Hindi News >>Home >>Odisha State

Odisha News: ସମାଜରୁ ବାସନ୍ଦ ହୋଇ ଦିନ କାଟୁଛନ୍ତି ୧୨ ପରିବାର, ଶୁଣୁନି ପ୍ରଶାସନ..

Odisha News: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୧୨ ପରିବାର ଦିନମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ସେମାନେ ଯେଉଁ ଜମିରେ ଘର କରି ରହିଛନ୍ତି, ତାହା ସରକାରଙ୍କର। 

Advertisement
Odisha News: ସମାଜରୁ ବାସନ୍ଦ ହୋଇ ଦିନ କାଟୁଛନ୍ତି ୧୨ ପରିବାର, ଶୁଣୁନି ପ୍ରଶାସନ..
Stop
Zee Odisha Desk|Updated: Feb 11, 2024, 02:55 PM IST

Odisha News: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୧୨ ପରିବାର ଦିନମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ସେମାନେ ଯେଉଁ ଜମିରେ ଘର କରି ରହିଛନ୍ତି, ତାହା ସରକାରଙ୍କର। ତଥାପି ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗୁଁ ଏବେ ବାସହରା ହେବାକୁ ବସିଛନ୍ତି ୧୨ ପରିବାର। ଜମି ଛାଡ଼ିବା ପାଇଁ କହିବା ସତ୍ୱେ ନ ଶୁଣିବାରୁ ୬ ମାସରୁ ଉର୍ଦ୍ଧ ସମୟ ହେବ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ସେମାନେ।

ସାମାଜିକ ବାସନ୍ଦ ଫଳରେ ସ୍ଥାନୀୟ ଦୋକାନରୁ ସଉଦା କିଣିବା ପାଇଁ ବାରଣ କରାଯାଇଛି, ସେହିପରି ପାନୀୟ ଜଳ ବ୍ୟବହାର କରିବାକୁ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି, ଏପରିକି ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ମନା କରା ଯାଇଥିବାବେଳେ ଗ୍ରାମର ସମସ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ୧୨ ପରିବାର ପାଇଁ ବନ୍ଦ କରା ଯାଇଛି। ଏହାକୁ ନେଇ ବାସନ୍ଦ ହୋଇଥିବା ପରିବାରବର୍ଗ ବାରମ୍ବାର ରାଇଘର ତହସିଲ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟାଳୟ ଏବଂ ଥାନା ର ଦ୍ୱାରସ୍ଥ ହୋଇଥିବା ବେଳେ ସେମାନଙ୍କୁ ନ୍ୟାୟ ନ ମିଳିବାରୁ ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ଏବଂ ନବରଙ୍ଗପୁର SP ରୋହିତ ବର୍ମା ଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଗୁହାରୀ ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି।ଏପରି ବାସନ୍ଦ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ସହ ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି।

Read More
{}{}