Hindi News >>Home >>Odisha State

ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Freedom fighter: ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। 

Advertisement
ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Aug 09, 2024, 12:57 PM IST

ଭୁବନେଶ୍ବର: ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ସେମାନଙ୍କ ପରିବାର ଲୋକେ ପାଇବେ ଭତ୍ତା। ଆଜି କ୍ରାନ୍ତି ଦିବସରେ କିଛି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ କୁଟୁମ୍ବ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରିବେ ସରକାର। ଏନେଇ ଖୁବଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। 

Read More
{}{}