Hindi News >>Home >>Odisha State

Matric Exam: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ପୂର୍ବ ବ୍ୟବସ୍ଥାରେ କରାଗଲା ପରିବର୍ତ୍ତନ, ଜାଣନ୍ତୁ କ’ଣ ?

Matric Exam 2024: ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ। ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ବଜାଇ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛି ।  

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 04, 2024, 07:19 AM IST

Matric Exam 2024: ଆସନ୍ତା ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ। ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ବଜାଇ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛି ।  

ଖବର ଅନୁଯାୟୀ, ସକାଳ 9ଟାରୁ 11ଟା 30 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଆରମ୍ଭ ହେବାର ଦେଢ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ 7ଟା 30 ମିନିଟ୍ ରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ । ଫଳରେ ଗେଟ୍ ନିକଟର ପରୀକ୍ଷାର୍ଥୀଙ୍କୁ ଭଲ ଭାବେ ଯାଞ୍ଚ କରିବା ନେଇ ସୁଯୋଗ ମିଳିବ ବୋଲି ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି । ସେହିପରି 8ଟା 15 ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପ୍ରବେଶ ନେଇ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ କଟକଣା ଜାରି କରାଯାଇଛି । ସେହିପରି ଏଥର ରାଜ୍ୟର ସମସ୍ତ କେନ୍ଦ୍ରରେ ପ୍ରଥମ ଥର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଲାଗି ବ୍ୟବସ୍ଥା ରଖାଯାଇଛି । କପି ନିୟନ୍ତ୍ରଣ ପାଇଁ ଏଥର ପ୍ରଥମ ଥର ବୋର୍ଡ଼ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ସେଣ୍ଟରରେ ଆର୍ଟିଫିସିଆଲ ଇଣ୍ଟିଲିଜେନସ୍ ଓ ଲାଇଭ ଟେଲିକାଷ୍ଟ ବ୍ୟବସ୍ଥା ସହ ସ୍କ୍ବାଡ଼ର ଗତିବିଧି ଉପର ନଜରରେ ରଖିବା ଲାଗି ସ୍କ୍ବାଡ଼ ଅଧିକାରୀମାନଙ୍କୁ ଗ୍ଲୋବାଲ୍ ପୋଜିସନିଙ୍ଗ ସିଷ୍ଟମରେ ଯୋଡ଼ା ଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରକାଶ ଥାଉ କି, ଚଳିତ ବର୍ଷ ମୋଟ 5 ଲକ୍ଷ 51611 ପରୀକ୍ଷାର୍ଥୀ ମାଟ୍ରିକ୍, ମଧ୍ୟମା ଓ ଏସଓଏସରେ ପରୀକ୍ଷା ଦେବେ । ସେଥିପାଇଁ ବୋର୍ଡ଼ ପକ୍ଷରୁ 3073ଟି ସେଣ୍ଟର କରାଯାଇଥିବା ବେଳେ 21ଟି ପୋଲିସ ସେଣ୍ଟରରେ ନୋଡ଼ାଲ ସେଣ୍ଟର କରାଯାଇଛି । ତେବେ ଆଗକୁ ନିର୍ବାଚନ ଥିବାରୁ ମାଟ୍ରିକ ଖାତା ଦେଖା ମାର୍ଚ୍ଚ 16 ତାରିଖରୁ ଆରମ୍ଭ କରି 30 ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ଼ ପକ୍ଷରୁ ସମୟସୀମା ଧାର୍ଯ୍ୟ କରାଯାଇଛି ।

Also Read- Weather Update: କୁହୁଡି଼ ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

Read More
{}{}