Hindi News >>Home >>Odisha State

ଆହୁରି ସୁବିଧା ହେଲା ଜଗା ଦର୍ଶନ: ବଡ଼ଦାଣ୍ଡରେ ଖୋଲିଲା ଏସି ଟନେଲ

AC tunnel opened: ନୂଆବର୍ଷରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ । ନୂଆବର୍ଷରୁ ଲକ୍ଷଲକ୍ଷ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଖୋଲିଛି ଏସି ଟନେଲ। ବିଧିବଦ୍ଧ ଭାବେ ଆଜି ଏସି ଟନେଲର ଟ୍ରାଏଲ ରନ୍ କରିଛି ପୁରୀ ପୋଲିସ। 

Advertisement
ଆହୁରି ସୁବିଧା ହେଲା ଜଗା ଦର୍ଶନ: ବଡ଼ଦାଣ୍ଡରେ ଖୋଲିଲା ଏସି ଟନେଲ
Stop
Soubhagya Ranjan Mishra|Updated: Dec 31, 2023, 09:19 PM IST

AC tunnel opened: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ଖୋଲିଛି ଏସି ଟନେଲ। ପୋଲିସ ପକ୍ଷରୁ ଟ୍ରାଏଲ ରନ୍ ପରେ ଭକ୍ତଙ୍କ ଦର୍ଶନ ବ୍ଯବସ୍ଥା ସହ ଯୋଡି ହୋଇଛି ନବନିର୍ମିତ ଏସି ଟନେଲ। ଟ୍ରାଏଲ ରନ୍ ପରେ ଭକ୍ତଙ୍କୁ ଏଭଳି ସ୍ୱତନ୍ତ୍ର ଦର୍ଶନର ସୁବିଧା ମିଳିଛି। ଆଜି ମଧ୍ୟ ରାତ୍ରିରୁ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି। ରାତି ପ୍ରାୟ ୧୧ଟାରେ ମହାପ୍ରଭୁଙ୍କ ପହୁଡ ଓ ରାତି ପ୍ରାୟ ଗୋଟାଏରୁ ଦର୍ଶନ ଆରମ୍ଭ ହେବ ।

୨୦୨୩ ବର୍ଷର ଶେଷ ସୂର୍ଯ୍ଯାସ୍ତ ହୋଇସାରିଥିବାବେଳେ ଆଜି ମଧ୍ୟରାତ୍ରିରେ ପୁରଣାବର୍ଷକୁ ବିଦାୟ ଦିଆଯିବ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ସମସ୍ତେ ଚଳଚଞ୍ଚଳ । ଏହାମଧ୍ୟରେ ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ମଧ୍ୟ ଚଳଚଞ୍ଚଳ ଦେଖିବାକୁ ମିଳିଛି । କିଛି ଦିନ ହେବ ଲକ୍ଷ ଲକ୍ଷ ଭକ୍ତ, ଦର୍ଶନାର୍ଥି ଆଉ ପର୍ଯ୍ଯଟକଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ହୋଟେଲ ଗୁଡିକରେ ଆକର୍ଷଣୀୟ ବ୍ଯବସ୍ଥା ମଧ୍ୟ ହୋଇଛି । ନୂଆବର୍ଷରେ ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତମାନେ ଅପେକ୍ଷାରତ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ରାତି ପ୍ରାୟ ୧୧ଟାରେ ମହାପ୍ରଭୁଙ୍କ ପହୁଡ ଅନୁଷ୍ଠିତ ହେବ । ଏଥିସହ ରାତି ପ୍ରାୟ ଗୋଟାଏରେ ଆରମ୍ଭ ହେବ ଦର୍ଶନ । ଭକ୍ତଙ୍କ ଦର୍ଶନରେ ବାଧା ନଦେବାକୁ ମୁଖ୍ୟ ପ୍ରଶାସକ ତାଗିଦ କରିଛନ୍ତି । ବାହାରକାଠ ନିକଟରେ ସେବାୟତ ମାନେ ଯେଭଳି ଗହଳି ନକରିବେ ଓ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବାକୁ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବାଧା ଉପୁଜେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ନୂଆବର୍ଷରୁ ଡ୍ରେସକୋଡ କଟକଣା ମଧ୍ୟ ଲାଗୁ କରାଯିବ। ଶାଳିନତାପୂର୍ଣ୍ଣ ଡ୍ରେସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଏଥିସହିତ ଶ୍ରୀମନ୍ଦିରରେ ପାନଗୁଟୁକା ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।

ନୂଆବର୍ଷରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ । ନୂଆବର୍ଷରୁ ଲକ୍ଷଲକ୍ଷ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଖୋଲିଛି ଏସି ଟନେଲ। ବିଧିବଦ୍ଧ ଭାବେ ଆଜି ଏସି ଟନେଲର ଟ୍ରାଏଲ ରନ୍ କରିଛି ପୁରୀ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଓ ଏସପିଙ୍କ ଉପସ୍ଥିତିରେ ଟ୍ରାଏଲ ରନ୍ ସଫଳ ହୋଇଛି। ପୋଲିସ ଓ ସେଚ୍ଛାସେବୀ ମାନଙ୍କୁ ନେଇ ଟ୍ରାଏଲ ରନ୍ କରାଯାଇଛି। ଏସି ଟନେଲରୁ ଏସି ଜର୍ମାନ ହେଙ୍ଗର ଦେଇ ମନ୍ଦିରକୁ ଯିବା ବେଶ୍ ସହଜ ଓ ଆରାମ ଦାୟକ ହୋଇଛି। ଭକ୍ତମାନେ ବି ଏସି ଟନେଲରେ ଯାଇ ଦର୍ଶନ କରିଛନ୍ତି। ତେବେ ସେଣ୍ଟ୍ରାଲ ଏସି ଯୁକ୍ତ ଟନେଲରେ ୧୨ଟି ଧାଡିରୁ ଦୁଇଟି ଧାଡି ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ରଖାଯାଇଛି। ଦୁଇଟି ଧାଡି ଜରୁରୀ କାଳିନ ସେବା ନିମନ୍ତେ ରିଜର୍ଭ ରଖାଯାଇଛି। 

ଏଥିସହିତ ଆଜି ମଧ୍ଯରାତ୍ରରୁ ପୁରୀରେ ଟ୍ରାଫିକ କଟକଣା ଲାଗୁ ହେବ । ୯୦ ପ୍ଲାଟୁନ ଫୋର୍ସକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଲାଇଟହାଉସ ଛକ ଠାରୁ ଦିଗବାରେଣି ଖୁଣ୍ଟି ଓ ମାର୍କେଟ ଛକରୁ ସିଂହଦ୍ଵାର ହେବ ନୋ ଭେହିକଲ୍ ଜୋନ୍। ଭକ୍ତଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଏସପି । ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ସହିତ ବିସ୍ତିର୍ଣ୍ଣ ବେଳାଭୂମି ଆଉ ସମୁଦ୍ର ସ୍ନାନର ମଜା ନେବେ ପର୍ଯ୍ଯଟକ ।

Also Read- Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ

Also Read- Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର

{}{}