Hindi News >>Home >>Odisha State

ଶୀତଳ ଷଷ୍ଠୀର ଉପଲକ୍ଷେ ଶୁଭକାମନା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଲୋକ ପରମ୍ପରା ଓ ଲୋକ ସଂସ୍କୃତିର ବାହକ ହେଉଛି ପବିତ୍ର ଶୀତଳ ଷଷ୍ଠୀ ପର୍ବ । ଦେବୀ ପାର୍ବତୀଙ୍କୁ କନ୍ୟା ରୂପେ ପାଇବାର ଅପୂର୍ବ ଅବସର ଆଣିଦିଏ ପବିତ୍ର ଶୀତଳ ଷଷ୍ଠୀ । ଭଲ ବର୍ଷା ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Advertisement
ଶୀତଳ ଷଷ୍ଠୀର ଉପଲକ୍ଷେ ଶୁଭକାମନା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
Stop
Soubhagya Ranjan Mishra|Updated: Jun 10, 2024, 08:53 PM IST

ସମ୍ୱଲପୁର:  ସମଗ୍ର ଓଡ଼ିଶାବାସୀଙ୍କୁ ପବିତ୍ର ଶୀତଳ ଷଷ୍ଠୀ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ସମଗ୍ର ଓଡ଼ିଶାରେ ଶୀତଳ ଷଷ୍ଠୀ ପର୍ବ ଆରମ୍ଭ ହୋଇଛି । ଜଗତଜନନୀ ମାତା ପାର୍ବତୀ ମନ୍ଦିରରୁ ଚୟନ ହୋଇଥିବା ପିତାମାତାଙ୍କ ଘରକୁ ଆସନ୍ତି । ଆଦିକାଳରୁ ପାଳିତ ହୋଇଆସୁଥିବା ପରମ୍ପରା ଅନୁସାରେ ହର ପାର୍ବତୀଙ୍କ ଶୁଭବିବାହ ସମ୍ପନ୍ନ ହେବ । ଭଗବାନ ନବଦମ୍ପତି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାର ଏକ ଅନନ୍ୟ ପର୍ବ ହେଉଛି ଶୀତଳଷଷ୍ଠୀ ଯେଉଁଥିରେ ପରମ୍ପରା ଓ ଲୋକ ସଂସ୍କୃତି ଝଲସି ଉଠେ । ଶୀତଳଷଷ୍ଠୀ ପର୍ବ ହେଉଛି ଭାଇଚାରାର ପର୍ବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ସାମିଲ ହୁଅନ୍ତି। ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇ ଭଲ ବର୍ଷ ହେବାକୁ କାମନା କରନ୍ତି । 

ଦେବ ଦେବ ମହାଦେବ ଓ ମା' ପାର୍ବତୀଙ୍କ ଶୁଭ ବିବାହ ଆନନ୍ଦ ଉଲ୍ଲାସରେ ସମ୍ପନ୍ନ ହେଉ । ତାଙ୍କର ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ପ୍ରଗତି ଆସୁ, ଭଲ ବର୍ଷା ହୋଇ ଓଡ଼ିଶାର ଚାଷୀ ଭାଇ ମୁହଁରେ ହସ ଆଣିଦେଉ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ପ୍ରାର୍ଥନା କରିଛନ୍ତି  ।

Also Read- Modi Cabinet 3.0: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଜାଣନ୍ତୁ ସମସ୍ତ ତଥ୍ୟ
Also Read- Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?

Read More
{}{}