Hindi News >>Home >>Odisha State

Mamata Mahant: ଦଳ ସମେତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ମମତା ମହାନ୍ତ

Rajyasabha BJD MP mamata mahant resigned: ମମତା ମହାନ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଇସ୍ତଫା ଦେବାର କାରଣ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ ।

Advertisement
Rajyasabha BJD MP mamata mahant resigned
Stop
Jagdish Barik|Updated: Jul 31, 2024, 06:58 PM IST

ଭୁବନେଶ୍ଵର: ବିଜେଡି ସାଂସଦ ମମତା ମହାନ୍ତ ଆଜି (୩୧ ଜୁଲାଇ) ରାଜ୍ୟସଭା ସାଂସଦ ପଦରୁ  ଇସ୍ତଫା ଦେଇଛନ୍ତି। ଏନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ରାଜ୍ୟସଭାରେ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ ମହାନ୍ତ ଆଜି ସକାଳେ ନିଜର ଇସ୍ତଫା ପତ୍ର ପ୍ରଦାନ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । 

ଶ୍ରୀମତୀ ମହାନ୍ତ ନିଜ ଇସ୍ତଫା ପତ୍ରକୁ ତତ୍କାଳୀନ ଭାବେ ଗ୍ରହଣ କରାଯାଇଥିବା ନେଇ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି । ଏହାସହ ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ ଆସନ୍ତା ୨୦୨୬ ମସିହା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା ।

ଏହାକୁ ନେଇ ମମତା ମହାନ୍ତ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଏଥିରେ ରାଜ୍ୟସଭା ସଦସ୍ୟ ଓ ବିଜୁ ଜନତା ଦଳରୁ ଇସ୍ତପା ଦେବା ବିଷୟ ମଧ୍ୟ ଉଲ୍ଲେଖ କରିଛନ୍ତି। ମମତା ମହାନ୍ତ ନିଜ ପୋଷ୍ଟରେ ଲେଖିଛନ୍ତି, " ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।"

ମହାନ୍ତ ଆହୁରି ଆଗକୁ ଲେଖିଛନ୍ତି, "ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ।"

Also Read: NCERT ରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏପରି କରନ୍ତୁ ଆବେଦନ

Read More
{}{}