Hindi News >>Home >>Odisha State

Boudh News: ବୌଦ୍ଧରେ ନକ୍ସଲ ଆକ୍ରମଣ, ୩ ଏସ୍‍ଓଜି ଯବାନ ଗୁରୁତର

Boudh News: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନରେ ଥିବା ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହେତୁ ତିନି ଜଣ ସ୍ୱତନ୍ତ୍ର ଅପରେସନ୍‍ ଗ୍ରୁପ୍‍ (SOG) ଜବାନ ଗୁରୁତର ଆହତ ହୋଇଛନ୍ତି।କୁମ୍ବି ଅପରେସନ୍‍ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

Advertisement
Boudh News: ବୌଦ୍ଧରେ ନକ୍ସଲ ଆକ୍ରମଣ, ୩ ଏସ୍‍ଓଜି ଯବାନ ଗୁରୁତର
Stop
Zee Odisha Desk|Updated: Jan 05, 2024, 03:29 PM IST

Boudh News: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନରେ ଥିବା ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହେତୁ ତିନି ଜଣ ସ୍ୱତନ୍ତ୍ର ଅପରେସନ୍‍ ଗ୍ରୁପ୍‍ (SOG) ଜବାନ ଗୁରୁତର ଆହତ ହୋଇଛନ୍ତି।କୁମ୍ବି ଅପରେସନ୍‍ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

ଆଜି ସକାଳେ ଜଙ୍ଗଲ ବିଭରେ ଉଗ୍ରବାଦୀ କାର୍ଯ୍ୟକଳାପ ସନ୍ଦେହରେ ବୌଦ୍ଧ(Boudh) ଜିଲ୍ଲାର ଏକ ଏସ୍‍ଓଜି ଟିମ୍‍ ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ୍‍ ଆରମ୍ଭ କରିଥିଲା। ହେଲେ ଏହି ସମୟରେ ମାଟି ତଳେ ଥିବା ଆଇଡି ବା ବିସ୍ଫୋରକ ସାମଗ୍ରୀ କାର୍ଯ୍ୟାନ୍ୱିତ ହୋଇ ବିସ୍ଫୋରଣ ଘଟାଇଥିଲା। ଫଳରେ ୩ ଏସ୍‍ଓଜି(SOG) ଜବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‍ ଜାରି ଥିବା ଜଣାପଡ଼ିଛି।  

Also Read: Pramod Rath: ବିଜେଡିରୁ ବିଦା ହେଲେ ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପ୍ରମୋଦ ରଥ

Read More
{}{}