Hindi News >>Home >>Odisha State

Odisha News: ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର

Odisha News: ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ ଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ମାତ୍ର ଏକମାସ ମଧ୍ୟରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକମାସରୁ ଦେଢମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି।

Advertisement
Odisha News: ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର
Stop
Sanjaya Kumar Mohapatra|Updated: Apr 05, 2024, 08:52 AM IST

Odisha News: ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ ଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ମାତ୍ର ଏକମାସ ମଧ୍ୟରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକମାସରୁ ଦେଢମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ପିପିଲି ସବଡିଭିଜନରେ ୩୫ଜଣ, ନିମାପଡା ସବଡିଭିଜନରେ ୫୫ଜଣ,ସଦର ସବଡିଭିଜନରେ ୨୮ ଓ ପୁରୀ ସିଟି ସବଡିଭିଜନରେ ୨୭ଜଣଙ୍କୁ ପରିବାର ଜିମା ଦିଆଯାଇଛି। ଯେଉଁମାନଙ୍କର ବୟସ ୧୭ ବର୍ଷରୁ କମ ନାବାଳକ ଓ ନାବାଳିକା ମାନେ ନିଖୋଜ ଥିଲେ କିମ୍ବା ଘରଛାଡି ପଳାଇଥିଲେ ସେନେଇ ଥାନାରେ ରିପୋର୍ଟ ହୋଇଥିଲା। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ପେଶାଲ ଡ୍ରାଇଭ ଜାରୀ ରହିଛି ବୋଲି ଏସପି କହିଛନ୍ତି।

ସେପଟେ ଗତ ଜୁଲାଇ ୨୬ତାରିଖରେ ପୁରୀ ବଳିଆପଣ୍ଡା ଥାନା ଲାଇଟହାଉସ ନିକଟରୁ ନିଖୋଜ ହୋଇଯାଇଥିଲା ଜଣେ ପଇଡ ବ୍ଯବସାୟୀଙ୍କ ୬ବର୍ଷର ଶିଶୁ କନ୍ଯା। ଇତି ମଧ୍ୟରେ ୮ମାସ ବିତି ଯାଇଛି। କିନ୍ତୁ ନିଖୋଜ ଶିଶୁ କନ୍ଯାର ପତ୍ତା ମିଳିନାହିଁ। ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି। ପୁଲିସ ପକ୍ଷରୁ ଛାନବିନ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ସୁଫଳ ମିଳିନାହିଁ। ପରିବାର ପକ୍ଷରୁ ଏସପିଙ୍କୁ ବି ଅନେକ ଥର ଭେଟି ଗୁହାରୀ ଜଣାଇଛନ୍ତି। ଆଇୟୁସିଏଡବ୍ଲୁ ଡିଏସପି ଏହାର ତଦନ୍ତ ଦାୟିତ୍ବ ନେଇଥିଲେ।।

ଏବେ କ୍ରାଇମବ୍ରାଞ୍ଚର ସହାୟତା ନିଆଯାଇଥିଲା। ପୁରୀ ପୁଲିସ ଶିଶୁକନ୍ଯାର ପତ୍ତା ମିଳୁନଥିବାରୁ ପରିବାର ନିରାଶ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। ତେବେ ନିଖୋଜ ନାବାଳିକା ପରିବାର ର ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ଯେଉଁ ମାନେ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ଆସିଛି ସେମାନଙ୍କର ଲାଏଡିଟେକ୍ସନ ଟେଷ୍ଟ କରାଯିବା ପାଇଁ ଚିଠି ଲେଖାଯାଇଛି। ଯେଉଁ ମାନଙ୍କୁ ଚିହ୍ନିଛନ୍ତି ସେମାନଙ୍କର ଲାଏଡିଟେକ୍ସନ କରାଯିବ। ସେପଟେ ଯେଉଁ ବ୍ଯକ୍ତି ନେଇଛନ୍ତି ବୋଲି ତାର ମାଆ ବାପା ସନ୍ଦେହ କରୁଛନ୍ତି ତାର ପୋଟ୍ରେଟ କରାଯିବ। ଏନେଇ ଜଣେ ପୋଟ୍ରେଟ ଏକ୍ସପୋର୍ଟର ସହାୟତା ନିଆଯିବ। ପୋଟ୍ରେଟ ବିଭିନ୍ନ ଗଣମାଧ୍ୟମ ଓ ଥାନା ମାନଙ୍କରେ ଡିସପ୍ଲେ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

Read More
{}{}