Hindi News >>Home >>Odisha State

Odisha News: ସ୍ଥାନର ନାମ ଫାଶକୁଦା, ଜାଣନ୍ତୁ ନାଁ ପଛରେ ରହସ୍ୟ?

Odisha News: ସମ୍ବଲପୁରର ଫାଶୀସ୍ଥଳ ଫାଶକୁଦା (Famous Historical Place fasakuda) । ଏହି ଫାସକୁଦା ଅଞ୍ଚଳଟି ସମ୍ବଲପୁର ସହରର ମହାନଦୀ କୂଳରେ ଅବସ୍ଥିତ । ଏହି ଅଞ୍ଚଳଟିର ଚାରିଆଡେ ମହାନଦୀର  ଜଳ ଓ ମଧ୍ୟସ୍ଥଳରେ କୁଦ ଭଳି ରହିଥିବାରୁ ଏହାର ନାଁ ଫାସକୁଦା ବୋଲି ରଖାଯାଇଥିଲା ବୋଲି ଐତିହାସିକ ମତ ଦେଇଛନ୍ତି  । 

Advertisement
Odisha News: ସ୍ଥାନର ନାମ ଫାଶକୁଦା, ଜାଣନ୍ତୁ ନାଁ ପଛରେ ରହସ୍ୟ?
Stop
Ajay Kumar Nath|Updated: Feb 07, 2024, 10:45 AM IST

Odisha News: ସମ୍ବଲପୁରର ଫାଶୀସ୍ଥଳ ଫାଶକୁଦା (Famous Historical Place fasakuda) । ଏହି ଫାସକୁଦା ଅଞ୍ଚଳଟି ସମ୍ବଲପୁର ସହରର ମହାନଦୀ କୂଳରେ ଅବସ୍ଥିତ । ଏହି ଅଞ୍ଚଳଟିର ଚାରିଆଡେ ମହାନଦୀର  ଜଳ ଓ ମଧ୍ୟସ୍ଥଳରେ କୁଦ ଭଳି ରହିଥିବାରୁ ଏହାର ନାଁ ଫାସକୁଦା ବୋଲି ରଖାଯାଇଥିଲା ବୋଲି ଐତିହାସିକ ମତ ଦେଇଛନ୍ତି  । ସମ୍ବଲପୁର ସହର ଠାରୁ  ବାହାରେ ଓ ଚାରିଆଡେ ଜଳ ରହି ଥିବା କାରଣରୁ ସେହି ଟାପୁକୁ କାରାଗାର ଭାବରେ ବ୍ୟବହାର କରାଯାଉଥିଲା ବୋଲି କୁହାଯାଇଛି  । ଐତିହାସିକ ମତ ଅନୁଯାୟୀ ୧୮୪୯ ମସିହା ପୂର୍ବରୁ ଏହି ଫାସକୁଦା ଅଞ୍ଚଳଟି ରାଜା ରାଜୁଡାମାନେ କଏଦୀଙ୍କୁ ରଖିବା ପାଇଁ ଜେଲ ବା କାରାଗାର ଭାବରେ ବ୍ୟବହାର କରୁଥିବା ବେଳେ ସେଠାରେ ଅପରାଧୀଙ୍କ ମୃତ୍ୟୁଦଣ୍ତ(ଫାଶୀ) ଦେବା ପାଇଁ ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ  ।

୧୮୪୯ ମସିହାରେ ସମ୍ବଲପୁରର ରାଜା ନାରାୟଣ ସିଂ ଙ୍କ ମୃତ୍ୟୁ ପରେ ଇଂରେଜ ମାନେ ସମ୍ବଲପୁରକୁ କବ୍ଜା କରିଥିଲେ । ସେହି ଫାସକୁଦା ଜେଲର  ନବୀକରଣ କରି  ୧୮୫୦ ମସିହା ରେ ଦୁଇ ସହ ଟଙ୍କା ଖର୍ଚ୍ଚ କରିଥିଲେ । ଯାହାର ଭଗ୍ନାବଶେଷ ୨୦୦୫ ମସିହା ପର୍ଯ୍ୟନ୍ତ ସେହି ଅଂଚଳ ରେ ରହିଥିବା ଜଣାପଡିଛି। ପରବର୍ତୀ ସମୟରେ ରିଙ୍ଗ ରୋଡ଼ ନିର୍ମାଣ ପାଇଁ ସେଠାରୁ ମାଟି ଅଣାଯାଇଥିଲା ଯାହା ଦ୍ଵାରା ସେ ସବୁ ନିଶ୍ଚିହ୍ନ ହୋଇଯାଇଥିବାର ଜଣା ପଡିଛି । ମହାନ ସ୍ୱାଧୀନତା  ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସହ ଯେଉଁ ମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଘେଂସ ଜମିଦାର ମାଧୋ ସିଂହ ।

ତାଙ୍କୁ ମଧ୍ୟ ଇଂରେଜ ମାନେ ଏହି ଫାସକୁଦାରେ ଫାଶୀ ଦେଇଥିଲେ ବୋଲି ଐତିହାସିକ ମତ ରହିଛି । ଏହା ସହ ଏଠାରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ।  ଅନେକଙ୍କୁ ଏଠାରେ ଦଣ୍ତ ପ୍ରଦାନ କରାଯାଇଥିବାର ମୁକସାକ୍ଷୀ ଏହି ଫାସକୁଦା । ଏହାର ରାକ୍ଷଣା ବେକ୍ଷଣ ଅଭାବରୁ ଏଭଳି ଏକ କାରାଗାର ବା ( ଫାଶୀ ସ୍ଥଳ) ଲୁପ୍ତ  ଏକ ପ୍ରକାର ଲୁପ୍ତ ହେବାକୁ ବସିଲାଣି।  ଯାହାକୁ ପରବର୍ତ୍ତି ପିଢ଼ି ଆଉ ଜାଣି ପାରିବେ ନାହିଁ। ସେଥିପାଇଁ ଏହି ଅଞ୍ଚଳକୁ ଲୋକଲୋଚନକୁ ଆଣିଲେ। ଏବଂ ଏହାର ରକ୍ଷଣା ବେକ୍ଷଣ କଲେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ସହ ସ୍ଥାନୀୟ ଲୋକଙ୍କର ରୋଜଗାର ବି ବଢିବ। 

Read More
{}{}