Hindi News >>Home >>Odisha State

Naba Das: ନବ ଦାସ ହତ୍ୟା ଘଟଣା, NHRCରେ ପହଞ୍ଚିଲା ମାମଲା

Naba Das: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ (former health minister Naba Kishore Das) ହତ୍ୟା ଘଟଣାର ବର୍ଷେ ପୁରି ଥିବା ବେଳେ ଜାତୀୟ ମାନବ ଅଧିକାର କମିଶନ( National Human Rights Commission)ରେ ଏନେଇ ଏକ ମାମଲା ରୁଜୁ ହୋଇଛି।  ଜଗତସିଂହପୁର ଜିଲ୍ଲା  କୁଜଙ୍ଗର ସୁବ୍ରୁତ କୁମାର ଦାଶଙ୍କ ଅଭିଯୋଗ କ୍ରମେ  କମିଶନ ମାମଲା ରୁଜୁ କରିଛନ୍ତି।  

Advertisement
Naba Das: ନବ ଦାସ ହତ୍ୟା ଘଟଣା, NHRCରେ ପହଞ୍ଚିଲା ମାମଲା
Stop
Zee Odisha Desk|Updated: Jan 30, 2024, 11:34 AM IST

Naba Das: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ (former health minister Naba Kishore Das) ହତ୍ୟା ଘଟଣାର ବର୍ଷେ ପୁରି ଥିବା ବେଳେ ଜାତୀୟ ମାନବ ଅଧିକାର କମିଶନ( National Human Rights Commission)ରେ ଏନେଇ ଏକ ମାମଲା ରୁଜୁ ହୋଇଛି।  ଜଗତସିଂହପୁର ଜିଲ୍ଲା  କୁଜଙ୍ଗର ସୁବ୍ରୁତ କୁମାର ଦାଶଙ୍କ ଅଭିଯୋଗ କ୍ରମେ  କମିଶନ ମାମଲା ରୁଜୁ କରିଛନ୍ତି।  ଏହି ମାମଲାରେ ଝାରସୁଗୁଡା ଏସପି , ଓଡିଶା କ୍ରାଇମବ୍ରାଂଚ, ପୋଲିସ୍ ଡିଜି, ଗୃହ ବିଭାଗ, ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଘଟଣାକୁ ଏକ ବର୍ଷ ପୁରିଥିଲେ ବି  ଏବେବି ଏହା ରହସ୍ୟମୟ  ଥିବାରୁ ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା  ତଦନ୍ତ ଲାଗି ସୁବ୍ରତ ଦାଶ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି। 

ସୂଚନା ଅନୁସାରେ , ଜାନୁଆରୀ ୨୯ ତାରିଖ ୨୦୨୩ରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧିଛକ ଫାଣ୍ତି ଏଏସଆଇ ଗୋପାଳ ନବଙ୍କୁ  ଗୁଳି କରିଥିଲା । ପରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ ନବ ଦାସ । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରର ଆପୋଲ ହସପିଟାଲରେ ଭର୍ତ୍ତି କରଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଝିଥିଲେ। ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ନେଇ ଗୋପାଳକୁ ଗିରଫ କରାଯାଇଥିଲା । ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ ।  ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖଥିଲେ । ବର୍ଷକ ମଧ୍ୟରେ ନବଦାସଙ୍କ ହତ୍ୟାକାଣ୍ତ ଘଟଣାରେ କ୍ରାଇମବ୍ରାଞ୍ଚକୁ ସେଭଳି କିଛି ଠୋସ୍ ପ୍ରମାଣ ମିଳି ନଥିଲା। କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଏବେବି ଖୋଜୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳ ଦାସ ଉପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି ସତ କିନ୍ତୁ ଘଟଣାର ତଦନ୍ତ ଆଉ ଆଗକୁ ବଢୁନି। 

 

 

Read More
{}{}