Hindi News >>Home >>Odisha State

Matric Exam 2024: ବୋର୍ଡ ପରୀକ୍ଷା ପୂର୍ବରୁ ପଠାଗଲା ନମୁନା ପ୍ରଶ୍ନପତ୍ର, ଜାଣନ୍ତୁ କେମିତି ଉପକୃତ ହେବେ ପରୀକ୍ଷାର୍ଥୀ

Matric Exam 2024: ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରଶ୍ନପତ୍ରଗୁଡ଼ିକୁ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦେଶ ଦେଇଛନ୍ତି ।   

Advertisement
Matric Exam 2024: ବୋର୍ଡ ପରୀକ୍ଷା ପୂର୍ବରୁ ପଠାଗଲା ନମୁନା ପ୍ରଶ୍ନପତ୍ର, ଜାଣନ୍ତୁ କେମିତି ଉପକୃତ ହେବେ ପରୀକ୍ଷାର୍ଥୀ
Stop
Rasmita Sahoo|Updated: Dec 06, 2023, 10:45 AM IST

Matric Exam 2024: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି। 

ଓଡ଼ିଆ, ଇଂରାଜୀ, ହିନ୍ଦୀ,ସଂସ୍କୃତ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରେ ଗୋଟିଏ ଲେଖାଏଁ ସେଟ୍ ପ୍ରଶ୍ନପତ୍ର ପଠାଯାଇଛି। ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗରେ ପ୍ରଶ୍ନପତ୍ର ପଡିବ। ତେବେ ପିଲାଙ୍କ ପାଠପଢା ଓ ପରୀକ୍ଷା ଟେନସନକୁ (Board Exam Tension) ହାଲୁକା କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ୨୦୨୪ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରଶ୍ନପତ୍ରଗୁଡ଼ିକୁ ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଚିଠି ମାଧ୍ୟମରେ ଦିଆଯାଇଛି ।

ତେବେ ପରୀକ୍ଷା ଆରମ୍ଭରୁ ଏପରି ପ୍ରସ୍ତୁତି ପରୀକ୍ଷାର୍ଥୀଙ୍କୁ ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି। ପରୀକ୍ଷା ଚିନ୍ତାରୁ ମୁକ୍ତି ପାଇଁ ବୋର୍ଡ ଏପରି ନିଷ୍ପତ୍ତି (Matric Board Exam) ନେଇଛି। ସଦାବେଳେ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନରେ ପ୍ରଶ୍ନପତ୍ରକୁ ନେଇ ଦ୍ୱନ୍ଦ୍ୱ ରହିଥାଏ । ତେବେ ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଏକ ଭଲ ପଦକ୍ଷେପ ନେଇଛି । ହେଲେ ପ୍ରଶ୍ନ ଉଠୁଛି ଯେ, ଏହି ପ୍ରକ୍ରିୟା ଶୃଙ୍ଖଳିତ ଭାବେ ପରିଚାଳିତ କରାଯାଇପାରିବ ତ ? ଏହାସହ ଏସବୁର ଦାୟିତ୍ୱ ନିଜେ ଡିଇଓ ନେଇଛନ୍ତି । ଏହାସହ ରିମୋଟ ଏରିଆରେ ଏହି ବ୍ୟବସ୍ଥାକୁ କିପରି ସୁବ୍ୟବସ୍ଥିତ କରାଯିବ ତାହା ଏକ ଚ୍ୟାଲେଞ୍ଜ ଭାବେ ଉଭା ହେବ । ଅନ୍ୟପଟେ ଯଦି ଦେଖିବା ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଦାୟିତ୍ୱଜ୍ଞାନ ବୃଦ୍ଧି କରୁଥିବାର ଏକ ଉପାୟ ବା ପର୍ଯ୍ୟାୟ । ତେଣୁ ପରୀକ୍ଷା ଆଗରୁ ପିଲାଙ୍କୁ ସବୁ ଜିନିଷ ଯୋଗାଇଦେଲେ ସେମାନଙ୍କ ଗୁଣାତ୍ମକ ବା ଦାୟିତ୍ୱଜ୍ଞାନ ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ପାଇବ । 

ପରୀକ୍ଷା ପ୍ରଶ୍ନପତ୍ର ନମୁନା ପଠାଯିବା ପୂର୍ବରୁ ଆଗରୁ ଦଶମ ଶ୍ରେଣୀର ଏକ ଟେଷ୍ଟ ପରୀକ୍ଷା କରାଯାଉଥିଲା । ଯଦ୍ୱାରା ଏହି ପରୀକ୍ଷା ଦ୍ୱାରା ଏହା ସୂଚାଇଦିଆଯାଏ ଯେ, ବୋର୍ଡରେଯେଉଁ ପ୍ରଶ୍ନ ପତ୍ର ପଡ଼ିବ ତାହାର ଏକ ଝଲକ ମାତ୍ର। ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ (Board Of Secondary Education)  ନିଆଯାଇଥିବା ଏହି ନିଷ୍ପତ୍ତି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ କେତେ ସହାୟକ ହେବ ତାହା ଦେଖିବାର କଥା। 

Also Read: Konark Festival 2023: ଉଦଯାପିତ ହେଲା କୋଣାର୍କ ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Also Read: Cyclone Update: ଆଜିବି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Read More
{}{}