Hindi News >>Home >>Odisha State

Odisha News: ପାରାଦୀପରେ ବିଶ୍ବ ଶ୍ରମିକ ଦିବସ ପାଳିତ

Odisha News: ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ବ ଶ୍ରମିକ ଦିବସ ପାଳିତ। ଏହି ଶ୍ରମିକ ଦିବସ ଉପଲକ୍ଷେ ପାରାଦୀପ ର ସର୍ବ ପୂରାତନ ସଂଘ ''ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ'' ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି। 

Advertisement
 Odisha News: ପାରାଦୀପରେ ବିଶ୍ବ ଶ୍ରମିକ ଦିବସ ପାଳିତ
Stop
Narayan Behera|Updated: May 01, 2024, 11:11 AM IST

Odisha News: ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ବ ଶ୍ରମିକ ଦିବସ ପାଳିତ। ଏହି ଶ୍ରମିକ ଦିବସ ଉପଲକ୍ଷେ ପାରାଦୀପ ର ସର୍ବ ପୂରାତନ ସଂଘ ''ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ'' ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି। ଶ୍ରମିକ ସଂଘ ପକ୍ଷରୁ ମେ ୧ ତାରିଖ ବୁଧବାର ପ୍ରାତଃ ସମୟରେ ଦେବୀ ଦୁର୍ଗାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ପାରାଦୀପ ଅଠର ବାଙ୍କୀ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ସଫେଇ କାର୍ଯ୍ୟ, ଅଠର ବାଙ୍କୀ ଓ କୁଜଙ୍ଗ ସରକାରୀ ମେଡ଼ିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ମା ସନ୍ତୋଷି ଜରାଶ୍ରମ ଅନ୍ତେବାସୀ ମାନଙ୍କୁ ସୁସ୍ୱାଦୁ ଭୋଜନ ବ୍ୟବସ୍ଥା କରାଯାଇ ଥିଲା। 

ପାରାଦୀପ ଜିରୋ ପଏଣ୍ଟ ସ୍ଥିତ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଶ୍ରମ ପତାକା ଉତ୍ତୋଳନ କରିବା ସହିତ ସଭା ଗୃହରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ବିକ୍ରମ ମହାନ୍ତି, ସାଧାରଣ ସମ୍ପାଦକ ତାପସ ପଲାଇ, ନିରଞ୍ଜନ ସାମଲ, ପାରାଦୀପ ବନ୍ଦର ଜମିହରା କୃଷକ ସଂଘ ସଭାପତି ଚିନ୍ମୟ ଦାସ, ସାଧାରଣ ସମ୍ପାଦକ ମିହିର କାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏବଂ ବିଶ୍ୱ ଶ୍ରମିକ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ଗଠନ ଏହାର ଶ୍ରମିକ ମାନଙ୍କ ସ୍ୱାର୍ଥ ହାସଲ ନିମନ୍ତେ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କର ନେତୃତ୍ୱ ଦ୍ବାରା ଶ୍ରମିକ ମାନେ କିପରି ତାଙ୍କର ନ୍ୟାର୍ଯ୍ୟ ଦାବୀ ହାସଲ କରିଛନ୍ତି । ସେ ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ମନ୍ତବ୍ୟ ଦେଇଥିଲେ । ଏବଂ ଶ୍ରମିକ ମାନେ ଏକତ୍ରିତ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ।

Read More
{}{}