Hindi News >>Home >>Odisha State

Flight Service: ଏହି ଦିନ ଭୁବନେଶ୍ବରରୁ ଦୁର୍ଗାପୁରକୁ ଉଡି଼ବ ବିମାନ, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା?

Flight Service: ଭୁବନେଶ୍ବରବାସୀଙ୍କ ପାଇଁ ଖୁସି ଖବର।  ଏଣିକି ପଶ୍ଚିମବଙ୍ଗର ଦୁର୍ଗାପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ପଢନ୍ତୁ ପୂରା ରିପୋର୍ଟ...

Advertisement
Flight Service: ଏହି ଦିନ ଭୁବନେଶ୍ବରରୁ ଦୁର୍ଗାପୁରକୁ ଉଡି଼ବ ବିମାନ, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା?
Stop
Narmada Behera|Updated: Aug 03, 2024, 11:06 AM IST

Flight Service: ଭୁବନେଶ୍ବରବାସୀଙ୍କ ପାଇଁ ଖୁସି ଖବର।  ଏଣିକି ପଶ୍ଚିମବଙ୍ଗର ଦୁର୍ଗାପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୩୦ରେ ଏହି ସେବା ଆରମ୍ଭ ବୋଲି ଗତକାଲି ଦୁର୍ଗାପୁର କାଜି ନଜରୁଲ୍ ଇସଲାମ୍ ବିମାନ ବନ୍ଦରର ନିର୍ଦ୍ଦେଶକ କୈଳାସ ମଣ୍ତଳ ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

Also Read: Shani Vakri 2024: ପୁଣି ଥରେ କୁମ୍ଭରେ ଓଲଟା ଚଳନ କରିବେ ଶନି, ଏହି ୫ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

ସେ କହିଛନ୍ତି ଯେ, ଦୈନିକ ଭୁବନେଶ୍ବରରୁ ଦୁର୍ଗାପୁରକୁ ବିମାନ ସେବା ଚାଲିବ।  ଯାହା ପୂର୍ବାହ୍ନ ୧୧.୧୫ରେ ଭୁବନେଶ୍ବରରୁ ବାହାରି ୧୨ଟା ୫୫ରେ ଦୁର୍ଗାପୁରରେ ପହଞ୍ଚିବ। ସୋମବାର, ବୁଧବାର, ଶୁକ୍ରବାର, ଶନିବାର ଦିନ  ଦୁର୍ଗାପୁରରୁ  ଭୁବନେଶ୍ବରକୁ ଅପରାହ୍ନ ୪.୩୫ରେ ଆସିବ। ଯାହା ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବ।  ଏହାବାଦ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଅପରାହ୍ନ ୫.୧୦ରେ ଏକ ବିମାନ ଦୁର୍ଗାପୂରରୁ ଭୁବନେଶ୍ବର ଅଭିମୁଖେ  ଫେରିବ। ଯାହା ସନ୍ଧ୍ୟା ୬ଟା ୫୫ରେ ପହଞ୍ଚିବ। ଏହି ବିମାନ ଚଳାଚଳ ହେବା ଦ୍ବାରା ୨ ସହରର ବାଣିଜ୍ୟକ ସମ୍ପର୍କ ବୃଦ୍ଧି ପାଇବା ସହ ପର୍ଯ୍ୟଟକମାନେ ଫାଇଦା ପାଇବେ। ବୋଗଡ୍ରୋଗ୍ରୋ ଓ ଆସାମର ଗୌହାଟୀକୁ  ମଧ୍ୟ ନୂଆ ବିମାନ ଚାଲିବ ବୋଲି ସେ କହିଛନ୍ତି। ତେବେ, ଏହି ସାମ୍ବାଦିକ ସମ୍ମିଳନୀରେ ଏୟାରପୋର୍ଟ ଟର୍ମିନାଲ ମ୍ୟାନେଜର ଉପସ୍ଥିତ ଥିଲେ। 

Read More
{}{}