Hindi News >>Home >>Odisha State

Puri News: ଆଜି ରଥାରୂଢ ଶ୍ରୀଜୀଉଙ୍କ ନିକଟରେ ଚାଲିଛି ଦୈନନ୍ଦିନ ନୀତିକାନ୍ତି

Puri News: ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ମହାପ୍ରଭୂଙ୍କ ବାହୁଡା଼ ଯାତ୍ରା। ଆଡପମଣ୍ଡପରେ ଲିଳାଖେଳା ସାରି ବାହୁଡିଲେ ମହାପ୍ରଭୁ। ସଂନ୍ଧ୍ୟା ୭.୧୨ମିନିଟରେ ତାଳଧ୍ୱଜ ରଥ ଓ ୭.୪୧ରେ ଦର୍ପଦଳନ ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା। 

Advertisement
Puri News: ଆଜି ରଥାରୂଢ ଶ୍ରୀଜୀଉଙ୍କ ନିକଟରେ ଚାଲିଛି ଦୈନନ୍ଦିନ ନୀତିକାନ୍ତି
Stop
Zee Odisha Desk|Updated: Jul 16, 2024, 12:24 PM IST

Puri News: ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ମହାପ୍ରଭୂଙ୍କ ବାହୁଡା଼ ଯାତ୍ରା। ଆଡପମଣ୍ଡପରେ ଲିଳାଖେଳା ସାରି ବାହୁଡିଲେ ମହାପ୍ରଭୁ। ସଂନ୍ଧ୍ୟା ୭.୧୨ମିନିଟରେ ତାଳଧ୍ୱଜ ରଥ ଓ ୭.୪୧ରେ ଦର୍ପଦଳନ ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଉଣୀଙ୍କ ରଥ ପଛେପଛେ ଚାଲିଥିଲେ। ହେଲେ ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ଭେଟ ନିତି ପାଇଁ ନିତି ବିଳମ୍ବ ହୋଇଥିଲା। ମହାଲକ୍ଷ୍ମୀ ଚାହାଣି ମଣ୍ଡପ ନିତିସାରିଥିଲେ। ମହାପ୍ରଭୁ ମଧ୍ୟ ମହାପ୍ରଭୁଙ୍କୁ ଚାହିଁ ବସିଥିଲେ। 

ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ମଧ୍ଯସ୍ତି ସାଜିଥିଲେ। ବିରାଟ ପଟୁଆରରେ ମହାଲକ୍ଷ୍ମୀଙ୍କୁ ଆଣି ରାଜନହର ନିକଟରେ ରଥାରୂଢ ଜଗନ୍ନାଥଙ୍କୁ ଭେଟ କରାଇଥିଲେ। ପ୍ରାୟ ରାତି ୦୯ଟା ୧୫ରେ ଲକ୍ଷ୍ମୀ ନାରାୟଣ ଭେଟ ନିତି ସମ୍ପର୍ଣ୍ଣ ହିଥିଲା। ଶ୍ରୀ ନଅର ନିକଟ ରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଅନୁଷ୍ଠିତ ହେଲା ଲକ୍ଷ୍ମୀ ନାରାୟଣ ଭେଟ। ଶାନ୍ତି ଶୃଙ୍ଖଳା ରେ ରଥଯାତ୍ରା ଶେଷ ହୋଇ ଥିବାରୁ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। 

ସିଂହ ଦ୍ବାର ସାମୁଖ୍ ରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ମହାପ୍ରଭୁ ଙ୍କ କରୁଣାରୁ ରଥଯାତ୍ରା ଶାନ୍ତି ଶୃଂଖଳାରେ ଶେଷ ହେଇଥିବା କହିଲେ ମୁଖ୍ୟ ପ୍ରଶାସକ। ସେବାୟତ ମାନେ ସହଯୋଗ କରିଥିବାରୁ ଦେଲେ ଧନ୍ୟବାଦ୍। ରଥ ଉପରେ ମୋବାଇଲ ଫୋନ୍ କେହି ବ୍ୟବହାର କରି ନଥିବାରୁ ସେବାୟତଙ୍କୁ ଦେଲେ ଧନ୍ୟବାଦ୍। ରଥ ଉପରେ ଚଢ଼ି ଧରା ପଡ଼ିଥିବା ଅଣ ସେବାୟତଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ସୁନା ବେଶ ରେ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଚି ସବୁ ବ୍ୟବସ୍ଥା। ଭକ୍ତ ମାନେ ପ୍ରଶାସନର ନିୟମ ମାନି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେପଟେ  ବାହୁଡା ପହଣ୍ଡି ୧୦ଟା ୪୫ରେ ଆରମ୍ଭ ହୋଇ ପହଣ୍ଡି ଶେଷ ହୋଇଥିଲା। ଠାକୁର ରାଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନିରଥରେ ଛେରାପହଁରା କରିବା ପରେ ଅପରାହ୍ନ ୩.୨୫ରେ ପ୍ରଥମେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇ ୪.୧୫ରେ ସର୍ବଶେଷରେ ୪.୧୫ରେ ନନ୍ଦୀଘୋଷ ରଥ ଟଣା ହୋଇଥିଲା। 

ଅତି ସୃଙ୍ଖଳିତ ଭାବେ ବାହୁଡା ଯାତ୍ରା ସମ୍ପର୍ଣ୍ଣ ହୋଇଥିଲା। ବାହୁଡାଯାତ୍ରାରେ ପ୍ରାୟ ପାଞ୍ଚ ଲକ୍ଷ ଭକ୍ତ ଙ୍କ ଗହଳି ଲାଗିଥିଲା। ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହେଉଥିଲା। ଏହି ବାହୁଡା ଯାତ୍ରାରେ ରଥ ଟାଣିଲେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବାହୁଡା ଯାତ୍ରା ବେଶ୍ ସୃଙ୍ଖଳିତ ହୋଇଥିବାରୁ ସେବାୟତ, ପ୍ରଶାସନ, ପୁଲିସ ପ୍ରଶାସନ,ଅଗଣିତ ଭକ୍ତ ମାନଙ୍କୁ ଧନ୍ଯବାଦ ଜଣାଇଲେ। ରତ୍ନଭଣ୍ଡାର ନକଲି ଯାବି ଉପରେ ପଦକ୍ଷେପ ନିଆଯିବ ବୋଲି କହିଲେ ପୃଥ୍ୱୀରାଜ।। ଆସନ୍ତାକାଲି ମହାପ୍ରଭୁଙ୍କ ଦିବ୍ଯ ସୂନାବେଶ। ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ସୂନାବେଶ ଦର୍ଶନ କରିବେ ଲକ୍ଷଲକ୍ଷ ଭକ୍ତ। ନିତି ଓ ଦର୍ଶନ ବ୍ଯବସ୍ଥାକୁ ସୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଉଛି ବ୍ଯାପକ ପ୍ରସ୍ତୁତି। ସେପଟେ ଆଜି ରଥାରୂଢ ଶ୍ରୀଜୀଙ୍କ ନିକଟରେ ଚାଲିଛି ଦୈନନ୍ଦିନର ନିତିକାନ୍ତି।

Read More
{}{}