Hindi News >>Home >>Odisha State

Weather Update: ୨ ଦିନ କୁଆପଥର ମାଡ ସହ ପ୍ରବଳ ବର୍ଷା ସମ୍ଭାବନା !

Odisha Weather: ନିମ୍ନଚାପରେଖା ଏବଂ ଗୁରୁଚାପ କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଗାମି ଦୁଇଦିନ (ମଙ୍ଗଳବାର ଏବଂ ବୁଧବାର) ଅନେକ ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Advertisement
Weather Update: ୨ ଦିନ କୁଆପଥର ମାଡ ସହ ପ୍ରବଳ ବର୍ଷା ସମ୍ଭାବନା !
Stop
Soubhagya Ranjan Mishra|Updated: Mar 18, 2024, 08:01 PM IST

Weather News: ଉତ୍ତର ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ ଅଞ୍ଚଳରେ ନିମ୍ନଚାପରେଖା ସକ୍ରିୟ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁରୁଚାପ ପ୍ରଭାବରେ ରାଜ୍ୟର ଜଳବାୟୁ ଜଳୀୟବାଷ୍ପ ପୂର୍ଣ୍ଣ ରହିଛି ।  ତେବେ ଏହି ନିମ୍ନଚାପରେଖା ଏବଂ ଗୁରୁଚାପ କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଗାମି ଦୁଇଦିନ (ମଙ୍ଗଳବାର ଏବଂ ବୁଧବାର) ଅନେକ ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ୧୯ ମାର୍ଚ୍ଚ ଦିନ ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧାର କିଛି ଅଞ୍ଚଳରେ ୧୧ ସୋଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏଥିସହିତ ଅନୁଗୋଳ, ସୋନପୁର, ବୌଦ୍ଧ,  ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ସହିତ କୁଆପଥର ମାଡ ହୋଇପାରେ । କେବଳ ସେତିକି ନୁହେଁ ଘଣ୍ଟାକୁ ୪୫ରୁ ୫୫ କିମି ବେଗରେ ପବନ ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାକୁ ସତର୍କ ରହିବା ପାଇଁ ଅରେଞ୍ଜ୍ ଆଲର୍ଟ ଜାରୀ କରାଯାଇଛି । ଏହାଛଡା ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୦ ମାର୍ଚ୍ଚ (ବୁଧବାର) ଦିନ ମଧ୍ୟ କିଛି ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ରାୟଗଡ଼ା, କୋରାପୁଟ, ପୁରୀ, ଗଞ୍ଜାମ ଏବଂ ଗଜପତି । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୋଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଜିଲ୍ଲାକୁ ବର୍ଷା ଏବଂ ଘଡଘଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read- Crime News: ଆମେରିକା ଜଙ୍ଗଲରୁ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

Also Read- ସୁନ୍ଦରଗଡ଼ରେ ମହାବଳ, ସ୍ୱାଗତ କଲା ବନ ବିଭାଗ

{}{}