Hindi News >>Home >>Odisha State

Odisha News: କମିଶନରେଟ୍‍ ପୁଲିସରେ ଟାଟୁ ମନା, ‘୧୫ ଦିନ ଭିତରେ ଲିଭାଅ ନହେଲେ କାର୍ଯ୍ୟାନୁଷ୍ଠାନ’

Odisha News: ରାଜଧାନୀ ପୁଲିସ କର୍ମଚାରୀଙ୍କୁ ଟାଟୁ ଅଡ଼ୁଆ ହୋଇଛି। ଏହା କମିଶନରେଟ ପୁଲିସ ତଥା ଓଡ଼ିଶା ପୁଲିସର ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନରେଟ ପୁଲିସ। ଏଣୁ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମାଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି। 

Advertisement
Odisha News: କମିଶନରେଟ୍‍ ପୁଲିସରେ ଟାଟୁ ମନା, ‘୧୫ ଦିନ ଭିତରେ ଲିଭାଅ ନହେଲେ କାର୍ଯ୍ୟାନୁଷ୍ଠାନ’
Stop
Zee Odisha Desk|Updated: Apr 10, 2024, 10:27 AM IST

Odisha News: ରାଜଧାନୀ ପୁଲିସ କର୍ମଚାରୀଙ୍କୁ ଟାଟୁ ଅଡ଼ୁଆ ହୋଇଛି। ଏହା କମିଶନରେଟ ପୁଲିସ ତଥା ଓଡ଼ିଶା ପୁଲିସର ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନରେଟ ପୁଲିସ। ଏଣୁ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମାଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି। ୧୫ ଦିନ ଭିତରେ ହାତ, ମୁହଁ, ବେକ ତଥା ପୋଷାକ ବାହାରେ ଥିବା ଟାଟୁ ନ ଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତି ହୋଇଛି।

ଅନେକ ସମୟରେ ସ୍ୱତନ୍ତ୍ର ବାଟାଲିଅନ୍‍ରେ ଯବାନ ମାନେ ବାହୁ, ବେକ ଏବଂ ମୁହଁରେ ଟାଟୁ ଚିତ୍ରଣ କରିଥିବା ନଜରକୁ ଆସିଛି। ଏହା ଜନସାଧାରଣଙ୍କ ତାଙ୍କ ପ୍ରତି ଭୟ ସୃଷ୍ଟି କରିବା ବି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଏହି ଟାଟୁ ଦ୍ୱାରା ତାଙ୍କୁ ବାହୁବଳି ପୁଲିସ ଯବାନ ବୋଲି ଚିତ୍ରଣ କରାଯାଉଛି। ଏ ବିଷୟରେ ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ଏଡି ତଦନ୍ତ ପରେ ସ୍ୱତନ୍ତ୍ର ବାଟାଲିଅନ୍‍ ଏହାର ଯବାନଙ୍କ ପାଇଁ ଆଚରଣ ବିଧି ,ଜାରି କରିଛି। ଏଥିରେ  ୧୫ ଦିନ ଭିତରେ ସମସ୍ତ ଟାଟୁକୁ ସ୍ଥାୟୀ ଭାବେ ଲିଭାଇବାକୁ ପରାମର୍ଶ ଦିଆଯାଇଛି। ବର୍ଦ୍ଦି ବାହାରେ ଯଦି ଟାଟୁ ଦିଶେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ।

Read More
{}{}