Hindi News >>Home >>Odisha State

ଆଜି ପବିତ୍ର ମହରମ୍: ଭଦ୍ରକରେ ବ୍ୟାପକ ପ୍ରସ୍ତୁତି, ସମ୍ବଲପୁରରେ କଡ଼ାକଡ଼ି ହେଲା ଯାଞ୍ଚ ପ୍ରକ୍ରିୟା

Muharram 2023: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଠାରେ ମୋଟ ୪୧ଟି କାଫିଲା ବାହାରିବାକୁ ଥିବାବେଳେ, ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ଓ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ ପରିକ୍ରମା କରି ମଦିନା ମୈଦାନରେ ପହଁଞ୍ଚିବା ବୋଲି ଜଣାପଡ଼ିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Jul 29, 2023, 01:39 PM IST

Muharram 2023: ଆଜି ପବିତ୍ର ମହରମ୍ (Muharram 2023) । ସାରା ଦେଶରେ ମୁସଲମାନ୍ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ବେଶ ଉଲ୍ଲାସର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଏନେଇ ଭଦ୍ରକ ଜିଲ୍ଲା (Bhadrak) ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଠାରେ ମୋଟ ୪୧ଟି କାଫିଲା ବାହାରିବାକୁ ଥିବାବେଳେ, ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ଓ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ ପରିକ୍ରମା କରି ମଦିନା ମୈଦାନରେ ପହଁଞ୍ଚିବା ବୋଲି ଜଣାପଡ଼ିଛି । ସେପଟେ ଧାମନଗର ଓ ବାସୁଦେବପୁର ବ୍ଲକରେ ମଧ୍ଯ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଖୋଲି ଏମିତି ନୁହେଁ, ଡ୍ରୋନ୍ ଓ ସିସିଟିଭି କ୍ୟାମେରା ଜରିଆରେ ପୋଲସି ସ୍ଥିତି ଉପରେ ନଜର ରଖିଛି । ଏମିତି କି, ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ଏସପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉ କି, ସମ୍ବଲପୁରରେ (sambalpur) ଚଳିତ ବର୍ଷ ମହରମ୍ ଶୋଭାଯାତ୍ରା ବନ୍ଦ ରହିଥିବା ବେଳେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ମହରମ୍ କମିଟି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ବାହାର କରିପାରିବେ ନାହିଁ ବରଂ ନିଜ ନିଜ ପଡ଼ାରେ ଶୋଭାଯାତ୍ରା ବାହାର କରିପାରିବେ । କୌଣସି ବିଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତୁରନ୍ତ ପୋଲିସକୁ ଜଣାଇବା ସହ ଜିଲ୍ଲା ପ୍ରଶାସନର ଗାଇଡଲାଇନ ମାନିବାକୁ ସମସ୍ତ ମହରମ୍ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ମହରମ୍ ପର୍ବ (Muharram 2023) ପାଳନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ (Hanuman Jayanti) ଶୋଭାଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ତ (Sambalpur violence) ଘଟିଥିଲା । ପଥର ମାଡ଼ ସହ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ଯରେ ସଂଘର୍ଷ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଦଙ୍ଗାର ରୂପ ନେଇଥିଲା ।  ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର, ବାଇକ ଜାଳି ଦେଇଥିଲେ, ଖାଲି ଏତିକି ନୁହେଁ ଜିଲ୍ଲା ସ୍କୁଲ ଛକରୁ ଭିଜିଲାନ୍ସ ଅଫିସ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । ଏହି ହିଂସାକାଣ୍ତ ପରେ ଦୀର୍ଘ ୧୫ ଦିନ ଧରି ଜିଲ୍ଲାରେ କର୍ଫୁ (curfew in sambalpur) ଲାଗୁ କରାଯିବା ସହ ଇଣ୍ଟରନେଟ୍ ସେବାକୁ (Internet suspended ) ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ବହୁ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ସଂପୃକ୍ତ ବହୁ ଅଭିଯୁକ୍ତ ଏବେ ବି ହାଜତରେ ସଜା କାଟୁଛନ୍ତି ।

Also Read- ବନକଲାଗି ନୀତି ବିବାଦ: ସବ କମିଟି ବୈଠକ ପରେ ନରମିଲେ ଦତ୍ତ ମହାପାତ୍ର ସେବାୟତ, କିନ୍ତୁ ବାହାରିଲାନି ନିଷ୍କର୍ସ

ତେଣୁ ଏହି କାରଣରୁ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ (Peace Committee Meeting) ଚଳିତ ବର୍ଷ ମହରମ୍ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିଲା । ମହରମ୍ ପର୍ବ ସମୟରେ ସମ୍ବଲପୁରରେ ଏକ ବିଶାଳ  ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ତେଣୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହେଉ ସେନେଇ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତିନିଆଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତି ନେଇଛି । ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଥିଲେ ମଧ୍ଯ ଜିଲ୍ଲାବାସୀ ମହରମ୍ କୁ ବେଫକର ଭାବେ ପାଳନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Read More
{}{}