Hindi News >>Home >>Odisha State

ବୈତରଣୀ ବଲ୍ଲଭୀ ଏବଂ ମହାନଦୀ ଗଡଗଡିଆରେ ଅଘଟଣ, ଭାସିଗଲେ କାଉଡିଆ

କଟକ ମହାନଦୀ ଗଡଗଡିଆ ଘାଟରେ ମଧ୍ୟ ଅଘଟଣ ଘଟିଛି । ପାଣି ଉଠାଇବା ସମୟରେ ନଦୀର ପ୍ରଖର ସ୍ରୋତରେ ୨ କାଉଡିଆ ଭାସି ଯାଇଥିଲେ ।

Advertisement
ବୈତରଣୀ ବଲ୍ଲଭୀ ଏବଂ ମହାନଦୀ ଗଡଗଡିଆରେ ଅଘଟଣ, ଭାସିଗଲେ କାଉଡିଆ
Stop
Soubhagya Ranjan Mishra|Updated: Jul 28, 2024, 09:03 PM IST

କଟକ/ଯାଜପୁର: ରାତି ପାହିଲେ ଶ୍ରାବଣ ସୋମବାର ତେଣୁ ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଉଠାଇ ଯାତ୍ରା କରିଛନ୍ତି । କିନ୍ତୁ ଜଳଲାଗି ପୂର୍ବରୁ ଜଳସମାଧୀ ନେଇଛନ୍ତି ଜଣେ କାଉଡିଆ । ମୃତ କାଉଡିଆଙ୍କ ନାମ ପ୍ରଶାନ୍ତ ବେହେରା ତାଙ୍କ ଘର ଭଦ୍ରକ ଭଣ୍ଡାରିପୋଖରୀ ପୁରୁଷୋତ୍ତମପୁର ଗାଁରେ ବୋଲି ଜଣାପଡିଛି । ସୋମବାର ଦିନ ଆରଡି ଆଖଣ୍ଡଳମଣୀ ପୀଠରେ ଜଳ ଲାଗି କରିବା ପାଇଁ ପ୍ରଶାନ୍ତ ବୈତରଣୀ ବଲ୍ଲଭୀ ଘାଟରୁ ପାଣି ଉଠାଉଥିଲେ । କିନ୍ତୁ ଗୋଡ ଖସିଯିବା କାରଣରୁ ସେ ଗଭୀର ଜଳକୁ ଭାସିଯାଇଥିଲେ । ଅନ୍ୟ କାଉଡିଆମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀକୁ ଖବର ଦେବାପରେ ତୁରନ୍ତ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀ ମଧ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟ ଖୋଜିବା ପରେ କାଉଡିଆଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ତୁରନ୍ତ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତରଖାନାରେ ଡାକ୍ତର କାଉଡିଆ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଆଜି କଟକ ମହାନଦୀ ଗଡଗଡିଆ ଘାଟରେ ମଧ୍ୟ ଅଘଟଣ ଘଟିଛି । ପାଣି ଉଠାଇବା ସମୟରେ ନଦୀର ପ୍ରଖର ସ୍ରୋତରେ ୨ କାଉଡିଆ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ସମୟରେ ଅନ୍ୟଜଣେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ କାଉଡିଆଙ୍କ ଘର ଭୁବନେଶ୍ୱରରେ ବୋଲି କୁହାଯାଉଛି । ଉଦ୍ଧାର ହୋଇଥିବା କାଉଡିଆ ଜଣକ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

Also Read- Lucky Zodiac Sign: ୨୯ ଜୁଲାଇରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୧ ମୃତ

Read More
{}{}