Hindi News >>Home >>Odisha State

Naxal Attack: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରେ ନକ୍ସଲ ବିରୋଧୀ ଅପରେସନ୍‍ ୨ ମୃତ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼ର  ସୁକମା ଜିଲ୍ଲାରେ ଏକ ବଡ଼ ଧରଣର  ନକ୍ସଲ ବିରୋଧୀ ଅପରେସନ୍‍ ରେ ପୁଲିସକୁ ଆଂଶିକ ସଫଳତା ମିଳିଛି। ୨ଜଣ ନକ୍ସଲ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଟପ୍‍ କ୍ୟାଡର ଖସି ପଳାଇବାରେ ସକ୍ଷମ ହୋଇଥିବା ପୁଲିସ କହିଛି। ଏହାସହ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ ହୋଇଥିବା ମ

Advertisement
Naxal Attack: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରେ ନକ୍ସଲ ବିରୋଧୀ ଅପରେସନ୍‍ ୨ ମୃତ
Stop
Zee Odisha Desk|Updated: Sep 05, 2023, 02:13 PM IST

Naxal Attack: ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼ର  ସୁକମା ଜିଲ୍ଲାରେ ଏକ ବଡ଼ ଧରଣର  ନକ୍ସଲ ବିରୋଧୀ ଅପରେସନ୍‍ ରେ ପୁଲିସକୁ ଆଂଶିକ ସଫଳତା ମିଳିଛି। ୨ଜଣ ନକ୍ସଲ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଟପ୍‍ କ୍ୟାଡର ଖସି ପଳାଇବାରେ ସକ୍ଷମ ହୋଇଥିବା ପୁଲିସ କହିଛି। ଏହାସହ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ ହୋଇଥିବା ମଧ୍ୟ ପୁଲିସ ସୂଚନା ଦେଇଛି। 

ସୁକମା ଜିଲ୍ଲା ଏସ୍‍ପି ପ୍ରଭାସ କୁମାରଙ୍କ କହିବା ଅନୁସାରେ, ଚିନ୍ତାଗୁଫା ଜଙ୍ଗଲର ଜଗରଗୁଣ୍ଡା ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ସିଆର୍‍ପିଏଫଏବଂ ଆଇଡିଆାର୍‍ଜି ପକ୍ଷରୁ ସେ ସ୍ଥାନରେ ମିଳିତ ଚଢ଼ଉ କରାଯାଇଥିଲା। ପୁଲିସ ପକ୍ଷରୁ  ପରିସ୍ଥିତିକୁ ସାାମ୍ନା କରିବା ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଏହା ପରେ ନିଜ ଜୀବନ ବଞ୍ଚୋଇବା ଲାଗି ପୁଲିସ ମଧ୍ୟ ଗୁଳି ଚାଳନା କରିଥିଲା। ଏହାପରେ ସର୍ଚ୍ଚ ଅପରେସନ୍‍ କରାଯାଇଥିଲା। ହେଲା ସେଠାରେ ମତ୍ର ଦୁଇଜଣ ନକ୍ସଲଙ୍କୁ ପୁଲିସ ଠାବ କରିପାରିଥିଲା। ଅନ୍ୟ କାଡର୍‍ ନେତାମାନେ ଖସିଯିବାରେ ସକ୍ଷମ ହୋଇଥିଲା। 

ଯେଉଁ ନକ୍ସଲ କର୍ମୀଙ୍କ ପୁଲିସ ଗୁଳିରେ ମୃତ୍ୟୁ ଘଟିଛି ତାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ନିକଟରେ ଜଣେ ସରପଞ୍ଚ, ଶିକ୍ଷକଙ୍କ ହତ୍ୟାରେ ସେମାନେ ସମ୍ପୃକ୍ତ ଥିଲେ ବୋଲି ପୁଲିସ କହିଛି। ମୃତ ମାଓବାଦୀଙ୍କ ଭିତରରୁ ଜଣକ ନାଁ ସୋଡ଼ି ଦେବା ହୋଇଥିବାବେଳେ ଅନ୍ୟଜଣଙ୍କ ନାଁ ରବା ଦେବା ବାଲି ଶଅୀ କୁମାର ସୂଚନା ଦେଇଛନ୍ତି। ମୃତ ମାଓବାଦୀଙ୍କ ନାଁ ରେ ଜଣକ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଅନେକ ମାଓ ହିଂସାକାଣ୍ଡ ରେ ଜଡ଼ିତ ଥିଲେ ମୃତ ମାଓବାଦୀ। 

 

Read More
{}{}