Hindi News >>Home >>Odisha State

ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଅନୁମତି ମିଳିଲା, ୨୦୨୦ରୁ ଲାଗିଥିଲା କଟକଣା

୨୦୨୦ ମାର୍ଚ୍ଚ ମାସରୁ ସାମ୍ୱାଦିକଙ୍କୁ ଲୋକସେବା ଭବନକୁ ମନା ହୋଇଥିଲା । କୋଭିଡ ୧୯ ଆଳରେ ଏହି କଟକଣା ଲଗାଇଥିଲେ ବିଜେଡି ସରକାର ।

Advertisement
ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଅନୁମତି ମିଳିଲା, ୨୦୨୦ରୁ ଲାଗିଥିଲା କଟକଣା
Stop
Soubhagya Ranjan Mishra|Updated: Jun 12, 2024, 08:19 PM IST

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର । ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ପାଠ କରିବା ପରେ ଆଜି ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଆଜି ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ପ୍ରବେଶ କରିବାର ଅନୁମତି ମିଳିଛି ।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସରୁ ସାମ୍ୱାଦିକଙ୍କୁ ଲୋକସେବା ଭବନକୁ ମନା ହୋଇଥିଲା । କୋଭିଡ ୧୯ ଆଳରେ ଏହି କଟକଣା ଲଗାଇଥିଲେ ବିଜେଡି ସରକାର । କୋଭିଡ ସମ୍ପର୍କିତ ସମସ୍ତ କଟକଣା ହଟିବା ସତ୍ୱେ ମଧ୍ୟ ସାମ୍ୱାଦିକଙ୍କୁ ଲୋକସେବା ଭବନ ପ୍ରବେଶ ପାଇଁ ଅନୁମତି ମିଳୁନଥିଲା । ଓୟୁଜେ ପକ୍ଷରୁ ଦୀର୍ଘଦିନ ଧରି ସରକାରଙ୍କ ପାଖରେ ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ପ୍ରବେଶ ପାଇଁ ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । କିନ୍ତୁ ନୂଆ ସରକାର ଆସିବାର ପ୍ରଥମ ଦିନରେ ସାମ୍ୱାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଇଛି । ଦୀର୍ଘ ବର୍ଷ ପରେ ଲୋକସେବା ଭବନ ଭିତରେ ରହି ଖବର ସଂଗ୍ରହ କରିବା କାରଣରୁ ଖୁସି ପ୍ରକଟ କରିଛନ୍ତି ସାମ୍ୱାଦିକମାନେ । ତେଣୁ ନୂଆ ସରକାରଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ରାଜ୍ୟ ସରକାର ତଥା ମୋହନ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସାମ୍ୱାଦିକ ।

Also Read- jupiter transit 2024: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ

Also Read- ନୂଆ ମୁଖ୍ୟମନ୍ତ୍ରୀ ଏବଂ ଟିମକୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବାଚସ୍ପତି ପ୍ରମିଳା ମଲିକ

Read More
{}{}