Hindi News >>Home >>Odisha State

Konark Festival 2023: ଉଦଯାପିତ ହେଲା କୋଣାର୍କ ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Konark Festival 2023: ଉଦଯାପିତ ହେଲା ୩୪ତମ କୋଣାର୍କ ମହୋତ୍ସବ (Konark Festival 2023) । କୋଣାର୍କ ମହୋତ୍ସବର ଉଦଯାପନୀ ସଂନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ। ବିଭିନ୍ନ ନୃତ୍ୟ ରସରେ ଝୁମିଲେ ଦର୍ଶକ  ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ଯଶିଳ୍ପୀ ମାନଙ୍କ ପ୍ରଦର୍ଶନ ସହ ଉଦଯାପିତ ହୋଇଥିଲା ୩୪ ତମ କୋଣାର୍କ ମହୋତ୍ସବ । 

Advertisement
Konark Festival 2023: ଉଦଯାପିତ ହେଲା କୋଣାର୍କ ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
Stop
Zee Odisha Desk|Updated: Dec 06, 2023, 10:30 AM IST

Konark Festival 2023: ଉଦଯାପିତ ହେଲା ୩୪ତମ କୋଣାର୍କ ମହୋତ୍ସବ (Konark Festival 2023) । କୋଣାର୍କ ମହୋତ୍ସବର ଉଦଯାପନୀ ସଂନ୍ଧ୍ୟା ଥିଲା ବେଶ୍ ଆକର୍ଷଣୀୟ। ବିଭିନ୍ନ ନୃତ୍ୟ ରସରେ ଝୁମିଲେ ଦର୍ଶକ  ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ଯଶିଳ୍ପୀ ମାନଙ୍କ ପ୍ରଦର୍ଶନ ସହ ଉଦଯାପିତ ହୋଇଥିଲା ୩୪ ତମ କୋଣାର୍କ ମହୋତ୍ସବ । କୋଣାର୍କ ଉତ୍ସବର ଅନ୍ତିମ ସନ୍ଧ୍ୟାକୁ ରସମୟ କରିବା ପାଇଁ ପ୍ରଥମ ଚରଣରେ ମଞ୍ଚ ପ୍ରବେଶ କରିଥିଲେ ନୃତ୍ୟ ଗୁରୁ କୁମୁ କୁମ ମହାନ୍ତି ଓ ଗୀତ ଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀଗଣ। ପାରମ୍ପରିକ ବିଧି ଓ ସମର୍ପଣ ଭାବର ପ୍ରକାଶକୁ ମଞ୍ଚସ୍ଥ କରିଥିଲା ମଞ୍ଚ ପୂଜା ଓ ହଂସ ଧ୍ଵନି ପଲ୍ଲବୀ। 

ବିଚିତ୍ର ରାମାୟଣ କାବ୍ଯର ବୈଦେହୀ ବିଳାସ ''''ହେ ବନଗିରି ହେ ଲତାଗିରି ମୋ କାନ୍ତ ଗଲେ ମୃଗ ମାରି'''' ର କରୁଣ ଦୃଶ୍ୟ ବିଚଳିତ କରିଥିଲା ଦର୍ଶକଙ୍କ ହୃଦୟ। ଓଡିଶୀର ଅନ୍ତିମ ପ୍ରସ୍ତୁତିରେ ଥିଲା ଅଭିନୟ ''''ମା ଭବାନୀ'''' । ସେହିଭଳି କଥକ ନୃତ୍ୟ ପରିବେଷଣ କରିଥିଲେ ସୂର୍ଯ୍ୟ ନାରାୟଣ ଉପାସନା ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ୟୋତି ଓ ରସ-ରୂପ ଓ ରଙ୍ଗର କଳାତ୍ମକ ନିବେଦନ ''''ରଙ୍ଗ ବସନ୍ତ''''। ରାଜକୀୟ ଆଟୋପକୁ ନେଇ ଦରବାର ନୃତ୍ୟ ସଙ୍ଗୀତର ଅନୁଭବ ଦେଇଥିଲା ଦରବାରୀ କାନଡାର ନୃତ୍ୟ ସରଞ୍ଚନା । ଗୁରୁ ଲୁନା ପୋନ୍ଦାର ଓ ପ୍ରେରଣା ଅନୁଷ୍ଠାନର ଶିଳ୍ପୀଙ୍କ ଉପସ୍ଥାପନା ସମବେତ ଦର୍ଶକଙ୍କୁ ଆନମନା କରିଥିଲା।

ସେପଟେ କୋଣାର୍କ ମହୋତ୍ସବ ସହିତ ଉଦଯାପିତ ହୋଇଛି ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ। ଅନ୍ତିମ ଦିବସରେ ଓଡିଶାର କଳା,ସ୍ଥାପତ୍ୟ ଓ ସଂସ୍କୃତି ଆଧାରରେ ''''ମାଣବସା ଗୁରୁବାର'''' ଏବଂ ''''ମନ୍ଦିର ମାଳିନୀ''''କୁ ନେଇ ପ୍ରଦର୍ଶିତ ହୋଇଥିଲା ଆକର୍ଷଣୀୟ କଳାକୃତି। ଯେଉଁଥିରେ ଭିନ୍ନ ଭିନ୍ନ ଆକୃତିର ମାଣବସା ଗୁରୁବାରର ଅବିକଳ କଳାକୃତି ଗଢିଥିବା ବେଳେ ଓଡିଶାର ବହୁ ମନ୍ଦିରର କଳାକୃତି ପ୍ରଦର୍ଶିତ କରାଯାଇଛି। ସେପଟେ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। 

ଏହି ମହୋତ୍ସବରେ ଦେଶ ଓ ବିଦେଶର ମୋଟ ୩୫ଟି ଷ୍ଟଲ ପାଇଁ ବହୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ନିଜ ନିଜର ଟିମ ସହ ସାମିଲ ହୋଇଥିଲେ। ଖୋଦ୍ ଏହି ମହୋତ୍ସବର ପରିଚାଳନା ଦାୟିତ୍ୱରେ ଥିଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ। ଅନ୍ତର୍ଜାତୀୟ ସ୍ତରରୁ ମୋଟ ୬ଟି ଦେଶ ଅର୍ଥାତ ଅଷ୍ଟ୍ରେଲିଆ, କେଚ ରିପବ୍ଲିକ, ଶ୍ରୀଲଙ୍କା, ରୁଷିଆ, ବେଲାରୁସ, ୟୁ.ଏସ.ଏ ଆଦି ଦେଶର ବାଲୁକାଶିଳ୍ପୀ ମାନେ ପ୍ରଦର୍ଶିତ କରିଥିଲେ ନିଖୁଣ କଳାକୃତି। ଜାତୀୟ ସ୍ତରରେ ବିହାର, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ, ତେଲେଙ୍ଗାନା ଏବଂ ତାମିଲନାଡୁ ଆଦି ୬ ଟି ରାଜ୍ୟର ବାଲୁକାଶିଳ୍ପୀ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜ୍ୟ ର ବିଭିନ୍ନ ଜିଲ୍ଲାର ଅନେକ ବାଲୁକାଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ।। ହେଲେ ଉଦଯାପନୀ ଦିବସରେ ବାଲୁକାଶିଳ୍ପୀ ମାନେ ନିଜର ଅନୁଭୂତି ବଖାଣିଥିଲେ। କିଭଳି ଥିଲା କୋଣାର୍କ ମହୋତ୍ସବର ଏହି ୫ଦିନ ର ସ୍ମରଣୀୟ ମୁହୂର୍ତ୍ତ।

ଅନ୍ୟ ପକ୍ଷରେ କୋଣାର୍କ ମହୋତ୍ସବ ପାଇଁ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ କୋଣାର୍କ ହେଲିପ୍ୟାଡରେ ଆୟୋଜିତ ମୀନା ବଜାରକୁ ଅନ୍ତିମ ଦିନରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନସାଧାରଣ ମାନେ ବେଶ ଉପଭୋଗ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଦକ୍ଷିଣ ଭାରତ ରେଳପଥର ପ୍ରବନ୍ଧକ ମନୋଜ ଶର୍ମା, ପର୍ଯ୍ୟଟନ ଅଧ୍ୟକ୍ଷ ଲେଲିନ ମହାନ୍ତି,ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। ହେଲେ ଚଳିତବର୍ଷ କୋଣାର୍କ ମହୋତ୍ସବ ପର୍ଯ୍ଯଟକଙ୍କ ହୃଦୟକୁ ବେଶ୍ ଛୁଇଁ ଥିବା ବେଳେ ପୁଣି ଅପେକ୍ଷା ଆସନ୍ତା ବର୍ଷର ଏହି ଆକର୍ଷଣୀୟ ମୁହୁର୍ତ୍ତକୁ।।

 

Read More
{}{}