Hindi News >>Home >>Odisha Trending

India vs Canada: ଭାରତ-କାନାଡ଼ା ଗୁପ୍ତ ବୈଠକ: ଅଚଳାବସ୍ଥା ଦୂର ହେବ ସମ୍ଭାବନା

India Canada Conflict: ଖଲିସ୍ତାନୀ ପ୍ରସଙ୍ଗକୁ ନେଇ ଭାରତ-କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି। 

Advertisement
India vs Canada: ଭାରତ-କାନାଡ଼ା ଗୁପ୍ତ ବୈଠକ: ଅଚଳାବସ୍ଥା ଦୂର ହେବ ସମ୍ଭାବନା
Stop
Zee Odisha Desk|Updated: Oct 11, 2023, 11:49 PM IST

India Canada Relations: ଭାରତ-କାନାଡ଼ା ମଧ୍ୟରେ ମନ୍ତ୍ରୀସ୍ତରୀୟ ଗୋପନ ବୈଠକ ହୋଇଥିବା ସୂଚନା ମିଳିଛି। ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ତାଙ୍କର କାନାଡ଼ା ପ୍ରତିପକ୍ଷ ମେଲାନୀ ଜୋଲିଙ୍କ ସହ ବୈଠକ କରିଥିବା ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ଆଲୋଚନା କରିଥିବାର ଏକ ଇଂରାଜୀ ଦୈନିକ ପ୍ରକାଶ କରିଛି। ଏହି କଥାବାର୍ତ୍ତା ସଫଳ ହେଲେ ଉଭୟ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ଅଚଳାବସ୍ଥା ଦୂର ହେବ ବୋଲି ଆଶା କରାଯାଇଛି। 

ଖଲିସ୍ତାନୀ ଆତଙ୍କବାଦୀ ତଥା ସମର୍ଥକ ହର୍‍ଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ନେଇ କାନାଡ଼ା ଅଭିଯୋଗ କରିଥିଲା। ବିନା କୌଣସି କାରଣରେ ରାଜଧାନୀ ଓଟୱା ଠାରେ ଅବସ୍ଥାପିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରିଥିଲା କାନାଡ଼ା। ଏହାର ପ୍ରତିବାଦରେ ଭାରତ ମଧ୍ୟ ତୁରନ୍ତ କାନାଡ଼ା କୂଟନୀତିଜ୍ଞଙ୍କୁ ହଟାଇବା ସହ କାନାଡ଼ା ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଏହାର କିଛିଦିନ ପରେ ଭାରତରେ ଅବସ୍ଥାପିତ ବଳକା ଅଧିକାରୀଙ୍କୁ ନିଜ ଦେଶ ଫେରାଇ ନେବାକୁ କହିଥିଲେ। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ କୂଟନୀତିକ ସଫଳତା ହ୍ରାସ ପାଇବାରେ ଲାଗିଥିଲା। 

ଏହି ଅଚଳାବସ୍ଥାକୁ ଦୂରରେ ରଖିବା ଲାଗି କାନାଡ଼ା ପକ୍ଷରୁ ଅନେକ ଉଦ୍ୟମ ହୋଇଛି। ଶେଷରେ ଅକ୍ଟୋବର ୧୧ ତାରିଖ ବୁଧବାର ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିମଟନ୍ ଠାରେ ଉଭୟ ଦେଶର ବିଦେଶ ମନ୍ତ୍ରୀ ଏକାଠି ହୋଇ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କୁହାଯାଇଛି। ଏହି ବୈଠକ ଭାରତ-କାନାଡ଼ା ଭିତରେ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି ଆଶା ପ୍ରକାଶ କରାଯାଉଛି।

Read More
{}{}