Hindi News >>Home >>Odisha State

Flight Service: ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡି଼ବ ବିମାନ, ଏହି ଚାରିଦିନ ମିଳିବ ସେବା

Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଝାରସୁଗୁଡାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନୂଆବର୍ଷ ଭେଟି। କାହିଁକିନା ଦିର୍ଘ ଦିନର ସ୍ବପ୍ନ ଏବେ ପୁରଣ ହେବାକୁ ଯାଉଛି। ଝାରସୁଗୁଡା-ଭୁବନେଶ୍ବର ସେକ୍ଟରରେ ପୁଣି ଥରେ ନିୟମିତ ବିମାନ ସେବା ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି (Jharsuguda to Bhubaneswar Flight Service)।

Advertisement
Flight Service: ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡି଼ବ ବିମାନ, ଏହି ଚାରିଦିନ  ମିଳିବ ସେବା
Stop
Zee Odisha Desk|Updated: Dec 09, 2023, 08:51 AM IST

Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଝାରସୁଗୁଡାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନୂଆବର୍ଷ ଭେଟି। କାହିଁକିନା ଦିର୍ଘ ଦିନର ସ୍ବପ୍ନ ଏବେ ପୁରଣ ହେବାକୁ ଯାଉଛି। ଝାରସୁଗୁଡା-ଭୁବନେଶ୍ବର ସେକ୍ଟରରେ ପୁଣି ଥରେ ନିୟମିତ ବିମାନ ସେବା ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି (Jharsuguda to Bhubaneswar Flight Service)।  ଓ୍ବିଣ୍ଟର ସିଡ୍ୟୁଲରେ ପୁଣିଥରେ  ଭୁବନେଶ୍ବରକୁ  ବିମାନ ସେବା ପ୍ରଦାନ କରିବା ପାଇଁ ଯାଉଛି ଏଲାଏନ୍ସ ଏୟାର୍ । ଏଲାଏନ୍ସ ଏୟାରର  ବିମାନ ସପ୍ତାହକରେ ୪ ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର  ଚଳାଚଳ କରିବ ବୋଲି ଜଣାପଡି଼ଛି। ବିମାନ ସଂନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ରୁ ଝାରସୁଗୁଡାକୁ ପହଞ୍ଚିବାକୁ ଥିବା ଏବଂ ଝାରସୁଗୁଡାରୁ ୫ଟା ୫୫ରେ ଭୁବନେଶ୍ବରକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରି ସୂଚନା ଦେଇଛନ୍ତି। 

Also Read: Weather Update: ମାର୍ଗଶିର ମାସରେ ଶୀତ ଗାଏବ, ଏହି ଦିନ ଠାରୁ ବଢିପାରେ ଥଣ୍ତା

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଖୁବଶିଘ୍ର ଅଯୋଧ୍ୟାକୁ ମଧ୍ୟ ମିଳିବ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ରାମ ଭକ୍ତମାନଙ୍କୁ ଉତ୍ତରପ୍ରଦେଶ ଯୋଗୀ ସରକାର ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ଜାନୁଆରୀ ୨୨ତାରିଖରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେବେ । ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ କିପରି ବିମାନ ସେବା ମାଧ୍ୟମରେ ଅଯୋଧ୍ୟାରେ ପହଞ୍ଚି ପାରିବେ ସେନେଇ ତତ୍ପରତା ପ୍ରକାଶ ପାଇଛି । ଡିସେମ୍ବର ଶେଷ ସୁଦ୍ଧା ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିମାନ ବନ୍ଦରର ରନୱେ କାମ (Runway work) ମଧ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ଟର୍ମିନାଲ ବିଲଡିଂର ନିର୍ମାଣ କାର୍ଯ୍ୟ ମଧ୍ୟ ସରିବାକୁ ବସିଲାଣି । ଡିସେମ୍ବର ମଧ୍ୟଭାଗରେ ଅଯୋଧ୍ୟା ବିମାନବନ୍ଦର (ayodhya Airport)ରୁ ବିମାନ ଉଡ଼ାଣ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ରାଜଧାନୀ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ପ୍ରଥମେ ବିମାନ ସେବା ଆରମ୍ଭ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜାନୁଆରୀ ମାସ ପୂର୍ବରୁ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରେ । ଅଯୋଧ୍ୟାରୁ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ପ୍ରଥମ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ସାତ ଦିନ ଦିଲ୍ଲୀକୁ ଏବଂ ୩ଦିନ ଅହମ୍ମଦାବାଦକୁ ଯାତ୍ରାର ସୁବିଧା ପାଇବେ ଭକ୍ତ । ନିକଟରେ ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ପକ୍ଷରୁ ଶ୍ରୀ ରାମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ସର୍ଭେ କରାଯାଇଛି । ଏହା କୁହାଯାଉଛି ଯେ, ଖୁବ୍ ଶୀଘ୍ର ଏହି ଦୁଇ କମ୍ପାନୀର ରୁଟ୍ ସ୍ଥିର ହେବାପରେ ଡିସେମ୍ବର ଶେଷ ସୁଦ୍ଧା ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ ହେବ। ଖବର ସୂତ୍ର ଅନୁସାରେ ବିମାନ ବନ୍ଦରକୁ ଲାଇସେନ୍ସ ମିଳିବାର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ଏବଂ ଏହାର ଲାଇସେନ୍ସ ମଧ୍ୟ ଖୁବ ଶୀଘ୍ର ଉପଲବ୍ଧ ହେବ । ସର୍ବପ୍ରଥମେ ଅଯୋଧ୍ୟା ଦେଶର ଦୁଇଟି ବଡ ସହର ସହିତ ସଂଯୁକ୍ତ ହେବାକୁ ଯାଉଛି । ଶ୍ରୀ ରାମ ଅନ୍ତର୍ଜାତୀୟ ବିମାନବନ୍ଦର ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯାଉଛି, ବିମାନ ବନ୍ଦରର ସୁନ୍ଦର ଫାଟକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ଏହା ବ୍ୟତୀତ ବିମାନବନ୍ଦରରେ ରାମାୟଣର କିଛି ବିଶେଷ ଦୃଶ୍ୟ ଦେଖିବାକୁ ମିଳିବ । ଶ୍ରଦ୍ଧାଳୁମାନେ ବିମାନବନ୍ଦରରେ ପହଞ୍ଚିବା ପରେ ଭକ୍ତମାନେ ଅନୁଭବ କରିବେ ଯେ ସେମାନେ ଧାର୍ମିକ କ୍ଷେତ୍ର ଅଯୋଧ୍ୟାରେ ରହିଛନ୍ତି ।

Read More
{}{}