Hindi News >>Home >>Odisha State

Nischantkoili Bus Accident: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତର ପଠାଯାଇଛି। ନିଶ୍ଚିନ୍ତକୋଇଲି ମେଡିକାଲ ରେ ଆହତମାନଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା।

Advertisement
Nischantkoili Bus Accident: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Jan 02, 2024, 12:52 PM IST

Nischantkoili Bus Accident: ଭୁବନେଶ୍ୱର: କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ନିକଟରେ ଆଜି ଭୋର ସମୟରେ ଘରୋଇ ବସ ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ  ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏଠାରେ କହି ରଖୁକି ଘନ କୁହୁଡ଼ି ଯୋଗୁଁ ଆଜି ନିଶ୍ଚନ୍ତକୋଇଲି ନିକଟବର୍ତ୍ତି କଟରପଡ଼ାରେ ଏକ ଘରୋଇ ବସ ଓ ଟ୍ରକ ମୁହାଁମୁହିଁ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଏହି ଘଟଣାରେ ୪୦ ଅଧିକ ଆହତ ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ନିକଟସ୍ଥ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।  

ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଘରୋଇ ବସ ମନୋରମା ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଘନ କୁହୁଡ଼ି କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ବସ ଓ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା। ତେବେ ଗ୍ୟାସ କଟର ସହାୟତାରେ ବସର ଯନ୍ତ୍ରାଂଶ କାଟି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତ ବ୍ୟକ୍ତିଙ୍କୁ କଟକ SCB ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ଘଟଣା ସ୍ଥଳରେ ଅଗ୍ନିଶମ, ପୋଲିସ ବାହିନୀ, ପ୍ରଶାସନ ସହ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତର ପଠାଯାଇଛି। ନିଶ୍ଚିନ୍ତକୋଇଲି ମେଡିକାଲ ରେ ଆହତମାନଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା।

Read More
{}{}