Hindi News >>Home >>Odisha State

ବରମୁଣ୍ଡା ବସଷ୍ଟାଣ୍ଡକୁ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ କରାଯାଉ କଳିଙ୍ଗ ସେନା

ବସ୍‌ଷ୍ଟାଣ୍ଡରେ ୨୪ ଘଣ୍ଟିଆ ଜଗନ୍ନାଥଙ୍କ ଭଜନ ସହିତ ଛଡା ତୁଳସୀ ଦେବାର ବ୍ୟବସ୍ଥା ହେଉ

Advertisement
ବରମୁଣ୍ଡା ବସଷ୍ଟାଣ୍ଡକୁ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ କରାଯାଉ କଳିଙ୍ଗ ସେନା
Stop
Soubhagya Ranjan Mishra|Updated: Nov 19, 2023, 08:06 PM IST

ଭୁବନେଶ୍ୱର : ରାଜଧାନୀର ବରମୁଣ୍ଡା ଠାରେ ଉଦଘାଟିତ ହେବାକୁ ଥିବା ରାଜ୍ୟର ପ୍ରଥମ ଆନ୍ତଃରାଜ୍ୟ ବସ୍ ରହଣୀ ସ୍ଥଳକୁ ଓଡ଼ିଶାର କୁଳଦେବତା ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିବା ପାଇଁ ସେନା ସୁପ୍ରିମୋ ହେମନ୍ତ ରଥ ଦାବି କରିଛନ୍ତି । ସେନା ସୁପ୍ରିମୋ ଶ୍ରୀ ରଥ ଆଜି ଏଠାରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ କହିଛନ୍ତି ଯେ, ରାଜଧାନୀରେ ୧୫ଏକର ଜମି ଉପରେ ପ୍ରତିଷ୍ଠା ହୋଇଥିବା ଏହି ବସ ଷ୍ଟାଣ୍ଡଟିର ନାମ ଶ୍ରୀଜଗନ୍ନାଥ ଆନ୍ତଃରାଜ୍ୟ ବସ୍ ରହଣୀ ସ୍ଥଳ ନାମ ରଖାଯାଉ । ଏହାଦ୍ୱାରା ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଓଡ଼ିଆମାନଙ୍କର ଅନୁରକ୍ତି ପୁଣିଥରେ ପ୍ରମାଣିତ ହେବ ।

ଶ୍ରୀ ରଥ କହିଛନ୍ତି ଯେ, ରାଜ୍ୟ ପାଇଁ ଗୌରବ ବହନ କରିବାକୁ ଯାଉଥିବା ଏହି ଆର୍ନ୍ତଜାତୀୟ ସ୍ତରର ବସ୍ ଟର୍ମିନାଲକୁ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରବା ସହିତ ଏହା ପରିସରରେ ଶ୍ରୀଜଗନ୍ନାଥ ଓ ପୁରୀ ମନ୍ଦିରର ପ୍ରତିକୃତ ଶୋଭାପାଉ । ସେଭଳି ଟର୍ମିନାଲ ମଧ୍ୟରେ ୨୪ ଘଣ୍ଟିଆ ଭଜନ ବଜାଇବାର ବ୍ୟବସ୍ଥା କରନ୍ତୁ, ଯାହା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଏଠାରେ ଆଧ୍ୟାତ୍ମିକ ଭାବ ପାଇପାରିବେ । ସେହିଭଳି ଟର୍ମିନାଲ ପରିସରରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ଏକ ଶାଖା ଖୋଲାଯାଇ ସେଠାରେ ଦାନ ଗ୍ରହଣ ସହିତ ଭକ୍ତମାନଙ୍କୁ ମାଗଣାରେ ଶ୍ରୀଜଗନ୍ନାଥଙ୍କ ଛଡା ତୁଳସୀ ଓ ପ୍ରସାଦ ଦେବାର ବ୍ୟବସ୍ଥା କରାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ସେନାର ଉପସଭାପତି ବିଜୟ ରାଜ, ଅବ୍‌ଦୁଲ୍ କୟୁମ୍ ଖାନ୍‌, ସାଧାରଣ ସଂପାଦକ ଇଂ. ମନୋଜ ନାୟକ, ସଂପାଦକ ବୈରାଗୀ ଜେନା, ମୋନାଲିସା ବିଶ୍ୱାଳ, ଇଂ.ଗୁଣମଣି ମହାନ୍ତି, ଆଶୁତୋଷ ସ୍ୱାଇଁ, ହେମନ୍ତ ସିଂ ଏକ ମିଳିତ ବିବୃତିରେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ସହିତ ଓଡ଼ିଆମାନଙ୍କର ଭାବାବେଗ ରହିଛି । ତେଣୁ ସବୁ ସ୍ତରରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନାମଟି ଶ୍ରୀଜଗନ୍ନାଥ ବସ୍ ଟର୍ମିନାଲ ନାମିତ କରିବାକୁ ମଧ୍ୟ ଦାବି କରିଛନ୍ତି ।

Also Read- Sad News: ସଡ଼କ ଦୁର୍ଘଟଣାରେ, ଏଏସଆଇଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Also Read- IND Vs AUS: ସଲମାନ ଖାନଙ୍କ ବଡ଼ ବିବୃତ୍ତି 'ଭାରତ ହାରିବାର ଚାନ୍ସ୍ ନାହିଁ'

Read More
{}{}