Hindi News >>Home >>Odisha State

Droupadi Murmu: ଓଡ଼ିଶାରେ ରାଷ୍ଟ୍ରପତି, ମଧ୍ୟାହ୍ନ ଭୋଜନରେ ମହାମହିମଙ୍କୁ ପରଷା ଯିବ ଏହି ସବୁ ଖାଦ୍ୟ

President Droupadi Murmu Odisha Visit: ସବୁ କଳ୍ପନାର ଅନ୍ତ ଶେଷ ହୋଇଛି। ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Odisha Visit)। ସୋମବାର ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ଣ ପ୍ରାୟ ୧୦.୪୫ ମିନିଟରେ ବାରିପଦାର ସ୍କୁଲ ପଡ଼ିଆ ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି ମହାମହିମ  । ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି କଣ ଖାଇବେ ତାହାର ମେନୁ ବର୍ତ୍ତମାନ ସାମ୍ନାକୁ ଆସିଛି...    

Advertisement
Droupadi Murmu: ଓଡ଼ିଶାରେ ରାଷ୍ଟ୍ରପତି, ମଧ୍ୟାହ୍ନ ଭୋଜନରେ ମହାମହିମଙ୍କୁ ପରଷା ଯିବ ଏହି ସବୁ ଖାଦ୍ୟ
Stop
Zee Odisha Desk|Updated: Nov 20, 2023, 12:55 PM IST

President Droupadi Murmu Odisha Visit: ସବୁ କଳ୍ପନାର ଅନ୍ତ ଶେଷ ହୋଇଛି। ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Odisha Visit)। ସୋମବାର ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ଣ ପ୍ରାୟ ୧୦.୪୫ ମିନିଟରେ ବାରିପଦାର ସ୍କୁଲ ପଡ଼ିଆ ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି ମହାମହିମ  । ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ପହଞ୍ଚି ତାଙ୍କୁ ପାଛୋଟି ନେଇଥିଲେ। ରାଷ୍ଟ୍ରପତି ହେବା ପରେ ଏହା ଦ୍ୱିତୀୟ ଥର ପାଇଁ ମୟୂରଭଞ୍ଜ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଏହାବି ପଢନ୍ତୁ : Gold Rate: ବିବାହ ସିଜିନ ପୂର୍ବରୁ ଖସିଲା ସୁନା ଦର, ଚେକ୍ କରନ୍ତୁ ଆଜିର ରେଟ୍

ପ୍ରଥମେ ବାରିପଦାର ସହିଦ ସ୍ମୃତି ଭବନରେ ଠାରେ ୧୧ଟା  ୨୫ରୁ  ୧୨ଟା ୨୫  ପର୍ଯ୍ୟନ୍ତ ସାନ୍ତାଳୀ ଲେଖକ ସଂଘ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ, ବାରିପଦା ସ୍ଥିତ ସର୍କିଟ ହାଉସ୍ ଠାରେ ମଧ୍ୟାହ୍ନ ଭୋଜନ କରିବେ । ରାଷ୍ଟ୍ରପତି ଭବନରୁ ଆସିଥିବା ମେନୁ ଅନୁସାରେ ମହାମହିମଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମିଳିଥିବା ସୁଚନା ଅନୁସାରେ,  ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି, ଜହ୍ନି ତରକାରୀ, ପରିବା ସିଝା ତରକାରୀ, ବଥୁଆ ଶାଗ, ହରଡ ଡାଲି , ବାଜରା ରୁଟି, ମୁଗେଇ ଚାଉଳ ଭାତ, ମିଠା ଦହି, ଗ୍ରୀନ ସାଲାଡ୍ ,ପାମ୍ପଡ ଓ ରସମଲେଇ ଖାଇବେ । ତେବେ, ମହାମହିମଙ୍କ ମଧ୍ୟାହ୍ନ ଭୋଜନରେ ଏହି ସବୁ ବ୍ୟଜ୍ଞନ ପରଷା ଯିବ ବୋଲି ଜଣାପଡିଛି। 

ମଧ୍ୟାହ୍ନ ଭୋଜନ ପରେ ସେ ୧୮ ନମ୍ବର ଜାତୀୟ ମାର୍ଗ ଦେଇ କୁଳିଅଣା ସ୍ଥିତ ପାଣିଜିଆ ଠାରେ ୨ଟା ୩୫ରୁ ୩ଟା ୧୫ ପର୍ଯ୍ୟନ୍ତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଇରଙ୍ଗପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି।  ଏହାପରେ ରାତ୍ରି ସମୟରେ ରାଇରଙ୍ଗପୁର ନିଜସ୍ବ ଘରେ ରାତ୍ରିଯାନ କରିବା ପରେ ଆସନ୍ତାକାଲି ( ୨୧ ତାରିଖ)ରେ ପ୍ରଥମେ ୮.୧୫ ରୁ ୯ଟା ୧୫ ପର୍ଯ୍ୟନ୍ତ ଲେଟ୍ ଶ୍ୟାମ ଚନ୍ଦ୍ର ମୁର୍ମୁଙ୍କୁ ମାଲ୍ୟାର୍ପଣ କରି ପାହାଡ଼ପୁର ଏସଏଲଏସ୍ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବାଦାମପାହାଡ ଠାରେ ରେଳସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା । ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ଟ୍ରେନ ଯୋଗେ ଆସି ପହଞ୍ଚିବେ। ଏହା ପରେ ରାଇରଙ୍ଗପୁର ଠାରେ ପୋଷ୍ଟଲ କାର୍ଯ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାପରେ ୧୧ଟା ୪୫ରେ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବାର କାର୍ଯକ୍ରମ ରହିଛି। ଯାହାକୁ ନେଇ ଜିଲ୍ଲା ବାସୀଖୁସି ଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

Read More
{}{}