Hindi News >>Home >>Odisha State

Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା

Matric Exam 2024: ପ୍ରଥମ ଦିନ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନା କରୁଛି ଏଆଇ କଣ୍ଟ୍ରୋଲ ରୁମ୍ ।

Advertisement
Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା
Stop
Zee Odisha Desk|Updated: Feb 21, 2024, 07:06 AM IST

Matric Exam 2024: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ପ୍ରଥମ ଦିନ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନା କରୁଛି ଏଆଇ କଣ୍ଟ୍ରୋଲ ରୁମ୍ ।

ମାଧ୍ଯମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ କଣ୍ଟ୍ରୋଲ ରୁମ୍ ର ବ୍ୟବସ୍ଥା କରାଯାଇଛି । ସେଠାରେ ପରୀକ୍ଷା ନିୟନ୍ତ୍ରଣ ପାଇଁ ୭ଟି ସ୍କ୍ରିନ୍ ଲାଗିଛି । ଯେଉଁଠାରେ ପୂରା ରାଜ୍ୟର ୩ ହଜାର ୪୭ଟି କେନ୍ଦ୍ର ଉପରେ ନଜର ରଖାଯାଉଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ଦ୍ବାରା ଯୋଡ଼ାଯାଇଛି । ଏମିତିକି କିଛି ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ ଷ୍ଟ୍ରିମ୍ଂ ବ୍ୟବସ୍ଥା ମଧ୍ଯ କରାଯାଇଛି । ତେବେ ପରୀକ୍ଷାର ପ୍ରଥମ ଦିନରେ ୯ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବା ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି । ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ କପି କରି ଏମପି ହୋଇଛନ୍ତି ।

ତେବେ କପି ରୋକିବା ପାଇଁ ବୋର୍ଡ଼ ସ୍ତରରେ ୪୨ଟି, ଡ଼ିଇଓ ଲେବଲରେ ୭୨ଟି ସ୍କ୍ବାର୍ଡ଼ ଏହା ବ୍ୟତୀତ ଫ୍ଲାଇଙ୍ଗ ସ୍କ୍ବାର୍ଡ଼ ଓ ସ୍ଥାନୀୟ ପ୍ରଶାସନ ସ୍ତରରେ ସ୍କ୍ବାର୍ଡ଼ ଗଠନ କରାଯାଇଛି । ପରୀକ୍ଷାର୍ଥୀମାନେ ଯେପରି ବିନା ଭୟ ଓ ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପରବର୍ତ୍ତୀ ଇଂରାଜୀ ପରୀକ୍ଷା ଆସନ୍ତା ୨୩ ତାରିଖ ଦିନ ହେବ ।

Also Read- LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

Read More
{}{}