Hindi News >>Home >>Odisha State

Odisha News: ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶିଲେ ତା' ପରେ...

Odisha News: ପୋଲିସକୁ ଖୁଲମ୍ ଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଅବସରପ୍ରାପ୍ତ ଅଧ୍ୟାପକ ଙ୍କୁ ଖଣ୍ଡାରେ ହାଣି ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ହସିଣା ଗ୍ରାମ ଷୋହଳ ନମ୍ବର ରାସ୍ତା କଡରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ଦୁଇ ଦୁର୍ବୁତ୍ତ ତାଙ୍କୁ ଖଣ୍ଡାରେ ହାଣିବା ସହ ନଗଦ ଚାଳିଶ ହଜାର ନଗଦ ଟଙ୍କା ଓ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇ ଯାଇଛନ୍ତି ।

Advertisement
 Odisha News: ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶିଲେ ତା' ପରେ...
Stop
Narayan Behera|Updated: Jul 25, 2024, 10:58 AM IST

Odisha News: ପୋଲିସକୁ ଖୁଲମ୍ ଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଅବସରପ୍ରାପ୍ତ ଅଧ୍ୟାପକ ଙ୍କୁ ଖଣ୍ଡାରେ ହାଣି ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ହସିଣା ଗ୍ରାମ ଷୋହଳ ନମ୍ବର ରାସ୍ତା କଡରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ ଦେବୀପ୍ରସାଦ ମିଶ୍ରଙ୍କ ଘରେ ପଶି ଦୁଇ ଦୁର୍ବୁତ୍ତ ତାଙ୍କୁ ଖଣ୍ଡାରେ ହାଣିବା ସହ ନଗଦ ଚାଳିଶ ହଜାର ନଗଦ ଟଙ୍କା ଓ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇ ଯାଇଛନ୍ତି ।

ALSO READ:  Guru Nakshatra Transit 2024: ଜୁଲାଇ ୩୧ରୁ ଏହିସବୁ ରାଶିଙ୍କର ଆରମ୍ଭ ହେଉଛି ଶୁଭଦିନ, ହେବ ଧନବର୍ଷା!

 

ଦୁଇ ଦୁର୍ବୁତ୍ତ ପ୍ରଥମେ ଦେବୀପ୍ରସାଦଙ୍କ ଘର ଭିତରକୁ ପ୍ରବେଶ କରି ଘରେ ଥିବା ଛୋଟ ପିଲା ବେକରେ ଧାରୁଆ ଖଣ୍ଡା ଲଗାଇ ଦେବୀପ୍ରସାଦଙ୍କ ବୋହୁ ପିନ୍ଧିଥିବା ସୁନା ଅଳଙ୍କାର ନେଇଥିଲେ । ଏହାପରେ ଘର ଭିତରେ ରଖାଯାଇଥିବା ଚାଳିଶ ହଜାର ଟଙ୍କା ସୁନା ନେଲାବେଳେ ଦେବୀପ୍ରସାଦ ଏହାର ପ୍ରତିବାଦ କରିବାରୁ ତାଙ୍କ ଦୁଇ ହାତକୁ ଖଣ୍ଡା ସାହାଯ୍ୟରେ ହାଣିଥିଲେ ।  ଲୁଟ କରିସାରି ଯିବାବେଳେ ସିସିଟିଭିର ହାଡଡିକ୍ସ ମଧ୍ଯ ଦୁର୍ବୁତ୍ତ ଦୁଇଜଣ ନେଇଯାଇଛନ୍ତି । ଭୟଭୀତ ଥିବା ଦେବୀପ୍ରସାଦ ଓ ତାଙ୍କ ପରିବାର ଭୟରେ ବାହାରକୁ ନ ବାହାରି ତାଙ୍କ ସମ୍ପର୍କୀୟ ଲୋକମାନଙ୍କୁ ଫୋନ ଯୋଗେ ଡାକି ଥାନାକୁ ଫୋନ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତ ପାଞ୍ଚଦିନ ତଳେ ଦୁଇଜଣ ଦୁର୍ବୁତ୍ତ ଏହିଭଳି ଖଣ୍ଡା ଧରି ରାସ୍ତାରେ ଯାଉଥିବା ଏକ ଶ୍ରମିକଙ୍କ ଠାରୁ ମୋଟରସାଇକେଲ ଛଡ଼ାଇ ନେଇଥିଲେ । ପାରାଦୀପ କୁଜଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଖଣ୍ଡାଧାରୀ ଦୁର୍ବୁତ୍ତ ମାନେ ଏବେ ଆତଙ୍କ ସୃଷ୍ଟି କରିଥିବା କୁହାଯାଉଥିବା ବେଳେ ପୋଲିସ ଏମାନଙ୍କୁ ତୁରନ୍ତ ଠାବ କରିବାକୁ ଦାବି ହେଉଛି। ତେବେ ଗତ ରାତ୍ର ୯ଟା ସମୟରେ ଦୁର୍ବୁତ୍ତ ମାନେ ଏଭଳି ଘଟଣା ଘଟାଇ ଫେରାର ହୋଇ ଯାଇଥିବା ବେଳେ ଘଟଣାକୁ ନେଇ ଜଗତସିଂହପୁର ଏସ୍.ପି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି।

Read More
{}{}