Hindi News >>Home >>Odisha State

MLA Saluga Pradhan: ଉପ ବାଚସ୍ପତି ପଦରେ ବିଜେଡିର ଆଦିବାସୀ ପ୍ରତିନିଧି: ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ପଦବୀରେ ଜଣେ ଆଦିବାସୀ ପ୍ରତିନିଧିଙ୍କୁ ଅଧିଷ୍ଠିତ କରିବାକୁ ଚିନ୍ତା କରିଛି ବିଜୁ ଜନତା ଦଳ। ଏହିକ୍ରମରେ ଜି.

Advertisement
MLA Saluga Pradhan: ଉପ ବାଚସ୍ପତି ପଦରେ  ବିଜେଡିର ଆଦିବାସୀ ପ୍ରତିନିଧି:  ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ
Stop
Zee Odisha Desk|Updated: Nov 20, 2023, 02:11 PM IST

MLA Saluga Pradhan: ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ପଦବୀରେ ଜଣେ ଆଦିବାସୀ ପ୍ରତିନିଧିଙ୍କୁ ଅଧିଷ୍ଠିତ କରିବାକୁ ଚିନ୍ତା କରିଛି ବିଜୁ ଜନତା ଦଳ। ଏହିକ୍ରମରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାମ ଘୋଷଣା କରିଛି। ନାମ ଘୋଷଣା ହେବା ପରେ ଶ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଆସନ୍ତା କାଲି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି। 

ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ। ଏହାପରେ ଏହି ପଦବୀ ଖାଲି ପଡ଼ିଥିଲା। ଶୀତକାଳୀନ ଅଧିବେଶନ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଥିବାରୁ ବିଜେଡି ପକ୍ଷରୁ ସାଲୁଗାଙ୍କ ନାଁ ଘୋଷଣା କରାଯାଇଛି। ୨୦୦୦ରୁ ୨୦୦୪ ବିଧାୟକ ରହିବା ପରେ ଶ୍ରୀ ପ୍ରଧାନ  ୨୦୧୯ରେ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।   ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଶ୍ରୀ ପ୍ରଧାନ ଦାରିଙ୍ଗିବାଡ଼ି ସରକାରୀ ହାଇସ୍କୁଲ୍‍ରୁ ଦ୍ୱାଦଶ ଶ୍ରେଣୀ ପାସ୍‍ କରିଛନ୍ତି। 

ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳର ସଭାପତି ନବୀନ ପଟ୍ଯନାୟକ ମୋ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି।  ତାଙ୍କର ନିର୍ଦ୍ଦେଶକୁ ମୁ ମାନିକି ଚଳିବି।  ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ଦେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି।

{}{}