Hindi News >>Home >>Odisha State

Puri Jagannath Temple: ଶ୍ରୀମନ୍ଦିର ରୋଷଘର ଦର୍ଶନକୁ ନେଇ ବିବାଦ, ଅବଢା ପ୍ରସ୍ତୁତିରେ ବିଳମ୍ବ ନେଇ ଅଭିଯୋଗ

Jagannath Temple: ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ଭକ୍ତମାନେ ରୋଷଘରେ ପ୍ରବେଶ କରୁଥିବାରୁ ଅବଢା ପ୍ରସ୍ତୁତି ମାରା ହେଉଥିବା ଅଭିଯୋଗ କରିଛନ୍ତି ସୁଆର ମହାସୁଆର । ତେବେ ଯଦି ରୋଷଘର ଦର୍ଶନ ବନ୍ଦ ନକରାଯାଏ ତାହାଲେ ଅବଢା ପ୍ରସ୍ତୁତିରେ ବିଳମ୍ବ ହେବ, ଯାହା ଫଳରେ ଭକ୍ତମାନେ ମହାପ୍ରସାଦ ପାଇବାରେ ସମସ୍ୟା ଦେଖା ଦେବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 05, 2023, 10:18 AM IST

Puri Jagannath Temple: ବନକଲାଗି ପରେ ଶ୍ରୀମନ୍ଦିର (Jagannath temple) ରୋଷଘର ଦର୍ଶନକୁ ନେଇ ମୁଣ୍ତ ଟେକିଛି ବିବାଦ । ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ଭକ୍ତମାନେ ରୋଷଘରେ ପ୍ରବେଶ କରୁଥିବାରୁ ଅବଢା ପ୍ରସ୍ତୁତି ମାରା ହେଉଥିବା ଅଭିଯୋଗ କରିଛନ୍ତି ସୁଆର ମହାସୁଆର । ତେବେ ଯଦି ରୋଷଘର ଦର୍ଶନ ବନ୍ଦ ନକରାଯାଏ ତାହାଲେ ଅବଢା ପ୍ରସ୍ତୁତିରେ ବିଳମ୍ବ ହେବ, ଯାହା ଫଳରେ ଭକ୍ତମାନେ ମହାପ୍ରସାଦ ପାଇବାରେ ସମସ୍ୟା ଦେଖା ଦେବ ବୋଲି ସୁଆର ମହାସୁଆର ନିଯୋଗ (Suara Mahasuara Nijog) ପକ୍ଷରୁ କୁହାଯାଇଛି । ତେବେ ଏନେଇ କୌଣସି ବିଭ୍ରାଟ ଦେଖା ଦେଲେ ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ଏଥିଲାଗି ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିରେ ପ୍ରତିଦିନ ଭୋର ସମୟରୁ ପାଣିଆ, ତୁଣିଆ ଓ ଅଙ୍ଗାରୁଆ ଆଦିଙ୍କୁ ନେଇ ସୁଆର ମହାସୁଆର ସେବକମାନେ ଅବଢା (Mahaprasad) ପ୍ରସ୍ତୁତି ଆରମ୍ଭ କରିଥାଆନ୍ତି । ନିଆଁ ଆଞ୍ଚରେ ମାଟି କୁଡ଼ିଆରେ ଅବଢ଼ା ପ୍ରସ୍ତୁତି ହେଉଥିବାରୁ ଏଥିପାଇଁ ଅଙ୍ଗାରର ଆବଶ୍ୟକ ପଡ଼ିଥାଏ। ତେଣୁ ପୂର୍ବରୁ ଚୁଲିରୁ ବାହାରୁଥିବା ଅଙ୍ଗାରକୁ ଅଙ୍ଗାରୁଆ ସାଇତି କରି ରଖିଥାନ୍ତି। ସେପଟେ ଅବଢ଼ା ପ୍ରସ୍ତୁତି ପାଇଁ ଆବଶ୍ୟକ ପାଣି ପାଣିଆ ଯୋଗାଇଥିବା ବେଳେ ଓ ତୁଣିଆ ପନିପରିବା କାଟି ଯୋଗାଇ ଦେଇଥାନ୍ତି । ସୁଆର ମହାସୁଆର ନିଯୋଗ ସଦସ୍ୟ କହିଛନ୍ତି ଯେ, ପୂର୍ବରୁ ଅବଢା ପ୍ରସ୍ତୁତି ପାଇଁ ବ୍ୟବହୃତ ପାଣି ତୁଣ ଆଦି ମାରା ହେଉଥିବାରୁ ଅବଢା ପ୍ରସ୍ତୁତିରେ ବିଘ୍ନ ଘଟୁଥିବାରୁ ରୋଷଘର ଦର୍ଶନକୁ (Rosa Ghar Darshan) ନେଇ ବିବାଦ ମୁଣ୍ତ ଟେକିଥିଲା । ତେବେ ମହାପ୍ରସାଦ (Mahaprasad) ପ୍ରସ୍ତୁତ ବେଳେ ରୋଷଘର ଦର୍ଶନ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖ, ଗଜପତି ମହାରାଜ ଓ ଶଙ୍କରାଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅପରପକ୍ଷେ ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ଅବଢା ପ୍ରସ୍ତୁତି  ସମୟରେ ରୋଷଘର ଦର୍ଶନକୁ ବନ୍ଦ କରାଯାଇଥିଲା । ଅବଢା ପ୍ରସ୍ତୁତ ପରେ ଅପରାହ୍ନରେ ଭକ୍ତମାନଙ୍କୁ ରୋଷଘର ଦର୍ଶନ ଅନୁମତି ମିଳୁଥିଲା । ତେବେ ଏହି ସମୟରେ ଅବଢା ପ୍ରସ୍ତୁତି କାର୍ଯ୍ୟ ବନ୍ଦ ରହିଥିବାରୁ ଭକ୍ତ ସୁରୁଖୁରୁରେ ଦର୍ଶନ କରି ଫେରୁଥିଲେ ।

କିନ୍ତୁ ଚଳିତ ବର୍ଷ ରଥଯାତ୍ରା ପରେ ପୁଣି ଥରେ ସକାଳୁ ରୋଷଘର ଦର୍ଶନ ଆରମ୍ଭ ହୋଇଛି । ରୋଷଘର ଦର୍ଶନ (Rosa Ghar Darshan) ବେଳେ ଶ୍ରଦ୍ଧାଳୁମାନେ ଛୁଆଁଛୁଇଁ କରୁଥିବାରୁ ତୁଣ, ପାଣି ଆଦି ମାରା ହେଉଛି। ସାମଗ୍ରୀ ଯିବା ବାଟରେ ଲୋକେ ଛିଡ଼ା ହୋଇ ରହୁଥିବାରୁ ପାଣି, ତୁଣ ନେବାରେ ବି ବିଳମ୍ବ ହେଉଛି। ରୋଷଘର ଦର୍ଶନରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଦ୍ବିପ୍ରହର ଧୂପ ସରିବା ପରେ ରୋଷଘର ଦର୍ଶନ ହେଉ ବୋଲି ସୁଆର ମହାସୁଆର ନିଯୋଗ ସଦସ୍ୟ କହିଛନ୍ତି ।

​Also Read-Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Also Read-Dengue: ସାବଧାନ! ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ରୋଗ, ଏହି ଜିଲ୍ଲାରେ ଚିହ୍ନଟ ହେଲେ ସର୍ବାଧିକ ରୋଗୀ...

 

 

 

 

 

 

 

Read More
{}{}