Hindi News >>Home >>Odisha State

Odisha News: ବିପୁଳ ପରିମାଣରେ ନକଲି ମୋବିଲ ଓ ଗାଡିର ଯନ୍ତ୍ରାଂଶ ଜବତ

Odisha News: କେବଳ ମୋବିଲ ନୁହେଁ ,ବାଜାଜ, ହିରୋହୋଣ୍ଡା, ଟିଭିଏସ ଆଦି ଗାଡିର ନକଲି ବାଇକ ଯନ୍ତ୍ରାଂଶକୁ ଅସଲି ଖୋଳ ତିଆରି କରି ସେଥିରେ ପ୍ୟାକିଙ୍ଗ କରୁଥିବାର ମଧ୍ୟ ପୋଲିସ ନଜର ଆସିଥିବା ବେଳେ ସେଗୁଡିକୁ ମଧ୍ୟ ଜବତ କରାଯାଇଥିଲା।ଇଆଇପିଆର ଇଣ୍ଡିଆ ଲିମିଟେଡ଼ ସର୍ଭେୟର ସଂସ୍ଥା ପକ୍ଷରୁ ମାର୍କେଟ ସର୍ଭେ କରୁଥିବା ସମୟରେ ନକଲି ମୋବିଲ ବିକ୍ରୟ ଉପରେ ଜାଣିବାକୁ ପାଇଥିଲେ। 

Advertisement
Odisha News: ବିପୁଳ ପରିମାଣରେ ନକଲି ମୋବିଲ ଓ ଗାଡିର ଯନ୍ତ୍ରାଂଶ ଜବତ
Stop
Narayan Behera|Updated: Jul 17, 2024, 12:05 PM IST

Odisha News: ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତ ଡଗରପଡ଼ା ଗ୍ରାମରୁ ବିପୁଳ ପରିମାଣରେ ନକଲି ମୋବିଲ ଓ ଗାଡିର ଯନ୍ତ୍ରାଂଶକୁ ଜବତ କରିଛି ତିର୍ତ୍ତୋଲ ପୋଲିସ। ଡଗରପଡା ଗ୍ରାମର ସୁବ୍ରତ ମିଶ୍ରଙ୍କ ବ୍ୟବସାୟ ସଂସ୍ଥା ମିଶ୍ର ଟ୍ରେଡର୍ସ ଘରୁ ବିପୁଳ ପରିମାଣ ଗଲ୍ଫ,ଟିଭିଏସ, କ୍ୟାଷ୍ଟ୍ରୋଲ ଆଦି ବିଭିନ୍ନ ବ୍ରାଣ୍ଡର ନକଲି ମୋବିଲ ଜବତ କରାଯାଇଛି ।ଏହା ସହିତ ମୋବିଲ ପ୍ରସ୍ତୁତରେ ବ୍ୟବହୃତ କେମିକାଲ, ଡବା ଓ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଆଦି ଜବତ ହୋଇଛି।

କେବଳ ମୋବିଲ ନୁହେଁ ,ବାଜାଜ, ହିରୋହୋଣ୍ଡା, ଟିଭିଏସ ଆଦି ଗାଡିର ନକଲି ବାଇକ ଯନ୍ତ୍ରାଂଶକୁ ଅସଲି ଖୋଳ ତିଆରି କରି ସେଥିରେ ପ୍ୟାକିଙ୍ଗ କରୁଥିବାର ମଧ୍ୟ ପୋଲିସ ନଜର ଆସିଥିବା ବେଳେ ସେଗୁଡିକୁ ମଧ୍ୟ ଜବତ କରାଯାଇଥିଲା।ଇଆଇପିଆର ଇଣ୍ଡିଆ ଲିମିଟେଡ଼ ସର୍ଭେୟର ସଂସ୍ଥା ପକ୍ଷରୁ ମାର୍କେଟ ସର୍ଭେ କରୁଥିବା ସମୟରେ ନକଲି ମୋବିଲ ବିକ୍ରୟ ଉପରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ତିର୍ତୋଲ ଥାନାରେ ଇଆଇପିଆର ଇଣ୍ଡିଆ ଲିମିଟେଡ଼ ତରଫରୁ ଗତ ୧୨ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା।

ଅଭିଯୋଗ ମୁତାବକ ପୋଲିସ ତରଫରୁ କେସ୍ ନଂ ୩୩୭ ଏକ ମାମଲା ରୁଜୁ କରାଯାଇଥିଲା ତଦନ୍ତ ଚାଲୁ ରହିଥିଲା।ଡଗରପଡା ଗ୍ରାମରେ ନକଲି ମୋବିଲ ତିଆରି ହେଉଥିବା ସନ୍ଧାନ କରି ତିର୍ତୋଲ ଥାନା ଅଧିକାରୀ ,ତିର୍ତୋଲ ଅତିରିକ୍ତ ତହସିଲଦାର ଓ କମ୍ପାନୀର ଷ୍ଟାଫଙ୍କ ତତ୍ତ୍ୱାବଧାନରେ ଚଢ଼ାଉ କରାଯାଇଥିଲା ।ଚଢାଉ ସମୟରେ ବିପୁଳ ପରିମାଣର ନକଲି ମୋବିଲ, ଇଞ୍ଜିନ ଅଏଲ,ନକଲି ବାଇକ ଯତ୍ରାଂଶ ଜବତ କରାଯାଇଥିଲା।ଏ ସଂପର୍କରେ ସୁରାକ ପାଇ ମିଶ୍ର ଟ୍ରେଦର୍ସର ମୁଖ୍ୟ ସୁବ୍ରତ ମିଶ୍ର ଫେରାର ହୋଇଯାଇଥିଲେ ।ଜବତ ନକଲି ସାମଗ୍ରୀ ଗୁଡିକ ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।

Read More
{}{}