Hindi News >>Home >>Odisha State

Odisha Election 2024: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ FIR ରୁଜୁ

Odisha Election 2024: ପୁଣି ବିବାଦରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପୁଣି ଥରେ ଦାଦାଗିରି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ପ୍ରଚାର ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି।

Advertisement
Odisha Election 2024: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ FIR ରୁଜୁ
Stop
Zee Odisha Desk|Updated: Apr 12, 2024, 10:37 AM IST

Odisha Election 2024: ପୁଣି ବିବାଦରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପୁଣି ଥରେ ଦାଦାଗିରି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ପ୍ରଚାର ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି।

ତେବେ ସୂଚନା ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଛଣଗିରିରେ ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରା ସମୟରେ ଗ୍ରାମବାସୀଙ୍କ ସହିତ ହାତାହାତି ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଫଟୋ ଉଠାଇବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ହାତରୁ ମୋବାଇଲ ଛଡାଇ ନେଇ ଧମକ ଦେଇଥିଲେ ସେ।କେବଳ ସେତିକି ନୁହେଁ ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ ।ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ ରହିଥିଲା ପ୍ରଚାର କାର୍ଯ୍ୟ।

୨୦୨୨ ମସିହାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରୀତ ଗାଡି ଭିଡ ଭିତରେ ଚଢିଯାଇଥିଲା। ଏଥିରେ ପୋଲିସ କର୍ମୀଙ୍କ ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଗାଡ଼ି ଧକ୍କାରେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ମଧ୍ୟ ଆହତ ହୋଇଥିଲେ।

Read More
{}{}