Hindi News >>Home >>Odisha State

CM Naveen Pattnaik: ମୁଁ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

CM Naveen Pattnaik: ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧା ସିଧା କହିଛନ୍ତି ଯେ ବିଜେପି 'ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଛି, ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି ଏବଂ ମାସେ ହେବ ବିଭିନ୍ନ ରାଜ୍ୟରେ ବୁଲିବୁଲି ନିର୍ବାଚନୀ ପ୍ରଚାର ମଧ୍ୟ କରୁଛି। ବିଜେପି ମିଛ କହିବାର ସମସ୍ତ ସୀମା ଟପିଯାଇଛି। ଏଭଳି ଭାବରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି. କାର୍ତ୍ତିକେୟନ୍ ପାଣ୍ଡିଆନ।

Advertisement
CM Naveen Pattnaik: ମୁଁ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Stop
Priyambada Rana|Updated: May 24, 2024, 04:40 PM IST

CM Naveen Pattnaik: କିଛି ଦିନ ହେବ ନିର୍ବାଚନୀ ମଇଦାନରେ ଚାଲିଛି ବାକ୍ ଯୁଦ୍ଧ। ବିରୋଧୀ ଶାସକଙ୍କୁ ଓ ଶାସକ ବିରୋଧୀଙ୍କୁ ବିଭିନ୍ନ ମୁଦ୍ଦା ନେଇ ଆକ୍ଷେପ, ପ୍ରତିଆକ୍ଷେପ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ସହ କେନ୍ଦ୍ରରୁ ଆସୁଥିବା ବିଜେପି ନେତା-ମନ୍ତ୍ରୀମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ସମସ୍ତ ଆରୋପର ଆଜି ଜବାବ ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧା ସିଧା କହିଛନ୍ତି ଯେ ବିଜେପି 'ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଛି, ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି ଏବଂ ମାସେ ହେବ ବିଭିନ୍ନ ରାଜ୍ୟରେ ବୁଲିବୁଲି ନିର୍ବାଚନୀ ପ୍ରଚାର ମଧ୍ୟ କରୁଛି। ବିଜେପି ମିଛ କହିବାର ସମସ୍ତ ସୀମା ଟପିଯାଇଛି। ଏଭଳି ଭାବରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି. କାର୍ତ୍ତିକେୟନ୍ ପାଣ୍ଡିଆନ।

ସେପଟେ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି ଯେ ଏପରି ଆରୋପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ବିଜେପି ନେତାମାନେ କିଛି ନୂଆ ଆରୋପ ଆଣିବା ପରିବର୍ତ୍ତେ ଭିତ୍ତିହୀନ କଥା କହୁଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଭଳି ଅପପ୍ରଚାରକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ।

Read More
{}{}