Hindi News >>Home >>Odisha State

ରାଜଧାନୀରୁ ଧରାପଡିଲା ସୁନା ଲୁଟେରା, ଉତ୍ତମମଧ୍ୟମ ଦେଲେ ସ୍କୁଲ ଛାତ୍ର

Crime News: ଲୁଟ୍ କରି ଫେରାର୍ ହେବା ସମୟରେ ସ୍କୁଲ ଛାତ୍ରଙ୍କ ହାବୁଡରେ ପଡିବାରୁ ଲୁଟେରାକୁ ମାଡି ବସିଥିଲେ ଛାତ୍ରମାନେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ ।

Advertisement
ରାଜଧାନୀରୁ ଧରାପଡିଲା ସୁନା ଲୁଟେରା, ଉତ୍ତମମଧ୍ୟମ ଦେଲେ ସ୍କୁଲ ଛାତ୍ର
Stop
Soubhagya Ranjan Mishra|Updated: Dec 16, 2023, 08:22 PM IST

ଭୁବନେଶ୍ୱର: ଅପରାହ୍ଣ ସମୟରେ ପଳାଶୁଣି ଅଞ୍ଚଳ ଏସବିଆଇ (SBI) ନିକଟରେ ଥିବା ଏକ ସୁନା ଦୋକାନରୁ ଲୁଟ୍ କରିବା ସମୟରେ ଧରା ପଡିଲା ଲୁଟେରା । ଲୁଟ୍ କରି ଫେରାର୍ ହେବା ସମୟରେ ସ୍କୁଲ ଛାତ୍ରଙ୍କ ହାବୁଡରେ ପଡିବାରୁ ଲୁଟେରାକୁ ମାଡି ବସିଥିଲେ ଛାତ୍ରମାନେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ ।

ସୂଚନା ମୁତାବକ, ଲୁଟେରା ଜଣକ ହାତରେ ଏକ ସ୍ପ୍ରେ ଧରି ସୁନା ଦୋକାନ ଭିତରେ ପ୍ରବେଶ କରିଥିଲା । ଦୋକାନୀଙ୍କ ସହିତ କଥା ହେବା ଆଳରେ ତାଙ୍କ ମୁହଁକୁ ସ୍ପ୍ରେ କରିଥିଲା । ଦୋକାନୀ ଜଣକ ତତକ୍ଷଣାତ ଖୁବ ଜୋରରେ ବଡ ପାଟିରେ ଚିଲାଇଥିଲେ । ଫଳରେ ତାଙ୍କ ସ୍ୱର ନିକଟରେ ଯାଉଥିବା ସ୍କୁଲ ପିଲାଙ୍କ କାନରେ ପଡିବାରୁ ସେମାନେ ଦେଖିଲେ ଲୁଟେରା ଜଣକ ଉକ୍ତ ସ୍ଥାନରୁ ଖସିଯିବାକୁ ଉଦ୍ୟମ କରୁଥିଲା । ଛାତ୍ରମାନେ ଦୌଡି ଦୌଡି ତାକୁ ମାଡି ବସିଥିଲେ । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହେବା ସହିତ ଲୁଟେରାକୁ ଉତ୍ତମ ମଧ୍ୟମ ଦେଇଥିଲେ ।

ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବାପରେ ପୋଲିସ ଲୁଟେରାକୁ ଧରି ଥାନାକୁ ଆଣିଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଲୁଟ୍ କରୁଥିଲା ସେନେଇ ପୋଲିସ ଅଧିକ ପଚରାଉଚରା କରୁଛି । ଅନ୍ୟପଟରେ ରାଜଧାନୀରେ ଦିନକୁ ଦିନ ଚୋରି, ଲୁଟ୍ ପରି ଅପରାଧ ବଢୁଥିବା ସମୟରେ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରୁଛି ।

Also Read- Allu Arjun: ମନ ଜିଣିଲେ ଅଲ୍ଲୁ ଅର୍ଜୁନ, ମଦ ଓ ତମାଖୁ ବିଜ୍ଞାପନକୁ କଲେ ନା

Also Read- ଜନସମ୍ପର୍କ ଯାତ୍ରାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘୋଷଣା 'ଶ୍ରୀମୟୀ ମିଶ୍ର ଯିବେ ଲୋକସଭା'

Read More
{}{}