Hindi News >>Home >>Odisha State

No Flood Situation In odisha : ମୁଣ୍ଡୁଳିରେ ବଢୁଛି ଜଳସ୍ତର : ବନ୍ୟା ଆଶଙ୍କା ନଥିବା କହିଛନ୍ତି ଅନୁ ଗର୍ଗ

No Flood Situation In odisha : ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ମୁଣ୍ଡଳିରେ ବଢୁଛି ଜଳସ୍ତର। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଓଡ଼ିଶା ବିକାଶ କମିଶନର ଅନୁ ଗର୍ଗ କହିଛନ୍ତି ଯେ,ବର୍ତ୍ତମାନ ସ୍ଥିତି ଭଲ ଅଛି।ଯଦି ଆଗକୁ ପରିସ୍ଥିତି ବିଗିଡେ ସେନେଇ ଆମେ ସମସ୍ତେ ସଜାଗ ରହିଛୁ ଏବଂ ଯଥାଶୀଘ୍ର ସମସ୍ତ  ବ୍ୟବସ୍ଥା କରାଯିବ।

Advertisement
 Flood Situation In odisha
Stop
Zee Odisha Desk|Updated: Jul 30, 2024, 04:36 PM IST

No Flood Situation In odisha : ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର।ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ ।ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳୀରେ ପହଞ୍ଚିଛି। ଫଳରେ ଜଳସ୍ତର ବଢ଼ିଛି । ବିଶେଷ କରି ବନ୍ୟାଜଳ ପହଞ୍ଚିବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା। ହୀରାକୁଦ ଡ୍ୟାମର  ଜଳ ପତ୍ତନ ୬୧୪.୮୫ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡକୁ ୨ ଲକ୍ଷ ୦୪ ହଜାର ୧୦୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୫ ହଜାର ୩୨୬ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟା ଆଶଙ୍କା ନ ଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ।

ଏନେଇ ଓଡ଼ିଶା ବିକାଶ କମିଶନର ଅନୁ ଗର୍ଗ କହିଛନ୍ତି ଯେ,ବର୍ତ୍ତମାନ ସ୍ଥିତି ଭଲ ଅଛି।ଏହା ସହିତ ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ହେବାର ସ୍ଥିତି ଦେଖାଯାଇନି।ଯଦି ଆଗକୁ ପରିସ୍ଥିତି ବିଗିଡେ ସେନେଇ ଆମେ ସମସ୍ତେ ସଜାଗ ରହିଛୁ ଏବଂ ଯଥାଶୀଘ୍ର ସମସ୍ତ  ବ୍ୟବସ୍ଥା କରାଯିବ।

ସେପଟେ ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖିରେ ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ବନ୍ୟା ବେଳେ ସ୍ଵଚ୍ଛ ପାନୀୟ ଜଳ ପିଇବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ଯ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏସଆରସି ଯେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେସବୁ ଅଞ୍ଚଳରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ ସବୁଆଡେ ସଜାଗ ରହିଛି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଔଷଧ, ସାଲାଇନ, ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି ।ପ୍ରସୂତି ମହିଳାଙ୍କୁ ଆଗୁଆ ସତର୍କ କରାଯାଇଛି। ଆଶ୍ରୟ ସ୍ଥଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶାକର୍ମୀ ଆଲର୍ଟ ରହିଛନ୍ତି।

Read More
{}{}