Hindi News >>Home >>Odisha State

ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ବାତିଲ ରହିବ ଏହିସବୁ ଟ୍ରେନ୍‍

 Train Cancelled: ୪ଟି ମେମୁ ଟ୍ରେନ୍‍ ଚଳାଚଳକୁ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଆସନ୍ତା କାଲିଠାରୁ ଏହି ଚଳାଚଳ ବାତିଲ ହେବ। ୧୯ ତାରିଖ ଯାଏ ଏପରି ଚାଲିବ ବୋଲି ପୂର୍ବତଟ ରେଳବାଇ କହିଛି। 

Advertisement
ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ବାତିଲ ରହିବ ଏହିସବୁ ଟ୍ରେନ୍‍
Stop
Soubhagya Ranjan Mishra|Updated: Sep 15, 2023, 09:57 PM IST

ଭୁବନେଶ୍ୱର: ମେମୁ ଟ୍ରେନ ଗୁଡ଼ିକର ଜରୁରୀକାଳୀନ ମରାମତି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‍ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ୪ଟି ମେମୁ ଟ୍ରେନ୍‍ ଚଳାଚଳକୁ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଆସନ୍ତା କାଲିଠାରୁ ଏହି ଚଳାଚଳ ବାତିଲ ହେବ। ୧୯ ତାରିଖ ଯାଏ ଏପରି ଚାଲିବ ବୋଲି ପୂର୍ବତଟ ରେଳବାଇ କହିଛି। 

ଆସନ୍ତୁ ନଜର ପକାଇବା କେଉଁସବୁ ଟ୍ରେନ୍‍ ବାତିଲ୍‍ ରହିବ
୧୬ ତାରିଖ ଶନିବାରଠାରୁ ୧୮ ତାରିଖ ସୋମବାର ଯାଏ 08441/08442 ଭୁବନେଶ୍ୱର - ବ୍ରହ୍ମପୁର - ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ବାତିଲ ରହିବ l ୧୯ ତାରିଖରେ ଏହା ଚଳାଚଳ କରିବ। ସେହିପରି  ଟ୍ରେନ ସଂଖ୍ୟା 08443 ଭୁବନେଶ୍ୱର - ପଲାସା -ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର ୧୬ ତାରିଖ ଠାରୁ ୧୮ ତାରିଖ ମଧ୍ୟରେ ବାତିଲ ରହିବ l ଟ୍ରେନ ସଂଖ୍ୟା 08444 ପଲାସା - ଭୁବନେଶ୍ୱର -ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ  ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି।

Also Read- ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୦ ବିଭାଗର ୧୯ ପ୍ରସ୍ତାବକୁ ମଞ୍ଜୁରୀ, ପ୍ରମୁଖ ଆକର୍ଷଣ ‘ଲକ୍ଷ୍ମୀ’

Read More
{}{}