Hindi News >>Home >>Odisha State

National Sports Day 2023: କାହିଁକି ଧ୍ୟାନଚାନ୍ଦକୁ କୁହାଗଲା ‘ହକିର ଯାଦୁଗର’, ଜାଣନ୍ତୁ ତାଙ୍କୁ ନେଇ କିଛି ଖାସ କଥା

National Sports Day : କ୍ରୀଡ଼ାକୁ ସାରା ଦେଶରେ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ କିମ୍ବଦନ୍ତୀ ‘ମେଜର ଧ୍ୟାନଚାନ୍ଦ’ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଅବସର ଜାଣିବା ଧ୍ୟାନଚାନ୍ଦଙ୍କୁ ନେଇ କିଛି ଖାସ କଥା ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 29, 2023, 11:17 AM IST

National Sports Day 2023: ଆମ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ‘ଜାତୀୟ କ୍ରୀଡ଼ା ଦିବସ’ (National Sports Day) ଭାବେ ପାଳନ କରାଯାଏ । କ୍ରୀଡ଼ାକୁ ସାରା ଦେଶରେ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ କିମ୍ବଦନ୍ତୀ ‘ମେଜର ଧ୍ୟାନଚାନ୍ଦ’ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ ଏହି ଅବସର ଜାଣିବା ଧ୍ୟାନଚାନ୍ଦଙ୍କୁ ନେଇ କିଛି ଖାସ କଥା ।

 ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ ପଛର ଇତିହାସ

'ମେଜର ଧ୍ୟାନଚାନ୍ଦ' ୧୯୦୫ ମସିହା ଅଗଷ୍ଟ ୨୯ ତାରିଖ ଦିନ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ । ଏହି ମହାନ ଖେଳାଳି ୧୯୨୮,୧୯୩୨ ଓ ୧୯୩୨ ମସିହାରେ ଅଲିମ୍ପିକରେ ଭାରତ ଲାଗି ପ୍ରତିନିଧିତ୍ବ କରିବା ସହ ତିନି ତିନି ଥର ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ । ତେଣୁ ତାଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍ ଅଗଷ୍ଟ ମାସ ୨୯ ତାରିଖକୁ ପ୍ରତିବର୍ଷ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ୨୦୧୨ ମସିହାଠାରୁ ଏହି ଦିନକୁ ‘ଜାତୀୟ କ୍ରୀଡା ଦିବସ’ ପାଳନ କରାଯାଉଛି । ଏହି ଦିନ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ବେଷ୍ଟ ଷ୍ଟିକ୍ ୱାର୍କ ଓ ବଲ୍ ଉପରେ ନିୟନ୍ତ୍ରଣ ହେତୁ ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁଗର' ବୋଲି କୁହାଯାଇଥାଏ । ୧୯୪୮ ମସିହାରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୪୦୦ରୁ ଅଧିକ ଗୋଲ୍‌ ସ୍କୋର କରିଛନ୍ତି। ଭାରତ ସରକାର ତାଙ୍କୁ ୧୯୫୬ ମସିହାରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ। ମାତ୍ର ୨୬ ବର୍ଷ ବୟରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିବା ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଧ୍ୟାନ ସିଂହ ଅଟେ ।

ଧ୍ୟାନଚାନ୍ଦଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣା

  • ଧ୍ୟାନଚାନ୍ଦ ୧୯୨୮ ମସିହାରେ ଅଲିମ୍ପିକ୍ସରେ ଆମଷ୍ଟରଡ଼ାମରେ ସର୍ବାଧିକ ୧୪ଟି ଗୋଲ ସ୍କୋର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କର ଏହି ଚମତ୍କାର ଖେଳ ଦେଖି ସେଠାରେ ଥିବା ଜଣେ ସାମ୍ବାଦିକ ତାଙ୍କୁ ‘ହକିର ଯାଦୁଗର’ ବୋଲି ସମ୍ବୋଦିତ କରିଥିଲେ ।
  • ସେନାରେ କାର୍ଯ୍ୟରତ ଥିବା ହେତୁ ତାଙ୍କୁ ଅଭ୍ୟାସ ଲାଗି କମ୍ ସମୟ ମିଳୁଥିଲା । ଏହି କାରଣରୁ ସେ ରାତିରେ ନ ଶୋଇ ଅଭ୍ୟାସ କରୁଥିଲେ । ଚନ୍ଦ୍ର ଆଲୋକରେ ଅଭ୍ୟାସ କରୁଥିବାରୁ ତାଙ୍କ ସାଥିମାନେ ତାଙ୍କ ନାମରେ ଚାନ୍ଦ ଯୋଡ଼ିଥିଲେ । ଏଥିଲାଗି ଧ୍ୟାନ ସିଂହରୁ ତାଙ୍କ ନାମ ଧ୍ୟାନଚାନ୍ଦକୁ ପରିବର୍ତ୍ତନ ହୋଇଥିଲା ।
  • ୧୯୩୫ ମସିହାରେ ମେଜର ଧ୍ୟାନଚାନ୍ଦ ନ୍ୟୁଜଲ୍ୟାଣ୍ତ ଓ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ଏଠାରେ ସେ ୪୮ଟି ମ୍ୟାଚରେ ୨୦୧ଟି ଗୋଲ କରିଥିଲେ ।
  • ତାଙ୍କର ଏହି ଖେଳରେ ମୁଗ୍ଧ ହୋଇ କ୍ରିକେଟର ଡ଼ନ ବ୍ରାଡ଼ମ୍ୟାନ କହିଥିଲେ, ‘ସେ ହକିରେ ଏପରି ଗୋଲ କରୁଛନ୍ତି ଯେପରି ଆମେ କ୍ରିକେଟରେ ରନ କରୁ’ ।
  • ଭିଏନାରେ, ଚାରି ହାତରେ ଚାରୋଟି ହକି ଷ୍ଟିକ୍ ଥିବା ଧ୍ୟାନଚାନ୍ଦ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।
  • ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଧ୍ୟାନଚାନ୍ଦଙ୍କ ଏହି ଅଭୁଦ୍ଦ ଖେଳ ଦେଖି ନେଦରଲ୍ୟାଣ୍ତର ସନ୍ଦେହ ସୃଷ୍ଟି କରିଥିଲା । ସେମାନେ ଭାବିଥିଲେ କାଳେ ତାଙ୍କ ହକି ଷ୍ଟିକରେ ଚୁମ୍ବକ ଅଛି । ଏଥିଲାଗି ସେମାନେ ତାଙ୍କ ହକି ଷ୍ଟିକକୁ ଭାଙ୍ଗି ଏହାର ଯାଞ୍ଚ କରି ଭୁଲ ପ୍ରମାଣିତ ହୋଇଥିଲେ ।

 

 

 

 

Read More
{}{}