Hindi News >>Home >>Odisha State

ଚଳନ୍ତା ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀଯୁଗଳ

Lovers jumps: ସେହି ଗାଁର ଜଣେ ନାବାଳିକାଙ୍କ ସହ ଘନଶ୍ୟାମଙ୍କର ପ୍ରେମ ସଂପର୍କ ଥିଲା। ଭଲପାଇବାକୁ ସ୍ବୀକୃତି ନମିଳିବାରୁ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ।

Advertisement
ଚଳନ୍ତା ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀଯୁଗଳ
Stop
Zee Odisha Desk|Updated: Aug 20, 2024, 09:31 PM IST

କେସିଙ୍ଗା: ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଚରମ ନିଷ୍ପତ୍ତି ନେଇଛନ୍ତି। କଲହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ରେଳ ବ୍ରିଜରେ ମାଲବାହୀ ଟ୍ରେନ୍‌ ଯାଉଥିବା ବେଳେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପ୍ରେମିକ ଘନଶ୍ୟାମ ବାଗ ମୃତ୍ୟୁ ଶହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି। 

ଗୁରୁତର ଯୁବକ କଳାହାଣ୍ଡି କେସିଙ୍ଗା ଥାନା ବିନେକେଲା ଗାଁର ଘନଶ୍ୟାମ ବାଗ। ସେହି ଗାଁର ଜଣେ ନାବାଳିକାଙ୍କ ସହ ଘନଶ୍ୟାମଙ୍କର ପ୍ରେମ ସଂପର୍କ ଥିଲା। ଭଲପାଇବାକୁ ସ୍ବୀକୃତି ନମିଳିବାରୁ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ପ୍ରେମୀଯୁଗଳ। ଆଉ ମଙ୍ଗଳବାର ଟ୍ରେନ ଆଗକୁ ଡେଇଁପଡିଥିଲେ ଉଭୟ। 

ନାବାଳିକା ଟ୍ରେନ ସାମ୍ନାରେ ପଡିଯିବାରୁ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘନଶ୍ୟାମ ଟ୍ରେନ ଧକ୍କାରେ ଛିଟିକି ପଡି ରେଲୱେ ଟ୍ରାକ ପାଖରେ ଗୁରୁତର ହୋଇ ପଡିଥିଲେ। ଟ୍ରେନର ଡ୍ରାଇଭର ଟ୍ରେନ ଅଟକାଇ ଘନଶ୍ୟାମଙ୍କୁ ଟିଟିଲାଗଡ ଷ୍ଟେସନ ଯାଏ ଆଣି ପୋଲିସକୁ ହସ୍ତାନ୍ତର କରିଥିଲେ। ସେଠାରୁ ତୁରନ୍ତ ତାଙ୍କୁ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା।

Read More
{}{}