Hindi News >>Home >>Odisha State

2024 Election: ଗଜପତିରେ ଅଛନ୍ତି କେତେ ଭୋଟର, ପ୍ରକାଶ ପାଇଲା ଚୂଡାନ୍ତ ତାଲିକା

Voter list: ପ୍ରକାଶ ପାଇଛି ୨୦୨୪ ପାଇଁ ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ତାଲିକାକୁ ପ୍ରକାଶ କରାଯାଇଛି।

Advertisement
ସୌ(ସୋସିଆଲ ମିଡିଆ)
Stop
PREMANANDA PUJARI|Updated: Jan 06, 2024, 12:07 PM IST

Final Voter list: ପ୍ରକାଶ ପାଇଛି ୨୦୨୪ ପାଇଁ ଗଜପତି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା l ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ତାଲିକାକୁ ପ୍ରକାଶ କରାଯାଇଛି।

ଜିଲ୍ଲାର ଭୋଟର ତାଲିକାରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୫୯୨୨୮ ରହିଥିବା ବେଳେ, ସେଥିମଧ୍ଯରୁ ୨୨୪୪୦୫ ଜଣ ପୁରୁଷ ଭୋଟର, ୨୩୪୭୯୯ ଜଣ ମହିଳା ଭୋଟର ଓ ୨୪ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୧୩୬ - ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା-୨୪୩୫୨୨ ଅଟେ । ସେଥିମଧ୍ଯରୁ ୧୧୮୧୯୩ ଜଣ ପୁରୁଷ ଭୋଟର, ୧୨୫୩୨୨ ଜଣ ମହିଳା ଭୋଟର ଓ ୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ସେହିପରି ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨୧୫୭୦୬ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୦୬୨୧୨, ମହିଳା ଭୋଟର ସଂଖ୍ୟା ୧୦୯୪୭୭ ଓ ତୃତୀୟ ଲିଙ୍ଗ ୧୭ ଅଟେ । ସେହିପରି ଜିଲ୍ଲାରେ ଯୁବ ଭୋଟର (୧୮-୧୯ ବର୍ଷ)ଙ୍କ ସଂଖ୍ୟା ୧୨୩୬୩ ଓ ବରିଷ୍ଠ ଭୋଟର ସଂଖ୍ୟା ୬୧୬୬ ରହିଛି। ଅନ୍ୟପଟେ ଜିଲ୍ଲାରେ ୪୧୨ ଜଣ ସର୍ଭିସ୍ ଭୋଟର ରହିଛନ୍ତି ।

Also Read-Odisha News: ଦଶପଲ୍ଲା ଷ୍ଟେସନରୁ ଆଜି ଗଡ଼ିବ ୪ଟି ଟ୍ରେନ୍‌, ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ସେବା?

ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ -୬ରେ ନାମ ପଞ୍ଜିକରଣ କରିପାରିବେ। ଜିଲ୍ଲାର ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳକୁ ନିଜ ନିଜ ବୁଥ ସ୍ତରୀୟ ଅଜେଣ୍ଟ ମାନଙ୍କୁ ସମସ୍ତ ୫୭୩ ବୁଥରେ ନିୟୋଜିତ କରି ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାରେ ୫୭୩ ବୁଥ ରହିଥିବା ବେଳେ ୧୩୬- ମୋହନା (ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ୨୯୭ଟି ବୁଥ ଓ ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୭୬ଟି ଗୋଟି ବୁଥ ରହିଛି।

 

Read More
{}{}