Hindi News >>Home >>Odisha National-International

India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା

Countries changed their Names: ଇତିହାସରେ ଏମିତି ଅନେକ ଉଦାହରଣ ରହିଛି ଯେଉଁଠି ଅନେକ ଦେଶ ନିଜ ନାମ ବଦଳାଇଛନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ଦେଶଙ୍କ ନାମ ପରିବର୍ତ୍ତନର କାହାଣୀ ବାବଦରେ । ବିଶ୍ୱରେ ଯେଉଁ ମାନ୍ୟତାପ୍ରାପ୍ତ ୧୯୫ ରାଷ୍ଟ୍ର ଅଛନ୍ତି ସେମାନଙ୍କ ଭିତରେ ଏହି ଆଲୋଚନାକୁ ସୀମିତ ରଖି ନିମ୍ନରେ ନାଁ ବଦଳାଇଥିବା ଦେଶ ଗୁଡ଼ିକ ସମ୍ବନ୍ଧରେ ଆସନ୍ତୁ ଜାଣିବା।  

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 06, 2023, 07:34 AM IST

Countries changed their Names: ନାଁର କ’ଣ ଅଛି ? ବହୁତ ଦିନ ତଳେ ସେକ୍ସପିୟର କାଳେ ଏହି କଥା କହିଥିଲେ । ନାଁକୁ ନେଇ ବେଶି ଚିନ୍ତା କରୁନଥିବା ଲୋକ ନାଁର ଅଯଥାର୍ତ୍ତତାକୁ ନେଇ ଅନେକ ଉଦାହରଣ ମଧ୍ଯ ଦେଇଥାନ୍ତି । ଯେମିତି ସେମାନେ କୁହନ୍ତି ଯେ, କମଳଲୋଚନ ନାଁଧାରୀ ବ୍ଯକ୍ତି ବି ନେତ୍ରହୀନ ହୋଇପାରନ୍ତି କିମ୍ବା ଭୀମସେନ ନାଁଧାରୀ ବ୍ଯକ୍ତିଟି କ୍ଷୀଣକାୟ  ମଧ୍ୟ ହୋଇପାରନ୍ତି ।

କିନ୍ତୁ ନାଁର ମହତ୍ୱକୁ ଅସ୍ୱୀକାର କରୁଥିବା ଏଭଳି ଲୋକଙ୍କ ସଂଖ୍ଯା ଢେର କମ୍ । ଅଧିକରୁ ଅଧିକ ନାଁକୁ ହିଁ ଗୁରୁତ୍ୱ ଦିଅନ୍ତି । ନାଁ କେବଳ ନାଁ ହୋଇନଥାଏ,ଏହା ଜଣକର ପରିଚୟ ଅଟେ । ନାଁରୁ ଗୋଟିଏ ଜାତି, ଗୋଟିଏ ଦେଶକୁ ପରିଚୟ ମିଳିଥାଏ । ନାଁକୁ ନେଇ ଏତେ ଗୌରଚନ୍ଦ୍ରିକାର କାରଣ ଭାରତର ଅନ୍ୟ ନାଁ ‘ଇଣ୍ଡିଆ’ ହଟିବାକୁ ଯାଉଛି । ଏଥର ଦେଶର ଗୋଟିଏ ନାମ ରହିବ, ତାହା ହେଲା ‘ଭାରତ’ । ଦେଶ ଭିତରେ ଓ ବାହାରେ ଭାରତକୁ ଆଉ କେହି ଇଣ୍ଡିଆ ବୋଲି କହିବେ ନାହିଁ ।

 ଜି-20 ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଭବନରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାଯିବାକୁ ନେଇ ଏପରି ଆଲୋଚନା ସରଗରମ ହୋଇଛି।  ଭାରତ ସରକାର ଇଣ୍ଡିଆ ନାମକୁ ତ୍ଯାଗ କରିବାକୁ ଯାଉଛନ୍ତି ମଧ୍ୟ କେହି କେହି ଚର୍ଚ୍ଚା କରୁଛନ୍ତି। ଆସନ୍ତେ ସ୍ୱତନ୍ତଅ ଅଧିବେଶନରେ ଏଥିଲାଗି ବିଧେୟକ ଆସିବ ବୋଲି କହୁଛନ୍ତି।

ଏକଥାରେ, କେତେ ସତ୍ଯତା ଅଛି ତାହା ଆଗକୁ ଜଣାପଡ଼ିବ । କିନ୍ତୁ ଇତିହାସରେ ଏମିତି ଅନେକ ଉଦାହରଣ ରହିଛି ଯେଉଁଠି ଅନେକ ଦେଶ ନିଜ ନାମ ବଦଳାଇଛନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ଦେଶଙ୍କ ନାମ ପରିବର୍ତ୍ତନର କାହାଣୀ ବାବଦରେ । ବିଶ୍ୱରେ ଯେଉଁ ମାନ୍ୟତାପ୍ରାପ୍ତ ୧୯୫ ରାଷ୍ଟ୍ର ଅଛନ୍ତି ସେମାନଙ୍କ ଭିତରେ ଏହି ଆଲୋଚନାକୁ ସୀମିତ ରଖି ନିମ୍ନରେ ନାଁ ବଦଳାଇଥିବା ଦେଶ ଗୁଡ଼ିକ ସମ୍ବନ୍ଧରେ ଆସନ୍ତୁ ଜାଣିବା।  

. ପର୍ସିଆରୁ ଇରାନ୍

ଇରାନର ନାମ ୧୯୩୫ ମସିହା ପର୍ଯ୍ଯନ୍ତ ପର୍ସିଆ ଥିଲା । ବିଶେଷକରି ୟୁରୋପରେ ଏହା ପର୍ସିଆ ଭାବେ ପରିଚିତ ଥିଲା ।କିନ୍ତୁ ୧୯୩୫ରେ ଇରାନର ତତ୍କାଳୀନ ସରକାର ୟୁରୋପରେ ଯେଉଁସବୁ ଦେଶଙ୍କ ସହିତ ତାଙ୍କର କୂଟନୈତିକ ସମ୍ପର୍କ ଥିଲା ସେମାନଙ୍କୁ ପାର୍ସିଆ ବଦଳରେ ଇରାନ ଶବ୍ଦ ବ୍ଯବହାର କରିବାକୁ ଅନୁରୋଧ କରିଥିଲେ ।

୨.ଶ୍ୟାମରୁ ଥାଇଲାଣ୍ଡ୍

ଥାଇଲାଣ୍ଡ ହେଉଛି ଏସିଆର ସେଇ କେତୋଟି ହାତଗଣତି ଦେଶ ମଧ୍ଯରୁ ଗୋଟିଏ ଯାହାକୁ କେବେ ମଧ୍ଯ କୌଣସି ବିଦେଶୀ ରାଷ୍ଟ୍ର ଅଧିକାର କରିନଥିଲା ।  ଏହି ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା । ୧୯୩୫ ପର୍ଯ୍ଯନ୍ତ ଏହାର ନାମ ଥିଲା ଶ୍ଯାମ । ଭାରତୀୟ ପୁରାଣ ଓ ଇତିହାସରେ ଏହା ଶ୍ଯାମ ନାମରେ ପରିଚିତ ଥିଲା । କିନ୍ତୁ ୧୯୩୫ରେ ଶ୍ଯାମରେ ସାମ୍ବିଧାନିକ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ଦେଶର ନାମ ପରିବର୍ତ୍ତନ ହୋଇଥିଲା । ଶ୍ୟାମର ନୂଆ ନାମ ଥିଲା ଥାଇଲାଣ୍ଡ୍ , ଯାହାର ଅର୍ଥ ହେଉଛି ସ୍ୱାଧୀନ ନାଗରିକଙ୍କ ରାଷ୍ଟ୍ର’ ।

୩. କାମ୍ପୁଚିଆର କାମ୍ବୋଡିଆ

କାମ୍ବୋଡିଆ ଅନେକ ଥର ନିଜର ନାମ ପରିବର୍ତ୍ତନ କରିଛି । ୧୯୫୩ ଏବଂ ୧୯୭୦ ଏହାର ନାମ ପରିବର୍ତ୍ତନ ହୋଇଥିଲା ।୧୯୫୩ରେ ଏହାର ନାମ ଥିଲା କିଙ୍ଗଡମ୍ ଅଫ୍ କାମ୍ବୋଡିଆ ଓ ୧୯୭୦ରେ ଥିଲା ଖାମେର ରିପବ୍ଲିକ୍ । ୧୯୭୫ରେ କମ୍ଯୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ଏହାର ନାମ ହୋଇଥିଲା ଡେମୋକ୍ରାଟିକ୍ କାମ୍ପୁଚିଆ । ତେବେ କମ୍ୟୁନିଷ୍ଟ ସରକାରର ପତନ ପରେ ୧୯୮୯ରୁ ୧୯୯୩ ପର୍ଯ୍ଯନ୍ତ ଏହାର ନୂଆ ନାମ ଥିଲା ଷ୍ଟେଟ୍ ଅଫ୍ କାମ୍ବୋଡିଆ । ତେବେ ୧୯୯୩ରେ ରାଜତନ୍ତ୍ରର ପୁନଃପ୍ରତିଷ୍ଠା ସହିତ ପୁଣି ପୁରୁଣା ନାମ କାମ୍ବୋଡିଆ ଫେରିଥିଲା ।

. ବର୍ମାରୁ ମିଆଁମାର

ଭାରତର ପଡୋଷୀ ରାଷ୍ଟ୍ର ମିଆଁମାରର ପୁରୁଣା ନାମ ଥିଲା ବର୍ମା । ୧୯୮୯ରେ ସାମରିକ ପ୍ରଶାସନ ଏହାର ନାମ ବର୍ମାରୁ ମିଆଁମାର କରିଥିଲା । ମିଆଁମାରର ଅର୍ଥ ହେଉଛି ମୋ ଦେଶ । ଜାତିସଂଘ ନାମ ପରିବର୍ତ୍ତନକୁ ସ୍ୱିକୃତୀ ପ୍ରଦାନ କରିଛି କିନ୍ତୁ ଆମେରିକା ଓ ଇଂଲଣ୍ଡ ଭଳି ଦେଶ ଏବେ ମଧ୍ଯ ପୁରୁଣା ନାମ ବ୍ଯବହାର କରନ୍ତି ।

.ହଲାଣ୍ଡରୁ ନେଦରଲ୍ଯାଣ୍ଡ୍

୨୦୨୦ରେ ହଲାଣ୍ଡର ନେଦରଲାଣ୍ଡରେ ବିଲୟ ସହିତ ନାମ ବଦଳି ହୋଇଥିଲା ନେଦରଲ୍ଯାଣ୍ଡ୍ । ଏହା ଦୁଇଟି ଭାଗକୁ ନେଇ ଗଠିତ  । ଗୋଟିଏ ହେଉଛି ଦକ୍ଷୀଣ ହଲାଣ୍ଡ ଓ ଅନ୍ୟଟି ହେଉଛି ଉତ୍ତର ହଲାଣ୍ଡ୍ । ନାମ ପରିବର୍ତ୍ତନ ପଛରେ ମୁଖ୍ଯ କାରଣ ଥିଲା ମାର୍କେଟିଂ । ଅଧିକ ପର୍ଯ୍ଯଟକଙ୍କୁ ନିଜ ଦେଶକୁ ଆକୃଷ୍ଟ କରିବାକୁ ହଲାଣ୍ଡ ନିଜ ନାମ ବଦଳାଇ ଥିଲା । କେବଳ ଏତିକି ନୁହେଁ ଏହାର ଫୁଟବଲ ଟିମର ମଧ୍ଯ ନାମ ପରିବର୍ତ୍ତନ ହୋଇଛି ।

.ଆଇରିସ୍ ଫ୍ରିଷ୍ଟେଟରୁ ଆର୍ୟଲାଣ୍ଡ୍

୧୯୩୭ ମସିହାରେ ଆଇରିସ୍ ଫ୍ରିଷ୍ଟେଟ୍ ନିଜ ନାମ ବଦଳାଇ ଆର୍ୟଲାଣ୍ଡ୍ କରିଥିଲା ।ଇଂଲଣ୍ଡ ସହିତ ନିଜର ସବୁ ସମ୍ପର୍କକୁ ବିଛିନ୍ନ କରିବାକୁ ଏହି ଦେଶ ଏମିତି କରିଥିଲା । ନାମ ପରିବର୍ତ୍ତନ ପୂର୍ବରୁ ଦୁଇ ଦେଶ ମଧ୍ଯରେ ଦୁଇ ବର୍ଷ ପାଇଁ ଯୁଦ୍ଧ ହୋଇଥିଲା ।

.ସିଲୋନରୁ ଶ୍ରୀଲଙ୍କା

ପଂଚଦଶ ଶତାବ୍ଦୀରେ ଡଚ୍ ମାନେ ଶ୍ରୀଲଙ୍କା ସହିତ ବ୍ଯବସାୟ ଆରମ୍ଭ କରିଥିଲେ । ସେମାନେ ଏହାକୁ ‘ସେଇଲୋନ୍’ ବୋଲି ନାମିତ କରିଥିଲେ । ଉନଂବିଶ ଶତାବ୍ଦୀରେ ଶ୍ରୀଲଙ୍କ ବ୍ରିଟିଶ ଅଧିନକୁ ଆସିଥିଲା । ବ୍ରିଟେନ ଏହାର ନାମ ପରିବର୍ତ୍ତନ କରି ସିଲୋନ୍ କରିଥିଲା । ତେବେ ସ୍ୱାଧୀନ ହେବା ପରେ ଦେଶର ନାମ ସିଲୋନରୁ ଶ୍ରୀଲଙ୍କା ଭାବେ ପରିବର୍ତ୍ତିତ ହୋଇଥିଲା । ୨୦୧୧ରେ ଶ୍ରୀଲଙ୍କା ସରକାର ବିଭିନ୍ନ  ଅଫିସ୍ ଓ କମ୍ପାନୀର ନାମରେ ଥିବା ସିଲୋନ୍ ଶବ୍ଦକୁ ହଟାଇ ଦେଇଥିଲେ ।

. ରୋଡେସିଆରୁ ଜିମ୍ୱାୱେ

ଜିମ୍ବାୱେର ପୁରୁଣା ଔପନିବେସିକ ନାମ ଥିଲା ରୋଡେସିଆ । ବ୍ରିଟିଶ ଅଧିନରେ ଏହାର ନାମ ରୋଡେସିଆ ଥିଲା । ତେବେ ୧୯୮୦ରେ ସ୍ୱାଧୀନ ହେବା ପରେ ରୋଡେସିଆ ନିଜର ନାମ ବଦଳାଇ ଜିମ୍ବାୱେ କରିଥିଲା ।

Read More
{}{}