Hindi News >>Home >>Odisha State

Election 2024: ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ, ଓଡ଼ିଶା ସହ ଏହି ସବୁ ରାଜ୍ୟରେ ଚାଲିଛି ଭୋଟିଂ...

Election 2024: ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଗୋଟିଏ ଲେଖାଏଁ ଆସନ ଲାଗି ଲୋକେ ଭୋଟ ଦେଉଛନ୍ତି। ମାଟ୍‍ ୬୯୫ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।

Advertisement
Election 2024: ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ, ଓଡ଼ିଶା ସହ ଏହି ସବୁ ରାଜ୍ୟରେ ଚାଲିଛି ଭୋଟିଂ...
Stop
Zee Odisha Desk|Updated: May 20, 2024, 08:47 AM IST

Election 2024: ଆଜି ଦେଶର ଏହା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଗୋଟିଏ ଲେଖାଏଁ ଆସନ ଲାଗି ଲୋକେ ଭୋଟ ଦେଉଛନ୍ତି। ମାଟ୍‍ ୬୯୫ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।

ମହାରାଷ୍ଟ୍ରର(Maharashtra) ମୁମ୍ବାଇ ଉତ୍ତର, ମୁମ୍ବାଇ ଉତ୍ତର-ପଶ୍ଚିମ, ମୁମ୍ବାଇ ଉତ୍ତର-ପୂର୍ବ, ମୁମ୍ବାଇ ଉତ୍ତର-ସେଣ୍ଟ୍ରାଲ, ମୁମ୍ବାଇ ସାଉଥ-ସେଣ୍ଟ୍ରାଲ, ମୁମ୍ବାଇ ସାଉଥ, ଥାନେ, କଲ୍ୟାଣ, ପାଲଘର, ଧୁଲେ, ଡିଣ୍ଡୋରି, ନାଶିକ, ଭିବାଣ୍ଡି ଲୋକସଭା ଆସନରେ ମତଦାନ କରାଯାଉଛି।

ଉତ୍ତରପ୍ରଦେଶର(Uttarpradesh) ଲ‌କ୍ଷ୍ନୌ, ଆମେଠି(Amethi), ରାୟବରେଲି, ମୋହନଲାଲଗଞ୍ଜ, ଜାଲାଉନ୍, ଝାନସୀ, ହମିରପୁର, ବୃନ୍ଦା, କୌଶମ୍ବୀ, ଫତେହପୁର, ଗୋଣ୍ଡା, ବାରବାଙ୍କି, ଫୈଜାବାଦ, କେସିଆରଗଞ୍ଜରେ ମତଦାନ ହେଉଛି। ପଶ୍ଚିମବଙ୍ଗର ହାୱଡ଼ା, ହୁଗଳି, ଆରାମବାଗ, ବଙ୍ଗଳା, ବାରାକପୁର, ଶ୍ରୀରାମପୁର, ଉଲୁବେରିଆ ଲୋକସଭା ଆସନରେ ମତଦାନ କରାଯାଉଛି।

ସେହିପରି ବିହାରର ମୁଜାଫରପୁର, ମଧୁବାଣୀ, ହାଜିପୁର, ସୀତାମାରହି, ସରଣ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି।ଝାଡଖଣ୍ଡର ଚାଟ୍ରା, କୋଡାରମା, ହଜାରିବାଗ(hajaribag) ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନରେ ମତଦାନ ଜାରି ରହିଛି।ଜମ୍ମୁ-କଶ୍ମୀର(Jammu-Kashmir) ର ବାରମୁଳା ଲୋକସଭା ଆସନ ଏବଂ  ଲଦାଖର ଲଦାଖ(Ladakh) ଲୋକସଭା ଆସନରେ ମତଦାନ କରାଯାଉଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ୬୯୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

Read More
{}{}