Hindi News >>Home >>Odisha State

Gandhi jayanti 2023: ଯାଜପୁରର ୬୮ ବର୍ଷିୟ ନିଶିତଙ୍କୁ ନେଇ ଚର୍ଚ୍ଚା, ପ୍ରତିଦିନ କରନ୍ତି ଗାନ୍ଧୀଙ୍କ ପୂଜା

Gandhi jayanti 2023: ସତ୍ୟ ଓ ଅହିଂସାର ପୂଜାରୀ ତଥା ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ ନେଇ ଅନୁପ୍ରାଣିତ ହେଉଥିବା ଜଣେ ବ୍ୟକ୍ତି । ସେ କୁହନ୍ତି ମୋ ବାପାଙ୍କ ମୃତ୍ୟୁ ପରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ମୋ ବାପା ବୋଲି ଭାବିଛି । ଯାଜପୁର ଜିଲ୍ଲା ହାବିଲ ବଜାରରେ ବାସ କରୁଥିବା ଶ୍ରୀଯୁକ୍ତ ନିଶିତ କୁମାର ଦାସ । ସେ ବ୍ୟାଙ୍କରେ କାର୍ଯ୍ୟକରୁଥିବା ବେଳେ ଏବେ ଅବସର ନେଇଛନ୍ତି ଏବଂ ଗାନ୍ଧୀଙ୍କ ନୀତି ଆଦର୍ଶକୁ ପିଢୀ ପରେ ପିଢୀ ପହଞ୍ଚାଇବାକୁ ସଂକଳ୍ପ ଚେଷ୍ଟା କରୁଛନ୍ତି ।

Advertisement
Gandhi jayanti 2023: ଯାଜପୁରର ୬୮ ବର୍ଷିୟ ନିଶିତଙ୍କୁ ନେଇ ଚର୍ଚ୍ଚା, ପ୍ରତିଦିନ କରନ୍ତି ଗାନ୍ଧୀଙ୍କ ପୂଜା
Stop
Soubhagya Ranjan Mishra|Updated: Oct 02, 2023, 06:30 AM IST

Gandhi jayanti 2023: 'ଅହିଂସା ମାନବର ପରମ ଧର୍ମ' ଅହିଂସା କାରଣରୁ ଆମକୁ ମିଳିଛି ସ୍ୱାଧୀନତା । ସେହି କଥାକୁ ଉଜ୍ଜିବୀତ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥି ତଥା ଅକ୍ଟୋବର ୨ (October 2) ତାରିଖରେ ଜାତିର ପିତା ଙ୍କୁ ଗାଁଠୁ ସହର ସବୁଠି ବିଦ୍ୟମାନ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ମୁତିଚାରଣ କରିଥାଉ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି । ଆମ ଦେଶକୁ ସ୍ୱାଧୀନତା ଦେବା ପାଇଁ ମୋହନ ଦାସ କରମଚାନ୍ଦ ଗାନ୍ଧୀ (mohandas karamchand gandhi)ଙ୍କର ଅବଦାନ ଅତୁଳନୀୟ । ତେଣୁ ଦେଶର ପ୍ରତ୍ୟକ ସ୍ୱାଧୀନତା ନାଗରିକଙ୍କ ପାଇଁ ଆଜି ଦିନ ବେଶ୍ ସ୍ୱତନ୍ତ୍ର । ଆଜି ଜାତିର ପିତାଙ୍କ ୧୫୪ ତମ ଜନ୍ମବାର୍ଷିକୀ ତଥା ଗାନ୍ଧୀ ଜୟନ୍ତୀ । ଆଜି ଦିନରେ ଆମେ ବାପୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦେଶ ପାଇଁ ତାଙ୍କ ଅବଦାନକୁ ମନେ ପକାଇଥାଉ । ସ୍ୱାଧୀନତାର ୭୬ ବର୍ଷ ଅତିକ୍ରମ କରିଛି ଆଉ ଏହି ସ୍ୱାଧିନ ଦେଶରେ ବର୍ତ୍ତମାନ ଅନେକ ଲୋକ ଅଛନ୍ତି ଯେଉଁମାନେ ଗାନ୍ଧୀଙ୍କ ଆଦର୍ଶକୁ ଭଲ ପାଇବା ସହିତ ପୂଜା ମଧ୍ୟ କରିଥାନ୍ତି । ଆଜି ଆପଣଙ୍କୁ ସେପରି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବୁ ।

ଯାଜପୁର ଜିଲ୍ଲା ହାବିଲ ବଜାରରେ ବାସ କରୁଥିବା ନିଶିତ କୁମାର ଦାସ । ୬୮ ବର୍ଷ ବୟସ୍କ ନିଶିତ ବୃତ୍ତିଗତ ଜୀବନରେ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ବର୍ତ୍ତମାନ କିନ୍ତୁ ସେ ଅବସର ନେଇସାରିଛନ୍ତି । ନା ସେ ଗାନ୍ଧୀଜୀଙ୍କୁ କେବେ ଦେଖିଛନ୍ତି ନା ସ୍ୱାଧୀନତା ପାଇଁ ତାଙ୍କର କୌଣସି ଯୋଗଦାନ ଅଛି ତଥାପି ସେ ଗାନ୍ଧୀଜୀଙ୍କୁ ଭଗବାନ ବୋଲି ମାନିଥାନ୍ତି । ଗାନ୍ଧୀଙ୍କ ନୀତି ଆଦର୍ଶକୁ ସଭିଙ୍କ ନିକଟରେ ପହଞ୍ଚାଇବାକୁ ସେ ସଂକଳ୍ପ ଚେଷ୍ଟା କରୁଛନ୍ତି । କି ଖରା କି ଶୀତ ପ୍ରତିଦିନ ସକାଳ ୬ଟା ବାଜିଲେ ଯାଜପୁରର ଗାନ୍ଧୀଛକରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ସେ ପହଞ୍ଚିଯାଆନ୍ତି । ଫୁଲ ମାଳ ଦୀପ, ଚନ୍ଦନ ଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ ପୂଜା କରନ୍ତି । ଏପରି କାମ ପାଇଁ ସେ କାହାଠାରୁ ମଧ୍ୟ କୌଣସି ଟଙ୍କା ନିଅନ୍ତି ନାହିଁ । ନିଜସ୍ୱ ଟଙ୍କାରେ ନିଶିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିର ସେବା କରନ୍ତି । ସତେ ଯେମିତି ନିଶିତଙ୍କ ପାଇଁ ପ୍ରତ୍ୟକ ଦିନ ଗାନ୍ଧୀ ଜୟନ୍ତୀ । ପ୍ରତିଦିନ ପୂଜା ସାରିବା ପରେ ଘରକୁ ଫେରିବା ବାଟରେ ଯାହାକୁ ବି ଦେଖନ୍ତି ସମସ୍ତଙ୍କୁ ଚକଲେଟ ଦିଅନ୍ତି ନିଶିତ । ଏଥିସହିତ ଆମ ଦେଶ ପାଇଥିବା ସ୍ୱାଧୀନତା ପଛରେ ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ସେ ଲୋକମାନଙ୍କୁ କୁହନ୍ତି ।

ନିଶିତଙ୍କ କହିବା ଅନୁସାରେ ସେ ଦୀର୍ଘ ୫୫ ବର୍ଷ ହେବ ଗାନ୍ଧୀଜୀଙ୍କର ଏପରି ସେବା କରିଆସୁଛନ୍ତି । ସେଥିପାଇଁ ତାଙ୍କୁ ମିଳିଛି ଏକ ନୂଆ ନାମ । ଯାଜପୁର ଟାଉନ ଅଞ୍ଚଳରେ ଲୋକମାନେ ତାଙ୍କ କୁହନ୍ତି ଗାନ୍ଧୀବାଦୀ ପୁରୁଷ । କେବଳ ସେତିକି ନୁହେଁ ନିଶିତ ମାନବ ସେବାରେ ମଧ୍ୟ ନିଜଙ୍କୁ ସମର୍ପି ଦେଇଛନ୍ତି । ବୃକ୍ଷ ରୋପଣଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ କରନ୍ତି । ତାଙ୍କ ଏହି କାର୍ଯ୍ୟକ୍ରମ ପାଇଁ ସେ ଅନେକ ଜାଗାରୁ ପୁରସ୍କୃତ ହେବା ସହିତ ଯାଜପୁର ଜିଲ୍ଲାପାଳଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଜୀ ଓଡ଼ିଶା ନ୍ୟୁଜକୁ ପ୍ରତିକ୍ରିୟା ଦେଇ ନିଶିତ କହିଛନ୍ତି ଯେ, ମୁଁ ଯେତେଦିନ ବଞ୍ଚିଥିବି ସେତେଦିନ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କର ଗୁଣଗାନ କରିବା ସହିତ ପ୍ରତିମୂର୍ତ୍ତିକୁ ପୂଜା କରୁଥିବି ।

Also Read- Cricket News: ଆଗରୁ ଦୁଇଟି ଷ୍ଟମ୍ପରେ ଖେଳା ଯାଉଥିଲା କ୍ରିକେଟ୍, କେମିତି ‘ଦୁଇ’ରୁ ‘ତିନି’ ହେଲେ ଷ୍ଟମ୍ପ ?

Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର

Read More
{}{}