୨୦୨୩ ଅକ୍ଟୋବର ୧୫ରୁ ଫେବୃଆରୀ ୧୦ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା। ମୋଟ ୧,୪୩୨ଟି କ୍ୟାମେରା ଟ୍ରାପ୍‌ ଲଗାଯିବା ସହ ୫୬୭ଟି ଫଟୋ ଉଠାଯାଇଥିଲା।

Also Read- ଆଜି ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ, ଆକର୍ଷଣ ସାଜିବେ ନେହା କକ୍କର ଓ ଇରଫାନ୍ ପଠାନ୍

 

{}{}