Hindi News >>Home >>Odisha State

Odisha Election 2024: ସମ୍ବିତ ରାଉତରାଏଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ, ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ଼ ପ୍ରଶ୍ନ..

Odisha Election 2024: ପାରାଦୀପ ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଗୋଳିଆ ହେବାରେ ଲାଗିଛି। ଆଜି କୁଜଙ୍ଗ ବିଦ୍ୟୁଲତା ମଣ୍ଡପରେ ବିଧାୟକ ସମ୍ବିତ ରାଉତରାଏଙ୍କ ବିରୋଧରେ ୩୬ ପଞ୍ଚାୟତ ର ନେତା ଓ କର୍ମୀମାନେ ଏକତ୍ରୀତ ହୋଇ ହାଲ୍ଲାବୋଲ କରିଥିବା ବେଳେ ସମ୍ବିତ ରାଉତ କିମ୍ବା ତାଙ୍କ ପରିବାରରୁ କାହାରିକୁ ପାର୍ଥି କରାଗଲେ ଆମେ ଏଠି ସମୂହ ମାଟି ଚଟାଇବୁ ବୋଲି କଡା ଚେତାବନୀ ଦେଇଛନ୍ତି।

Advertisement
Odisha Election 2024: ସମ୍ବିତ ରାଉତରାଏଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ, ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ଼ ପ୍ରଶ୍ନ..
Stop
Narayan Behera|Updated: Apr 04, 2024, 03:36 PM IST

Odisha Election 2024: ପାରାଦୀପ ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଗୋଳିଆ ହେବାରେ ଲାଗିଛି। ଆଜି କୁଜଙ୍ଗ ବିଦ୍ୟୁଲତା ମଣ୍ଡପରେ ବିଧାୟକ ସମ୍ବିତ ରାଉତରାଏଙ୍କ ବିରୋଧରେ ୩୬ ପଞ୍ଚାୟତ ର ନେତା ଓ କର୍ମୀମାନେ ଏକତ୍ରୀତ ହୋଇ ହାଲ୍ଲାବୋଲ କରିଥିବା ବେଳେ ସମ୍ବିତ ରାଉତ କିମ୍ବା ତାଙ୍କ ପରିବାରରୁ କାହାରିକୁ ପାର୍ଥି କରାଗଲେ ଆମେ ଏଠି ସମୂହ ମାଟି ଚଟାଇବୁ ବୋଲି କଡା ଚେତାବନୀ ଦେଇଛନ୍ତି।

ଏହି ବିଜେଡି କର୍ମୀଙ୍କ ଆଜିର ମେଳି ୯ମ ଥର ହୋଇଥିବା ବେଳେ ପ୍ରଥମେ କୁଜଙ୍ଗ ରେ ସମ୍ବିତଙ୍କୁ ନିଜ ଦଳ ଲୋକ ଅଯୋଗ୍ୟ ଘୋଷିତ କରିବା, ରାହାମାରେ ତାଙ୍କ ଟିକେଟ କଟିବା ପାଇଁ ୧୦୦୮ ନଡ଼ିଆ ମାନସିକ କରି ମା'' ତାରିଣୀଙ୍କ ପାଖକୁ ପଠେଇବା ଓ ଗତ ୨୭ ତାରିଖ ରେ ଶଙ୍ଖ ଭବନରେ ଯାଇ ତାଙ୍କ ପରିବାରରୁ କାହାରିକୁ ଟିକେଟ ନଦେବା କହି ଆସିବା ପରେ ଆଜି ୩୬ ପଞ୍ଚାୟତର ନେତା ଓ କର୍ମୀ ମେଳି ଏବେ ସମ୍ବିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମୟ ମଧ୍ୟରେ କଂଗ୍ରେସରୁ ବିଦ୍ଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ଅରିନ୍ଦମ୍ ସର୍ଖେଲ୍ ଓରଫ୍ ବାପି ସର୍ଖେଲ୍। ଆଉ ମଉକା ଦେଖି ଚଉକା ମାରିବା ଲକ୍ଷ୍ୟରେ ବାପି ସର୍ଖେଲ୍ ଙ୍କ ରାଜନୈତିକ ଗୋଟି ଚାଳନା ଏବେ ଏଠାକାର ରାଜନୀତିକୁ ବେଶ ଗୋଳିଆ କରିଥିବା କୁହାଯାଉଥିବା ବେଳେ ତାଙ୍କ ଧର୍ମପତ୍ନୀ ମୋନୀ ଦିପା ସର୍ଖେଲ୍ କିଛି ଦିନ ପୂର୍ବରୁ ବିଜେଡି ରେ ଯୋଗଦାନ କରିଥିଲେ।

ତେବେ ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଆସନରୁ ଦୁଇଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପାରାଦୀପ ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଘୋଷଣା ବିଜେଡି କରିନାହିଁ। ତେବେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପାଇଁ ଆଜିର ଏହି ବିଜେଡି କର୍ମୀ ଙ୍କ ସମ୍ବିତ ରାଉତ ଓ ତାଙ୍କ ପରିବାର ଙ୍କ ବିରୋଧରେ ମେଳି ରାଜନୀତି କୁ ଗୋଳିଆ କରିଥିବା କୁହାଯାଉଛି।

{}{}