Hindi News >>Home >>Odisha State

Bus Accident: ଢେଙ୍କାନାଳଠାରେ ଜଳିଗଲା ଅନୁଗୁଳ-ଭୁବନେଶ୍ୱର ବସ୍‍

Bus Accident News: ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଅଗ୍ନିକାଣ୍ଡର ଶିକାର ହୋଇଛି। ହଠାତ୍‍ ଗାଡ଼ିର ତଳ ଭାଗରେ ନିଆଁ ଲାଗିବା ଦ୍ୱାରା ଏଥିରେ ଥିବା ୪୦ରୁ ଅଧିକ ଯାତ୍ରୀ ଆତଙ୍କିତ ହୋଇଥିଲେ। ପରେ ଗାଡ଼ି ଅଟକିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲା। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଥିଲା।

Advertisement
Bus Accident: ଢେଙ୍କାନାଳଠାରେ ଜଳିଗଲା ଅନୁଗୁଳ-ଭୁବନେଶ୍ୱର ବସ୍‍
Stop
Soubhagya Ranjan Mishra|Updated: Apr 26, 2024, 03:25 PM IST

ଭୁବନେଶ୍ୱର: ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଅଗ୍ନିକାଣ୍ଡର ଶିକାର ହୋଇଛି। ହଠାତ୍‍ ଗାଡ଼ିର ତଳ ଭାଗରେ ନିଆଁ ଲାଗିବା ଦ୍ୱାରା ଏଥିରେ ଥିବା ୪୦ରୁ ଅଧିକ ଯାତ୍ରୀ ଆତଙ୍କିତ ହୋଇଥିଲେ। ପରେ ଗାଡ଼ି ଅଟକିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲା। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଥିଲା।

ମଧ୍ୟାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଢେଙ୍କାନାଳ ବସ୍‍ ଷ୍ଟାଣ୍ଡରୁ ବାହାରି ଗାଡ଼ି ୫୫ ନମ୍ବର ଜାତୀୟ ରାଜପଥର ଆନନ୍ଦ ନଗର ନିକଟରେ ପହଞ୍ଚିବା ବେଳକୁ କିଛି ଯାତ୍ରୀ ଧୂଆଁ ଅନୁଭବ କରିଥିଲେ। ଏହାପରେ ଗାଡ଼ି ଅଟକିଥିଲା ଏବଂ ସମସ୍ତ ଯାତ୍ରୀ କଲବଲ ହୋଇ ଓହ୍ଲାଇପଡ଼ିଥିଲେ। ପରେ ହୁତ୍‍ ହୁତ ହୋଇ ଜାତୀୟ ରାଜପଥ ଉପରେ ବସ୍‍ ଜଳିଥିଲା। ଢେଙ୍କାନାଳ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏବେ ଅଗ୍ନିକାଣ୍ଡର କାରଣକୁ ଅନୁଧ୍ୟାନ କରୁଛି ପୁଲିସ।

Also Read- Odisha Politics: ବିଜେପିରେ ଯୋଗଦେଲେ ପର୍ଶୁରାମ ଧଡ଼ା

Also Read- Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା

Read More
{}{}